ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିକାଟୁରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଆରମ୍ଭ 

ହିଞ୍ଜିଳିକାଟୁରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଆରମ୍ଭ 

ହିଞ୍ଜିଳିକାଟୁ,ତା ୨୦/୦୫ ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ଭଗବତ କଥା ବିତରଣ ପରିଷଦ ଚାରିଟେବଲ୍ ଟ୍ରଷ୍ଟ ତରଫରୁ ଶ୍ରୀ ରାମ ଚରିତ ମାନସ ଓ ପ୍ରବଚନ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟାରେ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭଗବତ କଥା ବିତରଣ ପରିଷଦ ତରଫରୁ ଦୀର୍ଘ ବର୍ଷ ଧରି ଜନ ମାନସରେ ଆଧ୍ୟାତ୍ମିକ, ଦେଶାତ୍ମବୋଧକ ଚେତନାର ଜାଗରଣ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବୁଧବାର ତା ୨୦/୦୫/୨୬ ରିଖ ଠାରୁ ତା ଗୁରୁବାର ତା ୨୮/୦୫/୨୦୨୬ ରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଏହି ଶ୍ରୀରାମ ଚରିତ ମାନସ ପାରାୟଣ ସନ୍ଧ୍ୟା ସମୟରେ ଚାଲୁରହିବ । ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ହନୁମାନ ଚାଳିସା ପାଠ ହେବ, ସକାଳ ପାରାୟଣ ହେଉଥିବା ବେଳେ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ମାନସ ଓ ପ୍ରବଚନ ନିମନ୍ତେ କଟକ ଜିଲ୍ଲା ଆଠଗଡର ମାନସରାଜ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ଦ୍ୱାର ଅନୁଷ୍ଠିତ ହେବ । ସେ ଭକ୍ତିପୂର୍ଣ୍ଣରେ ଜନସାଧାରଣଙ୍କୁ ପ୍ରଭୁ ଶ୍ରୀରାମଙ୍କ କଥା ସନ୍ଧ୍ୟା ୭ ଟାରୁ ୧୦ ଘଣ୍ଟ ପଯ୍ୟନ୍ତ ବହୁତ ସୁନ୍ଦର ଭାବେ ଅମୃତବାଣୀ ପ୍ରଦାନ କରିବେ । ଏହି ଉତ୍ସବ କାର୍ଯ୍ୟକ୍ରମରେ ବିଜୟ କୁମାର ପାଣିଗ୍ରାହୀ କର୍ତ୍ତା ରୂପେ କାର୍ଯ୍ୟକ୍ରମକୁ ସମ୍ପାଦନ କରିଛନ୍ତି। ସଭାପତି ଦେବାନନ୍ଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଲଷ୍ମୀନାରାୟଣ ପଣ୍ଡା,ସମ୍ପାଦକ ତରୁଣ କୁମାର ପଣ୍ଡା,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ,କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି, ସନ୍ତୋଷ କୁମାର ଦିଆନସୁମନ୍ତଙ୍କ ସମେତ ବହୁ କମିଟି ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Related posts

ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଗାନ୍ଧିଜୀ ଜୟନ୍ତୀ ଉପଲକ୍ଷେ ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ଧର୍ମଗଡ଼ ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ

masiha

Leave a Comment

error: Content is protected !!