ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରିଆ ଗ୍ରାମରେ ତ୍ରୟୋଦଶ ବାର୍ଷିକ -୨୦୨୬ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ତୃତୀୟ ଦିନରେ ଶିବଧନୁ ଭଗ୍ନ ଓ ସୀତା ବିବାହ

ସିଆରିଆ ଗ୍ରାମରେ ତ୍ରୟୋଦଶ ବାର୍ଷିକ -୨୦୨୬ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ତୃତୀୟ ଦିନରେ ଶିବଧନୁ ଭଗ୍ନ ଓ ସୀତା ବିବାହ

ଢେଙ୍କାନାଳ – ଢେଙ୍କାନାଳ ସଦର ବ୍ଲକ ତାଳବରକୋଟ ଗ୍ରାମପଞ୍ଚାୟତ ସିଆରିଆ ଗ୍ରାମରେ ସତ୍ୟ ସନାତନ ଧର୍ମପୀଠର ସାଧୁବାବା ଶ୍ରୀ ଶ୍ରୀ ସଦାନନ୍ଦ ଦାସ ମହାରାଜାଙ୍କ ଆଶୀର୍ବାଦ ଓ ତତ୍ତ୍ବାବଧାନରୁ ସର୍ବୋପରି ସିଆରିଆ ଗ୍ରାମର ସମସ୍ତ ଅଧିବାସୀଙ୍କ ସାହାଯ୍ୟ ସହଯୋଗରୁ ଚଳିତବର୍ଷ ତା ୧୫/୪/୨୦୨୬ ରିଖ ବୁଧବାର ଠାରୁ ତା ୨୩/୪/୨୦୨୬ ରିଖ ଗୁରୁବାର ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ବ୍ୟାପୀ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ରାମ ଚରିତ ମାନସ ନବାହ୍ବ ପାରାୟଣ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବିଶ୍ବଶାନ୍ତି ରାମାୟଣ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟସୂଚୀ ଅନୁଯାୟୀ ଅଦ୍ୟାବଧି ଚାଲୁ ରହିଅଛି। ଗତ କାଲି ତା ୧୫/୪/୨୦୨୬ରିଖ,ବୁଧବାର ପୂର୍ବାହ୍ନ ୮ ଘଟିକା ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସନ୍ଧ୍ୟା ୬ ଘଟିକା ସମୟରେ ମଞ୍ଚ ଉଦ୍ଘାଟନ ମୁଖ୍ୟ ଅତିଥି ଭାବେ ବ୍ରହ୍ମଚାରୀ ବାବା ଶ୍ରୀ ଶ୍ରୀ ସଦାନନ୍ଦ ଦାସ ମହାରାଳ ସତ୍ୟ ସନାତନ ଧର୍ମପୀଠ,ସିଆରିଆ ଓ ଶ୍ରୀଯୁକ୍ତ ଦେବାଶିଷ ଜେନା ସମାଜସେବୀ,ତାଳବରକୋଟ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରବଚନ କାର୍ଯ୍ୟକ୍ରମ – ପ୍ରତ୍ୟେହ ସନ୍ଧ୍ୟା ୭ ଘଟିକା ଠାରୁ ୧୫/୪/୨୦୨୬ ବୁଧବାର ପ୍ରଥମ ଦିନ ଶ୍ରୀରାମ ଚରିତ ମାନସ ପାରାୟଣ ଉଦ୍ଦେଶ୍ୟ ଓ ଶିବପାର୍ବତୀ ଉପାଖ୍ୟାନ ପ୍ରବକ୍ତା : ବ୍ରହ୍ମଚାରୀ ବାବା ଶ୍ରୀ ଶ୍ରୀ ସଦାନନ୍ଦ ଦାସ ମହାରାଜ,ସତ୍ୟ ସନାତନ ଧର୍ମ ପୀଠ,ସିଆରିଆ। ତା ୧୬/୪/୨୦୨୬ ଗୁରୁବାର ଦ୍ୱିତୀୟ ଦିନରେ ପ୍ରସଙ୍ଗ ଭଗବାନ ଶ୍ରୀଶ୍ରୀ ରାମ ଜନ୍ମ ଓ ବାଲ୍ୟଲୀଳା,ପ୍ରବକ୍ତା ପଣ୍ଡିତ ମାନସ ରଞ୍ଜନ ଦାସ ଆଠଗଡ। ଆଜି ତୃତୀୟ ଦିନରେ ତା ୧୭/୪/୨୦୨୬ ଶୁକ୍ରବାର ଦିନ ପ୍ରସଙ୍ଗ : ଶିବଧନୁ ଭଗ୍ନ ଓ ସୀତା ବିବାହ,ପ୍ରବକ୍ତା : ପଣ୍ଡିତ ଶ୍ରୀ ଶୁକଦେବ ମହାରଣା ନୟାଗଡ଼। ତା ୧୮/୪/୨୦୨୬ ଶନିବାର ଚତୁର୍ଥ ଦିନରେ ଶ୍ରୀରାମଙ୍କ ବନବାସ ଓ କୈବର୍ତ୍ତ୍ୟ ଭକ୍ତି ପ୍ରସଙ୍ଗ,ପ୍ରବକ୍ତା : ମହନ୍ତ ବାବା ଶ୍ରୀ କମଳ ଲୋଚନ ଦାସ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ଭୁବନେଶ୍ୱର। ତା ୧୯/୪/୨୦୨୬ ରବିବାର ପଞ୍ଚମ ଦିନରେ ପ୍ରସଙ୍ଗ : ଭରତଙ୍କ ଚିତ୍ରକୂଟ ଗମନ,ପ୍ରବକ୍ତା : ମହନ୍ତ ବାବା ଶ୍ରୀ କମଳ ଲୋଚନ ଦାସ। ତା ୨୦/୪/୨୦୨୬ ସୋମ‌ବାର ଷଷ୍ଠ ଦିନରେ ପ୍ରସଙ୍ଗ : ସୀତା ହରଣ,ପ୍ରବକ୍ତା ପଣ୍ଡିତ ଶ୍ରୀ ପଦ୍ମନାଭ ତ୍ରିପାଠୀ ମାନସ କମଳ ସଭାପତି ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଓଡ଼ିଶା। ତା ୨୧/୪/୨୦୨୬ ମଙ୍ଗଳବାର ଦିନ ପ୍ରସଙ୍ଗ : ଲଙ୍କାଦହନ ଓ ସେତୁବନ୍ଧ ପ୍ରତିଷ୍ଠା,ପ୍ରଵକ୍ତା : ପଣ୍ଡିତ ଶ୍ରୀ ପଦ୍ମନାଭ ତ୍ରିପାଠୀ। ତା ୨୨/୪/୨୦୨୬ ବୁଧବାର ଦିନ ପ୍ରସଙ୍ଗ : ରାବଣ ବଧ,ପ୍ରବକ୍ତା : ବ୍ରହ୍ମଚାରୀ ଶ୍ରୀ ସତ୍ୟ ଚୈତନ୍ୟ ମହାରାଜ ନଗେନା ଆଶ୍ରମ ଢେ଼ଙ୍କାନାଳ। ତା ୨୩/୪/୨୦୨୬ ଗୁରୁବାର ଦିନ ପ୍ରସଙ୍ଗ ଶ୍ରୀରାମଙ୍କ ରାଜ୍ୟାଭିଷେକ ଓ କାକଭୁଷଣ୍ଡି ସମ୍ବାଦ,ପ୍ରବକ୍ତା : ବ୍ରହ୍ମଚାରୀ ଶ୍ରୀ ସତ୍ୟ ଚୈତନ୍ୟ ମହାରାଜ।ପ୍ରତ୍ୟେହ ସନ୍ଧ୍ୟା ୬.୦୦ ଘଟିକା ରୁ ୭.୦୦ ଘଟିକା ନାମ ସଂକ୍ରିର୍ତ୍ତନ,ଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ମଣ୍ଡଳୀ,ସିଆରିଆଙ୍କ ଦ୍ବାରା ପରିବେଷଣ। ପ୍ରତ୍ୟେହ ସନ୍ଧ୍ୟା ୬.୦୦ ଘଟିକା ରୁ ୮.୦୦ ଘଟିକା ଶ୍ରୀଯୁକ୍ତ ଭିକାରୀ ଚରଣ ନାୟକ,ପ୍ରଧାନ ଶିକ୍ଷକ,ଭଗବାନ ବିଦ୍ୟାମନ୍ଦିର,ସିଆରିଆ ଓ ଡ.ପଞ୍ଚାନନ ସୁନ୍ଦର ପାଣି,ଶିକ୍ଷାବିତ୍। ଶେଷ ଦିନରେ ବିଶ୍ବଶାନ୍ତି ମହାଯଜ୍ଞ ଶୁଭାରମ୍ଭ ସକାଳ ୬ଟାରୁ ସୂର୍ଯ୍ୟ ପୂଜା,ଗୋପୂଜା ପରେ ଯଜ୍ଞ ଆରମ୍ଭ ପୂର୍ଣାହୂତୀ ଅପରାହ୍ନ ୪ ଘଟିକା,ରାତ୍ର ୧୦ ଘଟିକା ସମୟରେ ପ୍ରସାଦସେବନ। ଆଜି ଶୁକ୍ରବାର ଏହି ପ୍ରବଚନ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ଠାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଗାଁ ଚଉପାଢି ମଣ୍ଡପରେ ପ୍ରବଚକ ସନ୍ଥ,ମହାରାଜ ଓ ମାନସସେବକ ପ୍ରବଚକଙ୍କ ଦ୍ବାରା ରାମଚରିତ ବାଣୀ ଦ୍ବାରା ରାମାୟଣ ପ୍ରେମୀମାନଙ୍କୁ ପ୍ରବଚନ ମଧ୍ଯମରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କର ବିଶ୍ବାସ ଭାଜନ ଥିବା ମୁଖ୍ୟ ପୃଷ୍ଠ ପୋଷାକ ବାବା ଶ୍ରୀ ସଦାନନ୍ଦ ଦାସ ମହାରାଜ ଏବଂ ପୃଷ୍ଠ ପୋଷାକ ହେଲେ ମାୟାଧର ଖଟୁଆ,ରବିନାରାୟଣ ବିଶୋଇ,ଅରୁଣଦୟ ରାଉଳ,ଗଣେଶ୍ୱର ଦାସ,ବସନ୍ତ କୁମାର ସାହୁ, ଅର୍ଜ୍ଜନ କୁମାର ରାଉତ ଭାବେ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ସହିତ ବେଣୁଧର ପରିଡ଼ା,ଶତ୍ରୁଘ୍ନ ରାଉଳ,ଶତ୍ରୁଘ୍ନ ରାଉତ,ସୁଶାନ୍ତ କୁମାର ସାହୁ,ଚକ୍ରଧର ଦାସ,ଉଦ୍ଧବ ରାଉତ,ପ୍ରଭାକର ସ୍ୱାଇଁ,ଯୋଗେନ୍ଦ୍ର ରାଉଳ, ଅଜୟ ପରିଡ଼ା ଏବଂ ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରି ପାରାୟଣକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟୀ ଦାଣ୍ଡବୋଷ ଗ୍ରାମରେ ଐତିହ୍ୟ ସ୍ମାରକୀ ପୀଠର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ଭୂମି ପୂଜନ

Sunil Chandra Nayak

୭୭ତମ ସ୍ବାଧୀନତା ଦିବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

masiha

ବିଶ୍ବ ହିନ୍ଦୁ ପରିଷଦର ୬୦ତମ ପୂର୍ତ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା 

masiha

Leave a Comment

error: Content is protected !!