ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଇ ମନ୍ଦିରରୁ ଚୋରି, ମୂଲ୍ୟବାନ ଅଳଙ୍କାର କିରଟି ସହ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ

ସାଇ ମନ୍ଦିରରୁ ଚୋରି, ମୂଲ୍ୟବାନ ଅଳଙ୍କାର କିରଟି ସହ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ

ହିଞ୍ଜିଳିକାଟୁ,ତା ୧୦/୦୫ ହିଞ୍ଜିଳିକାଟୁ ପୋଚିଲିମା ଛକ ନିକଟରେ ଥିବା ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ବଡ ଧରଣ ଚୋରି ହୋଇଛି। ଦୁବୁର୍ତ୍ତ ମାନେ ରାତି ପ୍ରାୟ ୧ଟା ସମୟରେ ମନ୍ଦିର ଭିତରେ ପଶି ସାଇବାବାଙ୍କ ରୁପାହାର,ରୂପା କିରଟି ଭଳି ବହୁ ମୂଲ୍ୟବାନ ଅଳଙ୍କାର,ଦୁଇଟି ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି କରି ନେଇଯାଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି: ଏକ ଚିନ୍ତାଜନକ ଘଟଣା ବିଳମ୍ବିତ ରାତିରେ ମନ୍ଦିର ଭିତରୁ ଚୋରି ହେବା ସମାଜ ପାଇଁ ଏକ ଚିନ୍ତାଜନକ ବିଷୟ । ଏହାଦ୍ୱାରା କେବଳ ଧନସମ୍ପତ୍ତିର କ୍ଷତି ହୁଏ ନାହିଁ, ବରଂ ଲୋକଙ୍କ ଧାର୍ମିକ ଭାବନା ଏବଂ ଆସ୍ଥା ଉପରେ ମଧ୍ୟ ଆଘାତ ଲାଗିଥାଏ । ଏନେଇ ମନ୍ଦିର ପରିଚାଳକ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୩୧୧/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି । ଚୋରି ସ୍ଥଳ ବୁଲି ଦେଖିବା ସହ ମନ୍ଦିର ଚାରି ପାଖ ବୁଲି ଦେଖିଛନ୍ତି । ଏହି ସାଇ ମନ୍ଦିରକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଏଠାକୁ ଆସୁଥିବା ବେଳେ ଗୁରୁବାର ଦିନ ଭକ୍ତଙ୍କ ସଂଖ୍ୟା ଅଧିକ ରହିଥାଏ। ମନ୍ଦିରରୁ ଚୋରି ହୋଇଥିବା ଖବର ପ୍ରଚାରିତ ହେବା ପରେ ଶିରିଡ଼ି ସାଇ ଭକ୍ତ ମନରେ ଗଭୀର ଆଘାତ ଲାଗିଛି। ଆଜି ସକାଳ ସମୟରେ ମନ୍ଦିର ପୂଜକ ସକାଳ ରୀତିନୀତି କରିବା ପାଇଁ ମନ୍ଦିର ଦ୍ୟାର ଖୋଲିବା ପରେ ଚୋରି ସଂର୍ପକରେ ଜାଣିବାକୁ ପାଇଥିଲେ। ଏହାପରେ ସେ ପରିଚାଳକଙ୍କୁ ଖବର ଦେଇଥିଲେ। ସମ୍ପୂର୍ଣ୍ଣ ମନ୍ଦିର ତଳ ଭାଗରେ ଧ୍ୟାନ ମନ୍ଦିର ରହିଥିବା ବେଳେ ଉପର ମହଲାରେ ବାବଙ୍କ ମନ୍ଦିର ରହିଛି। ପରିଚାଳକଙ୍କ ଅଭିଯୋଗ ଅନୁଯାୟୀ,୫ସହ ଗ୍ରାମର ରୁପା ହାର,୫ଟି ରୁପା ମୁକୁଟ,୫କେଜିରୁ ଉର୍ଦ୍ଧ୍ବ ରୁପା ଛତ୍ରି,ରୁପା ମାଳି,ରୁପା ରୁଦ୍ରାକ୍ଷ ମାଳି,ରୁପାର ଥାଳି,ଗ୍ଳାସ,ପ୍ଳେଟ,ଚାମଚ,ଗିନା,ଗୋଡ ବଳା,ଶାଳ ଘୋଡଣି ସହ ଦୁଇଟି ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି ।

Related posts

ବନ ବିଭାଗ ତରଫରୁ ଶିଶୁ ଶ୍ରମିକଙ୍କୁ ଗାତ ପିଛା ୧୦ ଟଙ୍କା ମୂଲରେ ନିୟୋଜିତ 

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

masiha

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

Leave a Comment

error: Content is protected !!