ପବିତ୍ର ଶିବରାତ୍ରିରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ
ଖଇରା,୧୩/୦୨/୨୫- ସାହିତ୍ୟ, ସମ୍ବାଦ ଓ ସମାଜସେବାକୁ ପାଥେୟ କରି ଆଗେଇ ଚାଲିଛି ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୨୭ ତାରିଖ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ହୁଏ । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁ ମାନେ ମଧ୍ୟ ଯୋଗଦେଇ ଥାନ୍ତି । ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅନୁଷ୍ଠାନ ଗଠିତ ହୋଇଥିଲେ ମଧ୍ୟ ସମାଜସେବା ମୂଳ ଲକ୍ଷ୍ୟ । ଗରିବ, ଅସହାୟ, ବିକଳାଙ୍ଗ, ବାର୍ଦ୍ଧକ୍ୟ, ବିଧବା ଇତ୍ୟାଦି ମାନଙ୍କୁ କମ୍ବଳ ଓ ବିଭିନ୍ନ ପ୍ରକାର ଡ୍ରେସ ବଣ୍ଟନ କରିଥାଏ । ବର୍ତ୍ତମାନ ସୁଦ୍ଧା ୧୬ ପର୍ଯ୍ଯାୟ କମ୍ବଳ ବଣ୍ଟନ ସରିଛି । କମ୍ବଳ ବଣ୍ଟନ ପରେ ମେଲେରିଆ ଓ ଡେଙ୍ଗୁ ନିରାକରଣ ନିମନ୍ତେ ମଶାରୀ ବଣ୍ଟନ ପାଇଁ ଅନୁଷ୍ଠାନ କଥା ଦେଇଥିଲା । ଆସନ୍ତା ତା ୨୬/୦୨/୨୦୨୫ ରିଖ ବୁଧବାର ମହାଶିବରାତ୍ରି । ଏହି ଦିନ ମଶାରୀ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିବ ଅନୁଷ୍ଠାନ । ଅନୁଷ୍ଠାନର ସମାଜସେବା କାର୍ଯ୍ୟ କେବଳ ବାଲେଶ୍ବର ଜିଲ୍ଲାରେ ସୀମିତ ନାହିଁ, ଅନ୍ୟ ଜିଲ୍ଲାରେ ବି ଜାରି ରହିଛି । ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ସମାଜସେବା କାର୍ଯ୍ୟ ଜାରି ରଖିବ ଅନୁଷ୍ଠାନ । ଏଥିସହିତ ଆଗାମୀ ଦିନରେ ଆହୁରି ଅନେକ ପ୍ରକାର ସମାଜସେବା କାର୍ଯ୍ୟ ଜାରି ରଖିବା ନିମନ୍ତେ ଅନୁଷ୍ଠାନ ସିଦ୍ଧାନ୍ତ ନେଇଛି । ଅନୁଷ୍ଠାନ ଯେତେବେଳେ ଯାହା କଥା ଦେଇଥାଏ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ପରିଣତ କରିଛି । ଅନୁଷ୍ଠାନର କାର୍ଯ୍ୟ ଦକ୍ଷତା ଓ ଲୋକ ମାନଙ୍କ ଭଲ ପାଇବା ଯୋଗୁଁ ରାଜ୍ୟ, ଦେଶ ଓ ଦେଶ ବାହାରେ ମୋ ଅନୁଷ୍ଠାନ ଚର୍ଚ୍ଚିତ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ପ୍ରତିଟି କାର୍ଯ୍ୟରେ ସହଯୋଗ କରୁଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ । ବର୍ତ୍ତମାନ ତାଙ୍କର ଅକୁଷ୍ଠଚିତ ସାହାଯ୍ୟ ଓ ସହଯୋଗରେ ଅନୁଷ୍ଠାନ ଆଗେଇ ଆଗେଇ ଚାଲିଛି । ଶ୍ରୀମତୀ ମାହୁଁନ୍ତ କେବଳ ସାହିତ୍ୟିକା ନୁହଁନ୍ତି ଜଣେ ଦକ୍ଷ ସମାଜସେବୀ ମଧ୍ୟ । ସାହିତ୍ୟ ପରିବାରର ବୋହୂ । ତାଙ୍କ କାର୍ଯ୍ୟ ଦକ୍ଷତାରେ ଅନୁଷ୍ଠାନ ସନ୍ତୁଷ୍ଟ । ଆଗାମୀ ଦିନରେ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମାହୁଁନ୍ତଙ୍କ ଆସନ କେଉଁଠି ଦେଖିବାକୁ ବାକି ରହିଲା ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

