ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଇରାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ 

ଖଇରାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ

ଖଇରା,୦୫/୩/୨୫ – ବାଲେଶ୍ବର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ପରିସରରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ସିମୁଳିଆ – ଖଇରା ନିର୍ବାଚନ ମଣ୍ଡଳୀର ବହୁ ବିଜୁପ୍ରେମୀ ମାନେ ଯୋଗ ଦେଇଥିଲେ । ବିଜୁ ବାବୁ ଓଡ଼ିଶାର ବରପୁତ୍ର, ଇଣ୍ଡୋନେସିଆର ଭୂମିପୁତ୍ର, ସମୃଦ୍ଧ ଓଡିଶା ଗଠନରେ ତାଙ୍କର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ତାଙ୍କ ଭଳି ସାହସୀ ଓ ଦକ୍ଷତା ସମ୍ପନ୍ନ ବ୍ଯକ୍ତି ପ୍ରାୟ ବିରଳ । ସେ ଥିଲେ ଝଡ଼ର ଇଗଲ, ତାଙ୍କର ଅଦ୍ଯମ ସାହସ ଓ ବଳିଷ୍ଠ ମନୋଭାବ ତାଙ୍କୁ ଆଗକୁ ଯିବାରେ ପ୍ରେରଣା ଯୋଗାଇଥିଲା । ତାଙ୍କ ଶାସନ କାଳରେ ଓଡ଼ିଶାର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ମହିଳା ମାନଙ୍କୁ ସମ୍ମାନ ମିଳିଛି, ରାଉରକେଲା ଇସ୍ପାତ କାରଖାନା, ପାରାଦୀପ ବନ୍ଦର, କୋଣାର୍କ ଟିଭି, ଉଡାଜାହାଜ ପଡିଆ, କୋରାପୁଟର ସୁନାବେଢା ଠାରେ ମିଗ୍ ବିମାନ କାରଖାନା, ରାସ୍ତାଘାଟ, ପାନୀୟଜଳ ପ୍ରକଳ୍ପ, ପଞ୍ଚାୟତରାଜ ବ୍ଯବସ୍ଥା ଇତ୍ୟାଦି କ୍ଷେତ୍ରରେ ତାଙ୍କ ଅବଦାନ ଓଡିଶାବାସୀ କେବେବି ଭୁଲି ପାରିବେ ନାହିଁ । ବିଭିନ୍ନ ପଞ୍ଚାୟତରୁ ଉପସ୍ଥିତ ଥିବା ବିଜୁ ପ୍ରେମୀ ମାନେ ବିଜୁ ବାବୁଙ୍କ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜୁ ଜନତା ଦଳର ବାଲେଶ୍ବର ଜିଲ୍ଲା ସଭାପତି ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପ୍ରଦାନ କରି ଗୁଣଗାନ କରିଥିଲେ । ଶେଷର ବିଜୁବାବୁ ଅମର ରହେ, ବିଜୁବାବୁ ଅମର ରହେ ସ୍ଲୋଗାନରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

Sunil Chandra Nayak

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ତରଫରୁ ମହାନ ଜନନାୟକ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!