ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୁନ୍ତେଶୁ ରୁ ରାମଜୀପୁଟ ଗ୍ରାମକୁ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ

ବନ୍ଧୁଗାଁ ତା ୨୪/୪/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ରାମଜୀପୁଟ ରୁ କୁନ୍ତେଶୁ ଗ୍ରାମକୁ ନୂତନ ଭାବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ହୋଇଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ ଶେଷ ହୋଇଛି କିନ୍ତୁ ପରିତାପର ବିଷୟ ଟେଣ୍ଡର ପାଇଥିବା କଣ୍ଟ୍ରାକଟର ଓ ଆରଡି ବିଭାଗ ଯନ୍ତ୍ରୀଙ୍କ ବୁଝାମଣାରେ ଉକ୍ତ ରାସ୍ତାଟି କୁନ୍ତେଶୁ ରୁ ସବଡମ ଗ୍ରାମ ଦେଇ ନିର୍ମାଣ କରିବାକୁ ସ୍ଥିର କରାଯାଇଛି। କେଉଁ କାରଣରୁ ରାମଜୀପୁଟ ଗ୍ରାମ ଦେଇ ନିର୍ମାଣ କରିବାକୁ ସ୍ଥିର କରାଯାଇଥିବା ରାସ୍ତା କୁ ବାଦ୍ ଦିଆଗଲା। ରାମଜୀପୁଟ ଗ୍ରାମରେ ୨୯୦ ଘରର ପ୍ରାୟ ୩ ହଜାର ଜନ ସଂଖ୍ୟା ଥିବା ବେଳେ ୧୫ ଶହ ଭୋଟର ରହିଛନ୍ତି।କୁନ୍ତେଶୁ ଗ୍ରାମରୁ ରାମଜୀପୁଟ ଗ୍ରାମକୁ ପାଦରେ ଚାଲି ଚାଲି ଆଜି ମଧ୍ୟ ବେପାର ବାଣିଜ୍ୟ ସହିତ ବନ୍ଧୁ ବାନ୍ଧବ ଅଧିକ ରହିଛି। ଉକ୍ତ ରାସ୍ତାଟି ନିର୍ମାଣ ଖବର ଦୁଇଖଣ୍ଡ ଗାଁ ଭୋଟର ଜାଣିବା ପରେ ଅଧିକ ଖୁସି ବ୍ୟକ୍ତ ହୋଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୁନ୍ତେଶୁ ରୁ ରାମଜୀପୁଟ ଗ୍ରାମକୁ ୬ କିମି ରାସ୍ତା ନିର୍ମାଣ ପାଇଁ ୫.୦୧ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ଏହି ରାସ୍ତା କୁନ୍ତେଶୁ ରୁ ସବଡମ ଗ୍ରାମ ଦେଇ ନିର୍ମାଣ ପାଇଁ ମାପି ଦେବା ବିଷୟ କୁ ଆମେ ସମସ୍ତ ଭୋଟର ଓ ଜନସାଧାରଣ ତୀବ୍ର ବିରୋଧ କରୁଛୁ। ଆଜି ରାମଜୀପୁଟ ଓ କୁନ୍ତେଶୁ ଗ୍ରାମର ଭୋଟର ଏକତ୍ର ହୋଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଗାମୀ ଦିନରେ ଉକ୍ତ ରାସ୍ତା ନିର୍ଦ୍ଧାରିତ ଠିକଣା ଅନୁଯାଇ ନିର୍ମାଣ ନ ହେଲେ ବିଜେଡ଼ି ଦଳକୁ ଛାଡି ଅନ୍ୟ ଦଳକୁ ଭୋଟ ଦେବୁ ନଚେତ ଭୋଟ ବର୍ଜନ କରିବା ପାଇଁ ଜଣାଇଛନ୍ତି।ଆଜି କୁନ୍ତେଶୁ ରୁ ସବଡମ ଗ୍ରାମକୁ ଆର୍ ଡି ଯନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ କଣ୍ଟ୍ରାକ୍ଟାର ଜେଶିପି ଦ୍ୱାରା କାମ କରୁଥିବା ସ୍ଥାନରେ ଗାଁ ର ଦେବରପଲ୍ଲୀ ନାରାୟଣ, ନାରାୟଣ ମେଲେକା, ଲୋବ ମେଲେକା, ମାଲାସା ପୀଡିକା, ସିମାଞ୍ଚାଲ ମେଲେକା, ଦେର୍କୁ ମେଲେକା, ଲିଙ୍ଗାନା ମେଲେକା, ଶ୍ରୀପତି ମେଲେକା, ଦାଳାନା ମେଲେକା ଓ ଦାମଦର ମେଲେକା ସମେତ ଶତାଧିକ ଲୋକ ଉପସ୍ଥିତ ରହି ରାସ୍ତା ନିର୍ମାଣ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିପଦ ସଂକୁଳ ରାସ୍ତାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟ ସମୀକ୍ଷା କଲେ କୃଷି ଜିଲ୍ଲା ଅଧିକାରୀ : ସଚେତନତା ଓ ପ୍ରୋତ୍ସାହନ ସତ୍ତ୍ୱେ ସଫଳତା ନେଇ ବିଗିଦିଲେ

masiha

ଗୁରୁକୃପା ମହୋତ୍ସବ, ଯୋଗ ଦେଲେ ମହା ମହିମ ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!