ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଇଭେଟ କମ୍ପାନୀ କେନ୍ଦୁପତ୍ର କ୍ରୟ ଘଟଣା, ଏକଜୁଟ ହେଲେ ବିଜମରା ସେକ୍ସନ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି

କୋକସରା,୧୭/୪- କଳାହାଣ୍ଡିର ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ବନାଞ୍ଚଳ ବିଜମରା କେନ୍ଦୁପତ୍ର ଫରେଷ୍ଟ ସେକ୍ସନରେ ରହିଥିବା ୧୪ ଗୋଟି କେନ୍ଦୁପତ୍ର ଫଡ଼ି ବିରିମୁହାଣ, ଆମପାଣି, ରଏନଗୁଡା ବିଜମରା, ଧୋବେନଚଞ୍ଚରା, ଘଣ୍ଟିଗୁଡା, କୁଳେରଗୁଡା, ଗୋତୋମୁଣ୍ଡା, ପିପଲଝାପର, ଭାଲୁଚୁଆଁ, କନକପୁର,ପାଇକପଡା, ଜୟନ୍ତପୁର ଓ କନ୍ଦାଗଡ ଫଡ଼ି ରେ ବିଗତ ୨/୩ ବର୍ଷ ହେବ ରାଜ୍ୟ ବାହାରର ବିଭିନ୍ନ ବେସରକାରୀ କମ୍ପାନୀ ମାନେ ସ୍ଥାନୀୟ କିଛି ନେତା ଓ ଦଲାଲଙ୍କୁ ହାତ ବାରିସୀ କରି ଗ୍ରାମସଭା ମାଧ୍ୟମରେ କେନ୍ଦୁପତ୍ର କ୍ରୟ ଆରମ୍ଭ କରିଛନ୍ତି। ଫଳରେ ୧୯୭୩ ମସିହାରୁ ସରକାରୀ ଭାବେ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ କାର୍ଯ୍ୟ କରୁଥିବା କେନ୍ଦୁପତ୍ର କ୍ରୟ କର୍ମଚାରୀ ଚେକର, ମୁନସି, ଚପରାଶି ଓ ତୋଳାଳୀ ମାନେ ଜୀବିକା ହରାଇବା ସହ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନାରୁ କେନ୍ଦୁପତ୍ର ତୋଳାଳିଙ୍କ ପରିବାର ବଞ୍ଚିତ ରହୁଥିବା ନେଇ ଅଭିଯୋଗ ହେଉଛି। ରବିବାର ଏନେଇ ଲଡୁଗାଁ ରେଞ୍ଜ ବିଜମରା ସେକ୍ସନ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ଶ୍ରମିକଙ୍କ ପକ୍ଷରୁ ତ୍ରିନାଥ ପୋଟାଙ୍କ ପରିଚାଳନାରେ କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡ଼ିଆରେ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ଶ୍ରମିକଙ୍କ ପକ୍ଷରୁ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଲଡୁଗାଁ କେନ୍ଦୁପତ୍ର ଡିଭିଜନର ରେଞ୍ଜର ରେବତୀକାନ୍ତ ନାଏକ, ବିଜମରା ଫରେଷ୍ଟର ହରିଶଙ୍କର ଧରୁଆ, ଜୟପାଟଣା ଫରେଷ୍ଟର ତ୍ରିଲୋକ୍ୟ ମାଝୀ, ରେଙ୍ଗାଳପାଲି ଫରେଷ୍ଟର ସୁଦାମ ଚରଣ ସାହୁ, ହେଡ ଚେକର ଦାମୋଦର ବିଶି, ସର୍କଲ ଚେକର ଅଲେଖ ନାଏକ, ତ୍ରିଭୁବନ ବଗର୍ତ୍ତି , ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଗୋତୋମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ, ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରି, ମହିମା ସରପଞ୍ଚ ଇଶରାମ କୋଲଥିଆ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଉପସ୍ଥିତ ରହି କେନ୍ଦୁପତ୍ର ତୋଳାଳୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ କେନ୍ଦୁପତ୍ର ତୋଳି ସରକାରୀ ଯୋଜନାରେ ରହିଥିବା କେନ୍ଦୁପତ୍ର ଶ୍ରମିକ ଓ ତାଙ୍କ ପରିବାର ପ୍ରତି ରହିଥିବା ସରକାରୀ ସହାୟତାର ଲାଭ ଉଠାଇବାକୁ ପରାମର୍ଶ ଦେବାସହ ବେସରକାରୀ କମ୍ପାନିକୁ କେନ୍ଦୁପତ୍ର ବିକ୍ରି ନକରିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନର ୧୪ ଫଡ଼ିରେ ନିୟୋଜିତ ରହିଥିବା ମୁନସି , ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

masiha

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟନ

Leave a Comment

error: Content is protected !!