ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ

ଚୋରା ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ

ଖଇରା,୨୪/୫/୨୪ -ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧିନସ୍ଥ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଗଞ୍ଜେଇ ବେପାରୀ ଦୁଷ୍ମନ୍ତ ନାୟକ ବ୩୮ର୍ଷଙ୍କ ଠାରୁ ୩ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । କୌଣସି ଏକ ସ୍ଥାନକୁ ଶ୍ରୀ ନାୟକ ଗଞ୍ଜେଇ ନେଇ ଯାଉଥିବା ବେଳେ ଖଇରା ଅବକାରୀ ଥାନା ଓଆଇସି ଶ୍ରୀ ସୁରଜ୍ କୁମାର ଦିଗା କର୍ମଚାରୀ ମାନଙ୍କ ସହାୟତାରେ ଆସାମୀକୁ ଧରି ସଫଳ ହୋଇଛନ୍ତି । ପିଆର ନଂ ୫୧/୨୦୨୪-୨୫ ତା ୨୪.୦୫.୨୪ କେସ୍ ରୁଜୁ କରାଯାଇ ଆସାମୀକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ଓଆଇସି ଶ୍ରୀ ଦିଗା ଖଇରା ଅବକାରୀ ଥାନାରେ ଯୋଗ ଦେବା ପର ଠାରୁ ଚୋରା ମଦ, ଅଫିମ ଓ ଗଞ୍ଜେଇ ବିକ୍ରେତା ଓ ଚାଲାଣକାରୀ ମାନଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସୁନାମ ଅର୍ଜନ କରି ଚାଲିଛନ୍ତି । ସେ ଜଣେ ସଚ୍ଚୋଟ ଅଫିସର ଅଟନ୍ତି । ତାଙ୍କ ଚଢ଼ାଉ କାର୍ଯ୍ୟ ଦେଖି ଚୋରା ବେପାରୀ ଓ ଚାଲାଣକାରୀ ମାନେ ଭୟଭୀତ ହୋଇ ପଡିଲେଣି । ଦୈନିକ ଏପରି ଚଢ଼ାଉ ଜାରି ରହିଲେ ଅଞ୍ଚଳର ବାତାବରଣ ସୁସ୍ଥ ରହିବ ବୋଲି ସାଧାରଣ ଜନତା ଆଲୋଚନା କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

masiha

ବଡ ବଜାର ପୋଲିସ ବେଆଇନ ଅନଲାଇନ୍ ବାଜି ରାକେଟ ଠାବ ; ଜଣେ ଗିରଫ 

GUNUPUR POLICE CRACK DOWN ON GANJA TRAFFICKING, SEIZE 850 KGS OF CONTRABAND

masiha

Leave a Comment

error: Content is protected !!