ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

ମୟୂରଭଞ୍ଜ -୩/୧/୨୩(ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଚାରିଶବିଶଙ୍କ ପ୍ରାଦୁର୍ଭାଵ ଦିନକୁ ଦିନ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ବାମନଘାଟୀ ଉପଖଣ୍ଡ ସିମାନ୍ତ ତିରିଂ ଥାନା ଅଂଚଳ ମାଙ୍କିଡିଘାଟୀରେ ସୋମବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରେ ଏକ ହୁଣ୍ଡାଇ କାରରେ ୩ ଜଣ ଠକ ସାଧାରଣ ଲୋକଙ୍କୁ ଟଙ୍କା ରଖିଲେ ୨/୩ ବର୍ଷରେ ଦୁଇଗଣିତ ହେବ, ହନୁମାନ ମୁଦ୍ରା ରଖିଲେ ବହୁ ଗୁଣରେ ବିକ୍ରି କରିପାରିବା ନେଇ ଭୁଆଁ ବୁଲାଇବା, ପ୍ରଭାବିତ ଓ ପ୍ରଲୋଭନ ଦେଖାଇ ଅର୍ଥ ଶୋଷଣ କରୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କାର ସହ ୩ ଜଣଙ୍କୁ ଅଟକ ରଖିଥିଲା । ସେମାନଙ୍କ ପାଖରୁ କାର୍,୫ଟି ପୁରୁଣା ତାମ୍ର ମୁଦ୍ରା ଏବଂ ୩ ଟି ମୋବାଇଲ ଜବତ କରିଥିଲେ । ତାଙ୍କ ମୋବାଇଲରୁ ପୋଲିସ ଜାଣିବାକୁ ପାଇଥିଲା ଏହି ୩ ଜଣ ଠକ ଲୋକଙ୍କୁ ପ୍ରଲୋଭିତ କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ନେଇଛନ୍ତି । ସେହି ୩ ଜଣ ତିରିଂ ଥାନା ଅଂଚଳର ଜଟା ଗ୍ରାମର ଗୋବିନ୍ଦ ବିନ୍ଧାଣି(୫୮), ଦମାଡିହି ଗ୍ରାମର ପ୍ରତାପ ସିଂ(୪୫) ଏବଂ ନାରାୟଣି ଗ୍ରାମର ମଙ୍ଗଲ ଵାରି(୩୫) । କିଛି ଠକରେ ଶିକାର ହୋଇଥିବା ବ୍ୟକ୍ତି ତିରିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହ ଏକ ସାମ୍ବାଦିକ ସମ୍ମିଳନୀରେ ୩ ଠକଙ୍କ କଳାକାରନାମା ଉପରେ ଅବଗତ କରାଇଥିଲେ । ପୋଲିସ ସେମାନଙ୍କ ନାମରେ ୨/୨୨ ଏବଂ ୩/୨୨ କେଶ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଛନ୍ତି ବୋଲି ଏସିଡିପିଓ ଗଣମାଧ୍ୟମକୁ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ତିରିଂ ଥାନା ଅଧିକାରୀ ଶ୍ରୀ ଭାସ୍କର ନାଏକ, ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲି ବୋଝେଇ ହାଇୱା ଜବତ 

କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଗିରଫ

Sunil Chandra Nayak

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

masiha

Leave a Comment

error: Content is protected !!