ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

ଏହି କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଙ୍କୁ ଚିଠି

ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଙ୍କୁ ଚିଠି ଲେଖି ଯୁବ ସମାଜସେବୀ ଅବିନାଶ ଠାକୁର ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ ୨୦୧୦ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଥୁଆମୂଲ ରାମପୁର ଠାରେ ଜାଗା ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୨୦୧୦ ଓ ୨୦୧୨ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେରିତ କରାଯାଇଛି । ହେଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ବର ଟୁଡୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାସହ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମସୁଧା ହେଉଛି । ଏହା ଦ୍ବାରା କଳାହାଣ୍ଡିର ଆଦିବାସୀ ଭାଇ ଭଉଣୀ ପ୍ରତି କେନ୍ଦ୍ର ସରକାରଙ୍କ ଉପେକ୍ଷା ସହ କେବିକେ ର ମଧ୍ୟାଞ୍ଚଳ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି ପ୍ରତି ବୈମାତୃକ ମନୋଭାବ ଦର୍ଶାଉଛି।କଳାହାଣ୍ଡି ଜିଲ୍ଲାରେ ସମସ୍ତ ପ୍ରକାରର ସୁବିଧା ଥିବା ସତ୍ତ୍ବେ ଆଦିବାସୀ ବିଶ୍ବବିଦ୍ୟାଳୟରୁ ବଞ୍ଚିତ ହେବା ନିଶ୍ଚିତ ଭାବରେ ଏକ କ୍ଷୋଭ ର ବିଷୟ । ଏଣୁ କେନ୍ଦ୍ର ସରକାର ଏହା ଉପରେ ପୁନଃ ବିଚାର କରି ତ୍ୱରିତ ପଦକ୍ଷେପ ନେବାପାଇଁ ଅବିନାଶ ଠାକୁର ଅନୁରୋଧ କରିଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ଓ ପ୍ରଚେଷ୍ଟା କ୍ରମେ ଆଜି କଳାହାଣ୍ଡି ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ, ବୈଷୟିକ ମହାବିଦ୍ୟାଳୟ, କୃଷି ମହାବିଦ୍ୟାଳୟ, ନର୍ସିଂ କଲେଜ, ପଲିଟେକନିକ୍ ମହାବିଦ୍ୟାଳୟ ପ୍ରମୁଖ ପ୍ରତିଷ୍ଠା ହୋଇପାରିଛି । ଏଣୁ କେନ୍ଦ୍ର ସରକାର ମଧ୍ୟ ଜିଲ୍ଲାର ବିକାଶ ପାଇଁ ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା କରନ୍ତୁ ବୋଲି ଶ୍ରୀ ଠାକୁର ଚିଠି ଲେଖି ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଇନ୍ଦିରା ଗାନ୍ଧି ଜାତୀୟ ଆଦିବାସୀ ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ ନିମନ୍ତେ ୨୦୧୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିନିମନ୍ତେ କଳାହାଣ୍ଡି ଜିଲ୍ଲାରେ ଜମି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ମୟୂରଭଞ୍ଜରେ ଏହି କ୍ୟାମ୍ପସ ସ୍ଥାପନ ପାଇଁ ଜାଗା ଖୋଜିବା ନିମନ୍ତେ ଏକ ସାତ ଜଣିଆ ଟିମ ଗଠନ କରିବା ଜଣାପଡ଼ିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି ।

ପ୍ରକାଶ ଯେ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ବ୍ୟାପାର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ମୟୂରଭଞ୍ଜରେ ଜାଗା ଚିହ୍ନଟ ପାଇଁ ଗଠନ କରାଯାଇଛି। ଶନିବାର ଏହି ଟିମ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଜାଗା ଚିହ୍ନଟ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଏଥିନିମନ୍ତେ ୫୦ ଏକର ଜମିର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ରସରକାରଙ୍କ ମାନବ ସମ୍ବଳ ବିଭାଗ ପକ୍ଷରୁ ୨୦୧୦ ମସିହାରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିଠି ନଂ ୨୭୯୦୮ ତା:୨୩.୦୯.୨୦୧୦ରେ ଜମି ଚିହ୍ନଟ କରି ତୁରନ୍ତ ଜଣାଇବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ |କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଥୁଆମୂଳ ରାମପୁର ବ୍ଳକର ବେନ୍ଦାଝୋଲା ଓ କୁମଡ଼ା ବାହାଲରେ ସରକାରୀ ଜମି ଚିହ୍ନଟ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ସେଠାରେ ଜାତୀୟ ଆଦିବାସୀ ବିଶ୍ଵବିଦ୍ୟାଳୟର ଆଞ୍ଚଳିକ କ୍ୟାମ୍ପସ ସ୍ଥାପନ ପାଇଁ ଡଙ୍ଗର କିସମ ଜମି ଚିହ୍ନଟକରାଯାଇଥିଲା।

କ୍ୟାମ୍ପସକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଠିକ ଥିବାବଳେ ଏହା ଭବାନୀପାଟଣା ସଦର ମହକୁମାରୁ ୬୬ କି.ମି. ଦୂରରେ ଥିବା ଜଣାଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଚିଠି ନଂ- ୧୯୩୫/ତା:୧୨.୧୦.୧୦୨୦ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଜମି ଚିହ୍ନଟ କରାଯାଇଥିବା ନେଇ ଜଣାଇଥିଲେ। ଏହି ଚିଠିର ଦୀର୍ଘ ୨୦ ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର କଳାହାଣ୍ଡିରେ ଜାତୀୟ ଆଦିବାସୀବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଭୁଲିଯାଇଛନ୍ତି। ତତ୍କାଳୀନ ସାଂସଦ ବିକ୍ରମକେଶରୀ ଦେଓ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅବଗତ କରିଥିଲେ।ଅମରକଣ୍ଟକର ଇନ୍ଦିରା ଗାନ୍ଧୀଜାତୀୟ ଆଦିବାସୀ ଆଦିବାସୀ ବିଶ୍ବବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଚିଠି ନଂ- ୪୧.୦୧.୨୦୧୨ ତ।:୨୭,୦୪,୨୦୧୨ରେ ରାଜ୍ୟ ସରକାରଙ୍କୁ ୩୦୦ ଏକର ଜାଗା,ସଡ଼କ ଯୋଗାଯୋଗ ତଥା ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିବା ଏକ ଆରଟିଆଇର ଉତ୍ତରରେ ଲିଖିତ ଭାବେ ଦେଇଥିଲେ ।କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ନିମନ୍ତେ ଜାଗା ଚିହ୍ନଟ କରାଯାଇଥିବା ବେଳେ ଏହି କ୍ୟାମ୍ପସକୁ ସ୍ଥାନାନ୍ତର କରି ମୟୂରଭଞ୍ଜରେ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାର ମସୁଧା କରୁଥିବା ନେଇ ଏଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କଳାହାଣ୍ଡି ପରିବର୍ତ୍ତେ ମୟୂରଭଞ୍ଜରେ ସ୍ଥାପନ କରିବା ଉଦ୍ୟମକୁ ଜିଲ୍ଲାରେ ତୀବ୍ର ବିରୋଧ କରାଯାଇଛି। ତେବେ ତୁରନ୍ତ କେନ୍ଦ୍ର ସରକାର କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାବାସୀ ପକ୍ଷରୁ ଦାବୀ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

Sunil Chandra Nayak

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

masiha

Leave a Comment

error: Content is protected !!