ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ପୋଲିସର ବଡ଼ ସଫଳତା, ୪୪ ଟି ବାଇକ୍ ଜବତ ,୬ ଅଭିଯୁକ୍ତ କୋର୍ଟ ଚାଲାଣ

 ଜୁନାଗଡ଼ ପୋଲିସର ବଡ଼ ସଫଳତା, ୪୪ ଟି ବାଇକ୍ ଜବତ,୬ ଅଭିଯୁକ୍ତ କୋର୍ଟ ଚାଲାଣ

ଜୁନାଗଡ଼,୨୦/୫(ମନୀ ସ) ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଚାଲିଥିବା ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ। ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋଟ ୪୪ଟି ବାଇକ୍ ଉଦ୍ଧାର କରାଯିବା ସହ, ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। 

ଗତ କିଛି ଦିନ ହେବ ଜୁନାଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଚୋରି ନେଇ ଥାନାରେ ଏକାଧିକ ଅଭିଯୋଗ ହେଉଥିଲା। ଲୁଟେରାମାନଙ୍କୁ ଧରିବା ପାଇଁ ଜୁନାଗଡ଼ ପୋଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ କରାଯାଇଥିଲା। ଶେଷରେ ପୋଲିସର ଜାଲରେ ଫସିଛନ୍ତି ବାଇକ୍ ଲୁଟେରା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୋଟିଏ କି ଦୁଇଟି ନୁହେଁ, ବରଂ ମୋଟ ୪୪ ଗୋଟି ଚୋରି ବାଇକ୍ ଠାବ କରିବାରେ ସକ୍ଷମ ହୋଇଛି। ଏହି ବାଇକ୍ ଚୋରି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରିଛି ପୋଲିସ।

ଏହି ବଡ଼ ସଫଳତା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏସପି (SP) ଶ୍ରୀ ନାଗରାଜ ଦେବ୍ରକୋଣ୍ଡା, ଧର୍ମଗଡ଼ ଉପଖଣ୍ଡ ଏସଡିପିଓ (SDPO) ସୁ ଶ୍ରୀ ଭର୍ସିଥା ଆଡ଼େପୁ ଏବଂ ଜୁନାଗଡ଼ ଆଇଆଇସି (IIC) ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

ପୋଲିସର ଏହି ଆକ୍ସନ ପରେ ସ୍ଥାନୀୟ ଅଞ୍ଚଳରେ ବାଇକ୍ ଚୋରି JB ଉପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି।

ଜୁନାଗଡ଼ ଥାନା କେସ୍‌ ନଂ–୨୫୫, ତାରିଖ ୧୩.୦୫.୨୦୨୬, ଧାରା ୩୦୩(୨) ବିଏନଏସ୍‌ ଅନୁସାରେ।

ତଦନ୍ତକାରୀ ଅଧିକାରୀ : ମୁକୁନ୍ଦ ଖେମୁଣ୍ଡା, ଏଏସଆଇ ଅଫ୍ ପୋଲିସ,ରହିଥିବା ବେଳେ ଗିରଫ ଅଭିଯୁକ୍ତମାନେ :

୧. ସୁରଜ କଇବର୍ତ୍ତ (୧୮), ଗାଁ–ଗଣ୍ଟାୟତ ପଡା, ଜୁନାଗଡ଼।

୨. ପବନ କଇବର୍ତ୍ତ (୨୩), ଗାଁ–ଗଣ୍ଟାୟତ ପଡା, ଜୁନାଗଡ଼।

୩. ଆଲୋକ ବାରିକ (୧୯), ଗାଁ–ହିଞ୍ଜିଲିବାହାଲ, ଥାନା–ଜୁନାଗଡ଼।

୪. ଆକାଶ କଇବର୍ତ୍ତ (୧୯), କଇବର୍ତ୍ତ, ଗାଁ–ଗଣ୍ଟାୟତ ପଡା, ଥାନା–ଜୁନାଗଡ଼ (ରିସିଭର)।

୫. ଚାନ୍ଦ ନାୟକ (୨୧), , ଗାଁ–ମୁଣ୍ଡରଗୁଡ଼ା, ଥାନା–ଜୁନାଗଡ଼ (ରିସିଭର)।

୬. ସମୀର ଦୁର୍ଗା (୨୨), , ଗାଁ–ନକଟିଗୁଡ଼ା, ଭବାନୀପାଟଣା ଟାଉନ ଥାନା (ରିସିଭର)।

ସମସ୍ତ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି।

ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୪୪ଟି ଚୋରି ମୋଟରସାଇକେଲ ଓ ସ୍କୁଟର ଉଦ୍ଧାର ଓ ଜବତ କରାଯାଇଛି। ସେମାନଙ୍କୁ ସ୍ଥାନୀୟ କୋର୍ଟ ଚାଲାଣ କରାଯାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

92 କଇଁଚ ଉଦ୍ଧାର ,ଦୁଇ ଗିରଫ ,ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ଡିପିଓ

Sunil Chandra Nayak

ଟ୍ରାକ୍ଟର ରୁ ବ୍ୟାଟିରି ଚୋରି କରି, 2ଗିରଫ 

ବେଆଇନ ଗଂଜେଇ ବେପାରୀଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସ

masiha

Leave a Comment

error: Content is protected !!