ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଭଦ୍ରା ଯୋଜନା ର ପଥ ପ୍ରାନ୍ତ ସଚେତନତା ସଭା

ସୁଭଦ୍ରା ଯୋଜନା ର ପଥ ପ୍ରାନ୍ତ ସଚେତନତା ସଭା 

 ସରକାର ଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଵା ସୁଭଦ୍ରା ଯୋଜନା ରେ ବାଦ ପଡ଼ିଥିବା ମହିଳା ମାନେ କିପରି ସୁଭଦ୍ରା ଯୋଜନା ରେ ସାମିଲ ହେବେ ଏବଂ ସୁଭଦ୍ରା ଯୋଜନା ରେ ଯେଉଁ ମହିଳାମାନେ ଟଙ୍କା ପାଇଛନ୍ତି ସେହି ଟଙ୍କା କୁ ଛୋଟ ଛୋଟ ବ୍ୟବସାୟ କରି ନିଜ ପରିବାର କୁ ସ୍ବାବଲମ୍ବୀ କରିପାରିଵେ ସେଥିପାଇଁ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ମାନଙ୍କ ରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଛି । ସେହି ପରିପ୍ରେକ୍ଷୀରେ ଗୁରୁବାର ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଠାରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଏହି ପଥପ୍ରାନ୍ତ ସଭା ରେ ମୁଖ୍ୟଅତିଥି ଭାବରେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ , ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ , ସିଡିପିଓ ଧରିତ୍ରୀ ପାଣିଗ୍ରାହୀ , ସମାଜସେବୀ ହିମାଂଶୁ ଶେଖର ପଣ୍ଡା, ଅପ୍ରେସ ସ୍ଵାଇଁ, ଏବଂ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଯୋଗ ଦେଇଥିଲେ। ଉପସ୍ଥିତ ଥିବା ମହିଳା ମାନଙ୍କୁ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ଟଙ୍କା କୁ ଛୋଟ ଛୋଟ ବ୍ୟବସାୟ କରି ନିଜ ନିଜ ପରିବାର କୁ ସ୍ଵାଵଳମ୍ଵୀ କରିପାରିବେ ସେଥିପାଇଁ ବିଭିନ୍ନ ଉଦାହରଣ ଦେଇ ଅତିଥି ମାନେ ବୁଝାଇଥିଲେ। ମଞ୍ଚକୁ ସରପଞ୍ଚ ଶ୍ରୀ ପ୍ରଧାନୀ ପରିଚାଳନା କରିଥିବା ବେଳେ ସି,ଡି,ପି,ଓ, ଧନ୍ୟବାଦ୍ ଅର୍ପଣ କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସଜବାଜ ହେଉଛି ଆାଦିବାସୀ ମେଳି 

masiha

ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ରଘୁବୀର ନାଗ ସଭାପତି : ଈଶ୍ୱର ବଗର୍ତ୍ତି ସାଧାରଣ ସଂପାଦକ

Sunil Chandra Nayak

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

masiha

Leave a Comment

error: Content is protected !!