ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଚିହ୍ନା ନବଜାତ ଶିଶୁ ଉଦ୍ଧାର

ନୂଆପଡା // ନୂଆପଡା ଜିଲ୍ଲା ଖଡ଼ିଆଲ ୱାର୍ଡ ନମ୍ବର ୧୧ ସ୍ଥିତ ସପ୍ତାହିକ ବଜାର ଠାରେ ଥିବା କୃଷି ଫାର୍ମ ଠାରେ ସୋମବାର ସକାଳେ ଏକ ଅଚିହ୍ନା ନବଜାତ ଶିଶୁ ଉଦ୍ଧର ହୋଇଛିି।   ସୂଚନା ଅନୁସାରେ ଶିଶୁ କୁ କେହି ଜଣେ ମାଟି ରେ ପୋତି ଦେଇଥିବା ବେଳେ ଶିଶୁ ର ମୁଣ୍ଡ କୁ ଛାଡି ସମସ୍ତ ଶରୀର କୁ ପୋତି ଦେଇଥିଲେ । ଏହି ସମୟରେ କୃଷି ଫାର୍ମ ଆଡକୁ କିଛି ଲୋକେ ଶୌଚ ହେବା ସମୟରେ ଶିଶୁ ର କାନ୍ଦଣା ଶୁଣିବାକୁ ପାଇଥିଲେ ଏବଂ ସେଠାରେ ଶିଶୁ କୁ ମାଟି ରେ ପୋତି ହୋଇଥିବା ଅବସ୍ଥା ରେ ଦେଖି ଉଦ୍ଧାର କରିଥିଲେ।   ପରେ ଏହି ନବଜାତ ଶିଶୁ ଙ୍କୁ ଆଣି ବିପିନ ପୋଢ଼, ରୁପାଳି ପୋଢ଼ ଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ଏହି ପରିବାର ଶିଶୁ ଙ୍କୁ ଯତ୍ନ କରି ଥିଲେ ପରେ ଏନେଇ ଏହି ଖବର ଜାଣିବାପରେ ପଡା ର ଅନେକ ଲୋକ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ଦେଖିବାକୁ ଆସିଥିଲେ ପରେ ଏନେଇ ଅନ୍ୟ ଜଣେ ପରିବାର ଆସି ଏହି ଶିଶୁ କୁ ପୋଷ୍ୟ ପୁତ୍ର ଭାବେ ରଖିବି କହି ଶିଶୁ କୁ ନେଇଥିବା ବେଳେ ଦୁଇ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଏହି ଘଟଣା ନେଇ ଖଡ଼ିଆଲ ଥାନା ରେ ଅଭିଯୋଗ ହୋଇଥିଲା । ଏନେଇ ଖଡ଼ିଆଲ ପୋଲିସ ପ୍ରଥମେ ଶିଶୁ କୁ ଖଡ଼ିଆଲ ଚିକିତ୍ସାଲୟ ରେ ଭର୍ତି କରି ଚିକିତ୍ସା କରୁଥିବା ଜଣା ପଡ଼ିଚ୍ଛି l ଏବଂ ଶିଶୁଟି କାହାର ଜଣା ପଡ଼ିନଥିବା ଯୋଗୁ ଖଡ଼ିଆଲ ପୋଲିସ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ସମିତି ଙ୍କୁ ହସ୍ତାନ୍ତର କରିଛିି ।     ଖବର ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧକ୍ଷ ଡ଼ ଫନିନ୍ଦମ ସିଂ ଦେଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏ ବି ସିଂ ଆନ୍ତର୍ଯ୍ୟାମୀ । ସୁରକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଦାଶ ପ୍ରମୁଖ ପହଂଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧକ୍ଷ ଙ୍କୁ ଯୋଗାଯୋଗ କରିବାରୁ ଯେ ହେତୁ ଉଦ୍ଧାର ହୋଉ ଥିବା ଶିଶୁ ଟି କାହାର ଜଣାପଡି ନାହିଁ ।ଏଣୁ ଉକ୍ତ ଘଟଣା କୁ ଗୁରୁତ୍ବ ର ସହ ନେଇ ସି ଡବ୍ଲୁ ସି କୁ ଜଣାଇ ଶିଶୁ ଟି କୁ ସୁରକ୍ଷା ଦେବାରେ ଆବଶ୍ୟକ ପଦକ୍ଷେପ ନିଆ ଯିବ ବୋଲି ପ୍ରକଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୋଲିସ କୁ ଆକ୍ରମଣ ଘଟଣାରେ ୨ ଗିରଫ 

masiha

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

masiha

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଆସାମୀକୁ ୭ ବର୍ଷ କାରାଦଣ୍ଡ 

masiha

Leave a Comment

error: Content is protected !!