ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଧର୍ମଗଡ଼:ବିଳମ୍ବିତ ରାତିରେ ଧର୍ମଗଡ଼ ଥାନା ନନ୍ଦଗାଁ ପଞ୍ଚାୟତ ବିରାମାଲ୍ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ସେହି ଗ୍ରାମର ବେଣୁଧର ନାଏକ (୩୬) ବୋଲି ଜଣାପଡ଼ିଛି।

ଆଶ୍ଚର୍ଯ୍ୟଜନକ ଭାବେ ବେଣୁଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘର ନିକଟସ୍ଥ ଉପେନ୍ଦ୍ର ନାଏକଙ୍କ ଘରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଘର ମାଲିକ ଉପେନ୍ଦ୍ର ନାଏକ, ତାଙ୍କ ଭାଇ ଅଜିତ୍ ନାଏକ ଓଉପେନ୍ଦ୍ର ଙ୍କ ସ୍ତ୍ରୀ ପ୍ରତିମା ନାଏକଙ୍କୁ ମଧ୍ୟ ନିଜଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ତିନି ଆହତଙ୍କୁ ଗୁରୁତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ବିଳମ୍ବିତ ରାତିରେ ମୃତ ବ୍ୟକ୍ତି କାହିଁକି ଉପେନ୍ଦ୍ରଙ୍କ ଘରକୁ ଯାଇଥିଲେ ସେନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଉପେନ୍ଦ୍ର ଓ ତାଙ୍କ ପରିବାରର ଅନ୍ୟ ଦୁଇଜଣ ଆହତ ହେବା ବିଷୟ ସମଗ୍ର ଘଟଣାକୁ ରହସ୍ୟାବୃତ୍ତ କରିଛି। ସୁଚନା ଯୋଗ୍ୟ ଯେ, ମୃତକ ବ୍ୟକ୍ତି ଧର୍ମଗଡ଼ ର କେନ୍ଦୁମୁଣ୍ଡି ପଡା ର ନିଜ ଶଶୁର ଘରେ ରହୁଥିଲେ ବୋଲି ଜଣାପଡ଼ିଛି ହେଲେ ଘଟଣାର ଦିନ ବିଳମ୍ୱିତ ରାତିରେ କାହିଁକି ନିଜ ଗାଁ କୁ ଗଲେ ତାହା ତଦନ୍ତ ସାପେକ୍ଷ। 

ଏ ସଂକ୍ରାନ୍ତରେ ଧର୍ମଗଡ଼ ଥାନା ପୋଲିସ ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିବା କହୁଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ଉକ୍ତ ଘଟଣା ଘଟିଥିବା ନେଇ ଅଞ୍ଚଳରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି। ଏନେଇ ଧର୍ମଗଡ଼ ଥାନାରେ କେଶ୍ ନମ୍ବର ୧୭୧ ରେ ଏକ ମାମଲା ରୁଜ୍ଜୁ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିବାହ ବନ୍ଧନ ହେଲା ସାତ ପର , ବିବାହ ର ତିନି ବର୍ଷ ନ ହେଉଣୁ ଶିଶୁ ପୁତ୍ର ସହ ଖେଳନା ବାପା ଙ୍କ ଘରେ 

Sunil Chandra Nayak

ରାତି ଅଧରେ ଭୀମକେଲା ଗାଁରୁ ଚୋରି

Sunil Chandra Nayak

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନଶିପ୍ ୨୦୨୬ ଉଦ୍‌ଘାଟିତ.

Sunil Chandra Nayak

Leave a Comment

error: Content is protected !!