ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ ପିଇଓ ସଂଘର କଳା ବ୍ୟାଚ ପରିଧାନ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସମ୍ବୁଖରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଚ ପରିଧାନ କରି ଧାରଣା ଦେଇଥିଲେ ।ଏଥିରେ ଜୁନାଗଡ଼ ବ୍ଲକ ପିଇଓ ସଂଘର ସଭାପତି ଆକାଶ କୁମାର ସାହୁ ଙ୍କ ନେତୃତ୍ୱରେ ସମସ୍ତ ପିଇଓ ଯୋଗଦାନ କରି ରାଜ୍ୟ ସରକାର ଙ୍କୁ ନିଜର ଦାବି ଉପସ୍ଥାପନା କରିଥିଲେ । ଏଥିରେ ପିଇଓଙ୍କ ଦରମା ବୃଦ୍ଧି ,ପଦୁରନତି ତଥା ଶିକ୍ଷାଗତ ଯୋଗ୍ୟତା କୁ ଯୁକ୍ତଦୁଇରୁ ଯୁକ୍ତ ତିନି ବାଧ୍ୟତାମୂଳକ କରିବାକୁ ଦାବି କରିବା ସହ ଦରମା ହାର ୨୧ ହଜାର ୭୦୦ ରୁ ୩୫ ହଜାର ୪୦୦ କୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ୧୦ ବର୍ଷ ଚାକିରୀ ପୂରଣ କରି ଥିବା ପିଇଓଙ୍କୁ ସ୍ୱତନ୍ତ୍ର ପଦବୀକୁ ପ୍ରମୋସନ ଦେବା ସହ ଦରମା ବୃଦ୍ଧି କରିବା ଏବଂ ଜିପି ଡି ଓ ପଦବୀକୁ ସତ ପ୍ରତିଶତ ପଦ ର ନତି ର ସୁ ବ୍ୟବସ୍ଥା କରିବା ଓ ପି ଆର ଏ ସ କ୍ୟାଡରରେ ନିର୍ବାହୀ ଅଧିକାରୀ ଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହୋଇଛି ।ଏ ନେଇ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନିର୍ଦେଶକ୍ରମେ ଜୁନାଗଡ଼ ବ୍ଲକ ର ପିଇଓ ସଂଘର ସମସ୍ତ ପିଇଓ ବ୍ଲକ ସମ୍ବୁଖରେ ଧାରଣା ଦେଇଥିଲେ । ଆସନ୍ତା ୧୬ ତାରିଖ ଦିନ ଦାବି ଗୁଡିକ ପୂରଣ ନ ହେଲେ ୧୭ ତାରିଖ ଦିନ ସମସ୍ତ ପିଇଓ ସମୂହ ଛୁଟିରେ ଯିବେ ବୋଲି ସଂଘ ଚେତାବନୀ ଦେଇଥିବା ସଂଘର ସଭାପତି ଆକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

ରୁପ୍ରା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!