ବନ୍ଧୁଗାଁ ତା,୨୪/୬/୨୩,ଆନ୍ଦ୍ରର ବିଜୟୱାଡ଼ା ଠାରୁ ଟିକିରି ଯାଉଥିବା ଏକ ସିମେଣ୍ଟ୍ ବୋଝେଇ ଟ୍ରକକୁ(ଏପି୧୬ଟିଜେ-୫୦୦୩)ଜୟପୁରର ଜିଏସଟି ଟିମ୍ ଅଟକ ରଖିଥିବା ଜଣାପଡିଛି । ଖବର ପାଇ ଜିଏସଟି ଟିମ୍ ବନ୍ଧୁଗାଁ ଥାନା ସାନ ସରପଲି ଗ୍ରାମ ଠାରେ ଆଜି ଟ୍ରକକୁ ଅଟକାଇ ଜିଏସଟି ବିଲ୍ ଚେକିଙ୍ଗ କରିଥିବା ବେଳେ ବିଲ ତାରିଖ ଶେଷ ହୋଇ ଯାଇଥିବା ଜାଣିବାକୁ ପାଇଥିଲା । ଏନେଇ ସିମେଣ୍ଟର ମାଲିକଙ୍କ ଉପରେ ୮୧ ହଜାର ୯୦୪ ଟଙ୍କା ଜରିମାନା କରାଯାଇଥିଲା । ଜରିମାନା ବାବଦକୁ କୌଣସି ଟଙ୍କା ପୈଠ କରାଯାଇନଥିବାରୁ ଗାଡିକୁ ବନ୍ଧୁଗାଁ ଥାନା ଜିମାରେ ଦିଆ ଯାଇଥିବା ଜଣା ପଡିଛି ।
previous post