ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମିଶନ ଲାଇଫ କାର୍ଯ୍ୟକ୍ରମ ପାଳିତ

 ଡାବୁଗାଁ ୨୨/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଲାଇଫ ଷ୍ଟାଇଲ ଫର୍ ଏନଭରମେଣ୍ଟ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ କାର୍ଯ୍ୟକ୍ରମ ପରିଚାଳନା ଅଧ୍ୟକ୍ଷତାରେ ନିଜର ବକ୍ତବ୍ୟ ରେ କହିଲେ ଦାୟୀତ୍ଵ ବାନ ଜୀବନ ସହ ସୁସ୍ଥ ପରିବେଶ ଆମ ଲକ୍ଷ୍ୟ ରହିବା ଦରକାର ଏଥି ସହିତ ପରିବେଶକୁ ଗୁରୁତ୍ଵ ଦେଇ ସବୁଜ ଓ ନିର୍ମଳ ପରିବେଶ ଗଠନ ର ଲକ୍ଷ୍ୟ ରହିବା ଦରକାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଟି ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ୯ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ସଂଯୋଜକ ଦେବରପଲ୍ଲି କାର୍ଯ୍ୟକ୍ରମ ଆରମ୍ଭରେ ପରିବେଶ ସୁରକ୍ଷା ସହ ଜୀବନକୁ ଗୁରୁତ୍ଵ ଦେବା ଦରକାର ତେଣୁ ପରିବେଶ ସହ ଆମ ଜୀବନରେ ସବୁବେଳେ ବଞ୍ଚିବା ପାଇଁ ପ୍ରକୃତି କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ ରହିବା ଦରକାର ବୋଲି ନିଜ ବକ୍ତବ୍ୟରେ କହିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ପରିବେଶକୁ ସୁରକ୍ଷା ଦେବା ଏଥି ସହିତ ସେମାନଙ୍କ ସାଙ୍ଗ ସାଥି ମାନଙ୍କୁ ପରିବେଶର ଦାୟୀତ୍ଵ ଉପରେ ସଚେତନତା କରିବା ପାଇଁ ଶପଥ ପାଠ ଗ୍ରହଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ଜଳ ସୁରକ୍ଷା, ପରିବେଶ ସଫା ସୁତୁରା ରଖିବା ଓ ପ୍ଲାଷ୍ଟିକ ଦ୍ରବ୍ୟର ସଂଗ୍ରହ କରି ପ୍ଲାଷ୍ଟିକ ମୁକ୍ତ ସହ ପଲଥିନ ମୁକ୍ତ ସହ ସୁସ୍ଥ ପରିବେଶ ଉପରେ ଆଲୋଚନା ହୋଇଥିଲା । ଏହି ସମୟରେ ଜଳାଶୟ ସଫା ସୁତୁରା ସହ ସାଇକେଲ ରାଲିର କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦଳର ଛାତ୍ରୀ ଛାତ୍ର ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ଯଥା ଚିତ୍ର ଅଙ୍କନ, କବିତା ପାଠ, କୁଇଜ୍, ରଚନା ଲିଖନ ଓ ବକ୍ତୃତା ଆଦି ବିଭିନ୍ନ ଉତ୍ସାହିତ ମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ବିଜୟୀ ଛାତ୍ରୀ ଛାତ୍ର ମାନଙ୍କୁ ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଦୟାରାମ ମନୋହର, ଅର୍ଥନୀତି ଅଧ୍ୟାପକ ସନ୍ୟାସୀ ସାହୁ ଓ ଓଡ଼ିଆ ଅଧ୍ୟାପିକା ମନିଷା ସରକାର ଓ ଲାଇବ୍ରେରି ବିଭାଗର ପଞ୍ଚାନନ ପୂଜାରୀ, ଆଦି ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

Sunil Chandra Nayak

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ଅନୁଷ୍ଠିତ

masiha

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!