ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

ନୂଆପଡା // ନୂଆପଡ଼ା ଜିଲ୍ଲା ରେ ପୁଣି ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡ଼ିଓ ମାଧମରେ ଆକୁଳ ନିବେଦନ କରିଛନ୍ତି ଶ୍ରମିକ। ଜବରଦସ୍ତି କାମ କରାଇବା ସହ ମନା କଲେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛିl ହରି ମାଝୀ ନାମକ ଜଣେ ବୟସ୍କ ଶ୍ରମିକଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଏକ ଭିଡିଓ ମାଧ୍ୟମ ରେ ସରକାରଙ୍କୁ ଅନୁରୋଧ କରି ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ହରି ମାଝୀ l ନୂଆପଡା ଜିଲ୍ଲା ବୋଡେ଼ନ ଓ କୋମନା ବ୍ଲକର ୪୫ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ମାଛରଲା ରେ ଆଜିକୁ ୬ମାସ ହେଲା ଇଟା ଭାଟି ରେ କାମ କରୁଛନ୍ତି l କୋମନା ବ୍ଲକ କାମକେଡା ଗାଁ ର ଦାଦନ ଦଲାଲ ଭଗବାନ ତାଣ୍ଡି ପ୍ରତି ଶ୍ରମିକଙ୍କୁ ଚାଳିଶ ହଜାର ଟଙ୍କା ଦେଇ କାମ କରିବାକୁ ନେଇଥିଲେ। ଛଅ ମାସ ପୁରି ଯାଇଥିବାରୁ ସେମାନଙ୍କୁ ଛାଡି ଦେବାକୁ ଶ୍ରମିକ ମାନେ କହିବାରୁ ଟଙ୍କା ଅନୁସାରେ କାମ ସରିନାହିଁ ଓ ଆହୁରି ଅନେକ ଦିନ କାମ କର, ନତୁବା ଟଙ୍କା ଦେଇ ଦିଅ ବୋଲି ସର୍ଦ୍ଦାର କହୁଛନ୍ତି ବୋଲି ଶ୍ରମିକ ମାନେ କହୁଛନ୍ତି।ଏନେଇ ଦଲାଲ ଭଗବାନଙ୍କୁ ଶ୍ରମିକ ମାନେ ଯୋଗାଯୋଗ କରିବାରୁ ଟଙ୍କା ଫେରାଇ ଦିଅ ବୋଲି କହୁଥିବା ଶ୍ରମିକ ମାନେ କହିଛନ୍ତି।ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଭିଡିଓ ମାଧ୍ୟମ ରେ ଉଲ୍ଲେଖ କରିବା ସହ ସେମାନଙ୍କୁ ଶୀଘ୍ର ଉଦ୍ଧାର ପାଇଁ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

Sunil Chandra Nayak

ରାଇରଙ୍ଗପୁର ବସ୍ତି କଲୋନୀରେ ‘ଓଡ଼ିଶା ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ‘ମହାସମାରୋହରେ “ମେଗା ଉତ୍ସବ “ଧୂମଧାମରେ ପାଳିତ 

masiha

ଶିକ୍ଷା ଓ ଶୈକ୍ଷିକ ବାତାବରଣ ତିଆରି ବିଦ୍ୟାଳୟର ସଫଳ ପ୍ରୟାସ , ବାଣୀପଙ୍ଗା ଓ ମଧୁପୁରରେ ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!