ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନ ବିରୋଧୀ ବିଜେପି ସରକାର ହଟାଅ – ଦେଶ ବଞ୍ଚାଅ , ଶ୍ରମିକ କୃଷକ ର ଅଧିକାର ପାଇଁଁ ରାଜଭବନ ଆଗରେ ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା କୁ ସଫଳ କର – ବିଷ୍ଣୁ ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ସି ଆଇ ଟି ୟୁ 

ଜନ ବିରୋଧୀ ବିଜେପି ସରକାର ହଟାଅ – ଦେଶ ବଞ୍ଚାଅ ,

ଶ୍ରମିକ କୃଷକ ର ଅଧିକାର ପାଇଁଁ ରାଜଭବନ ଆଗରେ ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା କୁ ସଫଳ କର – ବିଷ୍ଣୁ ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ସି ଆଇ ଟି ୟୁ 

ରାଉରକେଲା/କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଙ୍କ ଜନବିରୋଧୀ, ଶ୍ରମିକ ଓ କୃଷକ ବିରୋଧୀ ନିତୀ ବିରୁଦ୍ଧରେ ୨୧ ଦଫା ଦାବିରେ ସି ଆଇ ଟି ୟୁ ସମେତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ବିଭିନ୍ନ କର୍ମଚାରୀ ଫେଡେରେସନ୍ ଏବଂ ଅଖିଳ ଭାରତ କିଷାନ ସଭା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ଆସନ୍ତା ନଭେମ୍ବର ୨୬,୨୭,୨୮ ତିନି ଦିନ ଧରି ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା ରାଜଭବନ ସମୁଖ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଇସ୍ପାତ କାରଖାନା ଅଧୀନରେ କାମ କରୁଥିବା ଶହ ଶହ ଠିକା ଶ୍ରମିକଙ୍କ ସମେତ ,କର୍ମଚାରୀ, କୃଷକ ଓ ସାଧାରଣ ଜନତାଙ୍କୁ ସାମିଲ କରିବା ପାଇଁ ରାଉରକେଲା କଣ୍ଟ୍ରାକ୍ଟର ୱକର୍ସ ୟୁନିୟନ,ସି ଆଇ ଟି ୟୁ ର ସାଧାରଣ ସଭା, ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

  ୟୁନିୟନ ର ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି କହିଥିଲେ ଯେ ସୁନ୍ଦରଗଡ଼ ଜିଲ୍ଲା ର ଖଣି ଖାଦାନ, ଜିଲ୍ଲାର ବିଭିନ୍ନ ଶିଳ୍ପ, ଠିକା ଶ୍ରମିକ, ପରିବହନ ଶ୍ରମିକ, ଆଶା, ଅଙ୍ଗନବାଡ଼ି, ପାଚିକା ଭଳି ଅନେକ ସ୍କିମ୍ ଶ୍ରମିକ, ନିର୍ମାଣ ଶ୍ରମିକ ଶତାଧିକ ଶ୍ରମିକ, କୃଷକ ଏହି ମହାଗଣଧାରଣା ରେ ସାମଲ ହେବାକୁ ଆହ୍ୱାନ କରିଥିଲେ। ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, କୃଷକ ବିରୋଧୀ କଳା ଆଇନ୍ ପ୍ରତ୍ୟାହାର କରିବା ସହିତ କୃଷକ ଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ରେଳବାଇ, ସେଲ୍,କୋଲ ଓ ଅନ୍ୟାନ୍ୟ ଲାଭଦାୟକ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ଜନଗଣଙ୍କ ଖାଦ୍ୟ ନିରାପତ୍ତା କୁ ସୁନିଶ୍ଚିତ କରିବା, ଜଙ୍ଗଲ ଜମିର ଅଧିକାର, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ପ୍ରଦାନ, ସମସ୍ତ ଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବା, ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୦ ପ୍ରତ୍ୟାହାର କରିବା ଆଦି ୨୧ଦଫା ଦାବିରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, କର୍ମଚାରୀ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ଏହି ଅହୋରାତ୍ର ଗଣଧାରଣା କୁ ସଫଳ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି,ସି ଆଇ ଟି ୟୁ ରାଜ୍ୟ ସଂପାଦକ ବସନ୍ତ ନାୟକ, ବି ପି ମହାପାତ୍ର,ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, କର୍ମଚାରୀ ଫେଡେରେସନ୍ ନେତା ଭାଗିରଥି ଟୁଡୁ, ଇସ୍ପାତ ଶ୍ରମିକ ନେତା ବାସୁଦେବ ସାହୁ, ପରିବହନ ଶ୍ରମିକ ନେତା ଅରୁଣ ମହାରଣା, ବସନ୍ତ ପାଢ଼ୀ, ବାବୁଲା ଆପଟ, ବୁବୁନ ମାଇତି, ଜୟନ୍ତୀ ମୋହିନୀ, ଲଳିତା ରଜକ, ବଛିରାମ ବେହେରା, ସାଗର ଛୋଟରାୟ, ପ୍ରମୁଖ ୟୁନିୟନ ନେତା ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

masiha

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

masiha

ବିଜେଡି ଅକ୍ତିଆର ରେ ନୂଆପଡ଼ା ର ଦୁଇ ଗୋଟି ବିଧାନସଭା 

masiha

Leave a Comment

error: Content is protected !!