ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ

କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ର ପୋଡାପଦର ଏବଂ ତଳନାଗି ଗ୍ରାମ ପଞ୍ଚାୟତର ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ସେ ଦୁଇଟି ଗ୍ରାମ ପଞ୍ଚାୟତର ୧୫ ଟି ସିଏଫସି ଏବଂ ୫ମ ଏସଏଫସି ଆକାଉଣ୍ଟ ଅଧୀନରେ ୩.୨୬ କୋଟି ଟଙ୍କା (ତାଳନେଗି ଜିପିରୁ ୧,୭୧,୮୬,୩୪୨ ଟଙ୍କା ଏବଂ ପୋଡାପଦର ଜିପିରୁ ୧,୫୫,୦୦,୭୫୮ ଟଙ୍କା) ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି। ସେ ତାଙ୍କର ସରକାରୀ କ୍ଷମତାର ଅପବ୍ୟବହାର କରି ଏବଂ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରି ଚେକ୍ ଡ୍ର ଏବଂ ଅନଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ଉପରୋକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଜାଲ କରି ତାଙ୍କ ବ୍ୟକ୍ତିଗତ ଏସ ବି ଆଇ ଆକାଉଣ୍ଟକୁ ପଠାଇଥିବା ଜଣାଯାଇଛି।ଏହି ଉଭୟ ଘଟଣାରେ ତାଙ୍କ ନାଁରେ ଦୁଇଟି ପୃଥକ୍ ଭାବେ କୋରାପୁଟ ଭିଜିଲାନ୍ସ ମାମଲା ରୁଜୁ କରି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଭବାନୀପାଟଣାକୁ ଚାଲାଣ କରିଛି। କ୍ରୀକେଟରେ ଜୁଆ ଖେଳିବା ଲାଗି ସେ ଏହି ଟଙ୍କା ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

୧୩ ବର୍ଷ ବିବାହିତା ନାବାଳିକାର ସନ୍ଧେହ ଜନକ ଆତ୍ମହତ୍ୟା  !

ଭିଜିଲାନ୍ସ ଟ୍ରାପରେ ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ଓଭରସିୟର

Sunil Chandra Nayak

ବେକରେ ଦୌଡ଼ି ଦେଇ ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!