ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମହିଳା ସମିତି ଷଷ୍ଠ ଜିଲ୍ଲା ସମ୍ବିଳନୀ

ଜୁନାଗଡ଼୨୨/୫(ମ ନି ସ) ଜୁନାଗଡ଼ ସଂସ୍କୃତି ଭବନ ଠାରେ ଉତ୍କଳ ମହିଳା ସମିତି ପକ୍ଷରୁ ଷଷ୍ଠ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାନେତ୍ରୀ ରାନିମତି ଛତ୍ରୀଆ ଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ କୃଷ୍ଣ ପ୍ରିୟା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟ ବକ୍ତା ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ଜନ୍ମୟୀ ସାହାଣୀ ଯୋଗଦେଇ ବର୍ତମାନ ସମାଜରେ ନାରୀ ସମାଜ ପ୍ରତି ହେଉଥିବା ଅନ୍ୟାୟ ଓ ଆକ୍ରୋସ ବିଷୟରେ ଆଲୋଚନା କରିଥିଲେ।ଏଥିସହ ବିଭିନ୍ନ ଦାବୀ ସବୁ ଉପସ୍ଥାପନ କରାଯାଇଥିଲା।ସେଥିମଧ୍ୟରୁ ମହିଳା ମାନଙ୍କୁ ସାମାଜିକ ସୁରକ୍ଷା,ଥାନା ଓ ଅଦାଲତରେ ସମ୍ମାନ ମିଳିବା,ଜବକର୍ଡ଼ ଧାରୀଙ୍କୁ ୨୦୦ ଦିନର କାର୍ଯ୍ୟ,ମହିଳାଙ୍କୁ ନିର୍ଯାତନା ବନ୍ଦ କରିବା,ଗରିବଙ୍କୁ ୨୦୦ଇଉନିଟ ମାଗଣା ବିଜୁଳି,ଭୂମିହୀନଙ୍କୁ ଘରଦିହ ପ୍ରଦାନ,ଘରୋଇ ହିଂସା ବନ୍ଦ,ମହିଳାଙ୍କୁ ୫୦ ପ୍ରତିଶତ ରାଜନୈତିକ ଅଧିକାର ପ୍ରଦାନ,ସମାନ ଶିକ୍ଷ୍ୟା ଅଧିକାର ପ୍ରଭୃତି ରହିଥିଲା।ଅନ୍ୟମାନଙ୍କ ମଧ୍ୟରେ ମିନା ବାଗ,ସୁକାନ୍ତି ଦାସ,ଅମ୍ବିକା ବାଗ,ହିମାଦ୍ରୀ ବାଗ,ସବିତା ସତନାମୀ,ଲଳିତ ରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ସଂଯୁକ୍ତା ଚନ୍ଦନ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ଅନେକ ମହିଳା ଯୋଗଦେଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଦିନିକିଆ ଗସ୍ତ ରେ ୫ ଟି ସଚିବ

ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର କୃତିତ୍ବ

Sunil Chandra Nayak

ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!