ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କୋକସରା,୨୪/୦୪ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ରବିବାର ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭାଲୁ ଆକ୍ରମଣରେ ଗୁରୁତର ଯୁବକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତ ସର୍ଗିଗୁଡା ଗ୍ରାମର ବଳରାମ ମାଝୀ(୪୩)।ଗତକାଲି ସେ ଗାଁ ନିକଟରେ ଥିବା ସାହାଜଖୋଲ ଜଙ୍ଗଲକୁ କେନ୍ଦୁପତ୍ର ତୋଳି ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।।ଭାଲୁ କବଲ ରୁ କୌଣସି ମତେ ଖସି ଘରକୁ ଆସିବା ପରେ ତାଙ୍କୁ ଉଦ୍ଧାର କରି ପରିବାର ଗତକାଲି ରାତିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସ୍ଥିର ରହିଛି। ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ମୁତାବକ ଯେଉଁ ସବୁ ସହାୟତା ରହିଛି ତାହା ତଦନ୍ତ ପରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

Sunil Chandra Nayak

Prativa Satapathy nominated as a member of OSCW.

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବା ଉତ୍ସବ , ଆକର୍ଷିତ କଲା ଜନଜାତି ସାମଗ୍ରୀ ପ୍ରଦର୍ଶନୀ

Sunil Chandra Nayak

Leave a Comment

error: Content is protected !!