ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

ଜୁନାଗଡ଼(ମ ନି ସ):-୧୫|୪ ନାରୀ ଓ ଶିଶୁ ନିର୍ଯ୍ୟାତନା ନ୍ୟାୟ ଦାବୀରେ ଆଜି ଗୋଲାମୁଣ୍ଡା ଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ନୌକେଶ୍ୱର ପୁଟେଲ ଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନେଇ ଗୋଲାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗରପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଓଡ଼ିଶାରେ ନିରୀହ ଶିଶୁ ଓ ଶିଶୁ ମହିଳା ମାନଙ୍କୁ ଦୁଷ୍କର୍ମ ଗଣ ଧର୍ଷଣ, ହତ୍ୟା ଏବଂ ହଜାର ହଜାର ମହିଳା ଓ ଶିଶୁ ନିଖୋଜ ହୋଇଥିବା ଯୋଗୁଁ ତାର ନ୍ୟାୟିକ ଯାଞ୍ଚ କରାଯିବା ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ,ପୂର୍ଵତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ,ବରିଷ୍ଠ କଂଗ୍ରେସ ନେତା ଜଗୁପ୍ରସାଦ ରାଉତ,ନରହରି ବାଗ,ସୁମେଶ୍ୱର ମୁନି,ମୁସିକ ମଙ୍ଗରାଜ,ହେମା ବରେଟ,ଅଶ୍ୱିନ ମଲ୍ଲିକ,ନରହରି ବାଗ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗ ଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଭାରତ ର ମହାନରାଷ୍ଟ୍ର ନାୟକ ପୂର୍ବତନ ପ୍ରାଧନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ  ଚାନ୍ଦି ବାଉଁଶ ମୂଳ ଠାରେ  ମହା ସମାରୋହ ରେ ପାଳିତ

Sunil Chandra Nayak

ହିନ୍ଦୋଳରେ ବିଜେଡ଼ି ପ୍ରାର୍ଥୀ କେଶବଙ୍କ ବିଜୟ 

Sunil Chandra Nayak

ଗୁଣପୁର ବିଧାନସଭା : ବିଜେଡିର ରଘୁନାଥ ଗମାଙ୍ଗ ଏବଂ ବିଜେପିରୁ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

masiha

Leave a Comment

error: Content is protected !!