ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

“ବୌଦ୍ଧ ବିଜେପି ଜିଲ୍ଲା ତରଫରୁ ” ମୋ ମାଟି ମୋ ଦେଶ ,” ଜିଲ୍ଲା ସ୍ତରୀୟ ବୈଠକ ” 

ଆଜି -୦୮.୦୮ – ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ,ଜିଲ୍ଲା ସ୍ତରୀୟ ବୈଠକ “ମୋ ମାଟି ମୋ ଦେଶ” ସମନ୍ଧିତ କାର୍ଯ୍ୟକ୍ରମ ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ତ୍ଵ ରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିରୋଧୀ ଦଳର ନେତା ସଚ୍ଚିଦାନନ୍ଦ ଦଲାଲ, ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କଂହେଇ ଚରଣ ଡାଙ୍ଗ, 4ନଂ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପ।ଠି ବିଜେପି ନେତା ସୁଶାନ୍ତ ପ୍ରଧାନ ମଞ୍ଚ।ସିଂନ ଥିଲେ ।ଆଗାମୀ ଦିନରେ ସ୍ୱାଧୀନତା ର 75ବର୍ଷ ପୂର୍ତ୍ତି ଆମ୍ବୃତ କାଳ ଅବସରରେ ନିଜର ମାଟି ନିଜର ଦେଶ ପାଇଁ କିଛି କାର୍ଯ୍ୟ କରି ଦେଶ ମାତୃକାର ନାମ ରଖିବା ପାଇଁ ଆହ୍ୱାନ ଦେଇଥିଲେ ।ଏହା ସହିତ ସହିଦ ବୀର ଯବାନ ଙ୍କ ସହିତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଗ୍ରାମରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଇବା ପାଇଁ ପ୍ରସ୍ତୁତି ହୋଇଥିଲା । ଏହା ସହ ପ୍ରଧାନମନ୍ତ୍ରୀଙ୍କ ନଅ ବର୍ଷ ପୂର୍ତ୍ତି ଶାସନ ଅବସରରେ ଲୋକାଭି ମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇ ବା ସହିତ ଜିଲ୍ଲା ର ୬୯ ଗୋଟି ପଞ୍ଚ ।ୟତ ମାନଙ୍କରେ ଅନ୍ୟୁନ ୭୫ ଗୋଟି ଗଛ ପ୍ରତି ପଞ୍ଚାୟତ ରେ ଲଗାଇବା , ତ୍ରିରଙ୍ଗା ପତାକା ବିଗତ ବର୍ଷ ପରି ଏବର୍ଷ ମଧ୍ୟ ପ୍ରତି ଘରେ ଘରେ ଲଗାଇବା , ଓ ତ୍ରିରଙ୍ଗା ପତାକା ଧରି ସବୁ ବର୍ଗ ର ଲୋକଙ୍କୁ ଯୋଡ଼ି ଯାତ୍ରା ଅନୁଷ୍ଠିତ କରାଇବା, ସମସ୍ତ ସ୍ଵାଧୀନତା ସଂଗ୍ରାମୀ ଙ୍କ ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରିବା ଓ ତତ୍ ସହିତ ଅଗଷ୍ଟ ମାସରେ ପ୍ରତି ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ କରିବା ସହିତ ବିଜେଡି ସରକାର ର ସମସ୍ତ ଦୁର୍ନୀତି , ଭ୍ରଷ୍ଟାଚାରର ପରଦା ଫା ସ କରିବା , ପ୍ରଧାନ ମନ୍ତ୍ରୀ ଯୋଜନା ର ଘର ଦେବାରେ ବିଫଳ ଓ ଦୁର୍ନୀତି, ସ୍ୱଚ୍ଛ ଭାରତ ଅଭିଯାନ ,ମନରେଗା , ଏସ .ଏଫ୍ .ସି. , ଚିଟ୍ ଫଣ୍ଡ, ୫ ଟି ,ମଧ୍ୟାହ୍ନ ଭୋଜନ, ନିମ୍ନ ମାନର ଛତୁଆ ଯୋଗାଣ , ପ୍ରଭୁତି ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ଦୁର୍ନୀତି ଅଭିଯୋଗ ସବୁ କୁ ନେଇ ତଦନ୍ତ ଦାବି ଆପତ୍ତି କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ,୯ ବର୍ଷ ସୁଶାସନ ର ସମସ୍ତ ଯୋଜନା ଗୁଡ଼ିକ ଉପରେ ଜନ ସାଧାରଣ ଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରି ଅଭି ଭାଷଣ ଦେଇଥିଲ ।ଏଥିରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ,ସର୍ଵଶ୍ରି ଶ୍ୟାମ ସୁନ୍ଦର ପୁରୋହିତ , ସୁଶାନ୍ତ ବାଘ , ପୂର୍ଣ୍ଣ ଚନ୍ଦ୍ର ଗାଇଗୋରିଆ , ଶିଶିର କୁମାର ଘୋଷ ,ମନ ରଞ୍ଜନ ଦାସ, ନମିତା ରାଣୀ ଦାସ , ରଶ୍ମିତା ହୋତା ,ରବୀନ୍ଦ୍ର ଦେଓ , ଅଟଳ ପ୍ରଧାନ ,ଯୁଗଳ କିଶୋର ସାମଲ , ମାଗୁଣି ଗାଈ ଗୌରୀଆ,ତପନ ଡ।ଙ୍ଗ, ବାମନ ବାରିକ , ନିରଞ୍ଜନ କର୍ଣ୍ଣ , ଅନିଲ କୁମାର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ନବୀନ ହୋତା , ପିନାକ ରଣା, ଯୀଶୁ ପ୍ରଧାନ , ଶମ୍ଭୁ ପ୍ରଧାନ, ବିଶି କେଶ ନ ପ୍ରଧାନ , ବିନୋଦ ମହାକୁଡ ,ସୁବାସ ପ୍ରଧାନ , ସୁରେଶ ମହାକୁଡ ପ୍ରଭୁତି ଦଳୀୟ ପଦାଧିକାରୀ ବୃନ୍ଦ ଆଜିର ବୈଠକରେ ଯୋଗଦାନ୍ କରିଥିଲେ ।     

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି 

Sunil Chandra Nayak

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

କେଜ୍ରିୱାଲ ଙ୍କୁ ୩ ପୃଷ୍ଠାର ଚିଠି ଲେଖିଲେ ସିସୋଦିଆ, ପାଠ କଲେ ନବରଙ୍ଗପୁର ଆପ୍

Sunil Chandra Nayak

Leave a Comment

error: Content is protected !!