ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କଳାହାଣ୍ଡି ଜିଲ୍ଲା ଧର୍ମଗତ ବ୍ଲକ ଅନ୍ତର୍ଗତ ଛଞ୍ଚାଣ ବାହାଲି ଠାରେ ତିନି ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରୀଡ଼ା ମିଳନ ମହୋତ୍ସବ ଉଦ୍ ଯାପିତ ହୋଇ ଯାଇଛି । କଳାହାଣ୍ଡି ନେହେରୁ ଯୁବକେନ୍ଦ୍ର ଓ ଛଞ୍ଚାଣ ବାହାଲି ସମ୍ଭବ ଯୁବଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇ ଥିଲା। ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଜୋନ -୨ ର ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ, ସମ୍ମାନୀୟ ଅତିଥି ସମ୍ଭବ ଯୁବ ଅନୁଷ୍ଠାନ ର ଫାଉଣ୍ଡର ଉପେନ୍ଦ୍ର ଭଇଁସାଲ ,ସିଆର୍ପି କାଞ୍ଚନ ମାଲା ଗୋପାଳ, କଳାହାଣ୍ଡି ନେହେରୁ ଯୁବ କେନ୍ଦ୍ର ସଂଗଠନ ର ଯୁବ ଅଧିକାରୀ ପ୍ରସନ୍ନ ମେହେର,ଲେଖପାଲ ଦ୍ଵିତିୟା ବଞ୍ଛୋର ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରାମାଞ୍ଚଳ ର ଯୁବକ ମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିବା ଏହି କାର୍ଯକ୍ରମ ର ମୁଖ୍ୟଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ପ୍ରକାଶ କରିଥିଲେ।

ଧୀର ସାଇକେଲ ଚାଳନା, କୱାଡ଼ି,ବ୍ୟାଡମିଣ୍ଟନ ଓ ଫୁଟବଲ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଅଂଶ ଗ୍ରହଣ କରି ଥିବା ପ୍ରତିଯୋଗୀ ଙ୍କୁ ଅତିଥି ମାନେ ଉତ୍ସାହିତ କରିଥିଲେ ଓ ଉତ୍ତୀର୍ଣ୍ଣ ହୋଇ ଥିବା ଖେଳାଳି ଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତu କରିଥିଲେ।କାର୍ଯ୍ୟକ୍ରମ କୁ ସମ୍ଭବ ୟୁଥ୍ କ୍ଳବ୍ ର ସଦସ୍ୟ ଧରଣୀ ଧର ଭଇଁସାଲ,ହୁକିମ୍ ଭଇଁସାଲ, ଗୋଲାପ ବାଗ ତଥା ଅନ୍ୟାନ୍ୟ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ

Sunil Chandra Nayak

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

Sunil Chandra Nayak

ରାଉରକେଲା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ

masiha

Leave a Comment

error: Content is protected !!