ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

ତେନ୍ତୁଳିଖୁଣ୍ଟି ୦୮/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନିବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ପ୍ରକଳ୍ପ ଏସିଆର ଦ୍ଵିତୀୟ ବୃହତ୍ତମ ପ୍ରକଳ୍ପ ବୋଲି ପ୍ରଚାରିତ ହେଉଥିବା ବେଳେ ପ୍ରକଳ୍ପ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ତ ପ୍ରକଳ୍ପ କଲୋନୀ ବାସୀଙ୍କୁ ଶୁଦ୍ଧ ଜଳ ଦେଇ ପାରିନି। ଓଲଟା ବର୍ଷା ଦିନରେ ଉପଯୁକ୍ତ ପରିମାଣରେ ଫିଟିକିରି ନ ପକାଇ ଗୋଳିଆ ପାଣି ଦେବା ଅଭିଯୋଗ ହୋଇଥାଏ। ବିଗତ ଦିନରେ ମୋଟର ଓ ପମ୍ପ ଆଦି ମରାମତି ଠିକ ସମୟରେ କରାଯାଇ ନ ପାରି ଦିନ ଦିନ ଜଳ ଯୋଗାଣ ବ୍ୟାହତ ହେବା ଅଭିଯୋଗ ହୋଇଆସୁଥିଲା। ଏପରି ମଧ୍ୟ ହୋଇଛି ଜନୈକ କନିଷ୍ଠ ଯନ୍ତ୍ରୀ ନିଜସ୍ୱ ବ୍ୟକ୍ତିଗତ ଉଦ୍ୟମରେ କଲୋନୀ ବାସୀଙ୍କୁ ନିରଵଛିନ୍ନ ଜଳ ଯୋଗାଣ ପାଇଁ ପମ୍ପ ଓ ମୋଟର ମରାମତି କରାଇ ବିଭାଗୀୟ ଆକ୍ରୋଶ ର ଶିକାର ହୋଇ ଆଜି ପର୍ଯ୍ୟନ୍ତ ପଦୋନ୍ନତି ରୁ ବଞ୍ଚିତ ଅଛନ୍ତି। ସେ ମରାମତି କରାଇଥିବା ମୋଟର ଓ ପମ୍ପ ଯୋଗୁଁ ଦୀର୍ଘ ତିନି ବର୍ଷ ହେଲା ଯାନ୍ତ୍ରିକ ତ୍ରୁଟି ଜନିତ ଜଳଯୋଗାଣ ବ୍ୟାହତ ହୋଇନି । ଅବଶ୍ୟ ଅନ୍ୟ କାରଣ ପାଇଁ ହୋଇଛି। 

 ଇନ୍ଦ୍ରାବତୀ ପ୍ରକଳ୍ପ ଜଳଯୋଗାଣ ବ୍ୟବସ୍ଥା ଦାୟିତ୍ୱ ବିଭିନ୍ନ ବିଭାଗ ଅଧୀନ କୁ ଯାଇ ଜୁଲାଇ 1 ରୁ ପୋଡ଼ାଗଡ଼ ବନ୍ଧ ବିଭାଗ କୁ ଆସିଛି। ମୂଳରୁ ଯେଉଁ କର୍ମଚାରୀ ମାନେ ଜଳଯୋଗାଣ ସେକ୍ସନ ରେ ରହି ମୋଟର ପମ୍ପ ଚଳାଇବା ଠାରୁ ଆରମ୍ଭ କରି ପାଣି ଛାଡିବା ଓ ଆବଶ୍ୟକ କ୍ଷେତ୍ରରେ ଭାଲବ ଆଦିର ମରାମତି କରୁଥିଲେ ସେଥି ମଧ୍ୟରୁ ଅଧିକାଂଶ ଅଵସର ନେଇ ସାରିଲେଣି। ପ୍ରକଳ୍ପ କର୍ତ୍ତୃପକ୍ଷ ଜଳ ଯୋଗାଣ ନିରବଛିନ୍ନ କରିବା ପାଇଁ ଆବଶ୍ୟକ ବୈଷୟିକ ପଦବୀ ପୂରଣ କରି ନାହାଁନ୍ତି।ଯେତିକି ଅଛନ୍ତି ସେହି ମାନଙ୍କ ସହ ଆଉ କିଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ସହଯୋଗରେ ଜଳଯୋଗାଣ ସମ୍ଭବ ହୋଇପାରିଥିଲା। କିନ୍ତୁ ଗୁଣ ନିୟନ୍ତ୍ରଣ ବିଭାଗ ଉଠିବା ବେଳେ କଲୋନୀ ମରାମତି ଓ ଜଳ ଯୋଗାଣ ସେକ୍ସନ ର ଯେତିକି କର୍ମଚାରୀ ଥିଲେ ସେମାନଙ୍କୁ ଜଳସେଚନ ବିଭାଗର କୁସୁମଖୁଣ୍ଟି ବାମ କେନାଲ ଓ, ଧର୍ମଗଡ ଡିଭିଜନ ତଥା ଜୁନାଗଡ ଡିଭିଜନ଼ କୁ ବଦଳି କରି ଦିଆ ଯାଇ ଡେପୁଟେସନ ରେ କୁସୁମଖୁଣ୍ଟି ବାମ କେନାଲ ର ଗୋଟିଏ ସେକ୍ସନ ରେ ରଖାଯାଇ ଇନ୍ଦ୍ରାବତୀ ରେ ଜଳଯୋଗାଣ କରା ଯାଉଥିଲା।ସର୍ବୋଚ୍ଚ ଯନ୍ତ୍ରୀ ଜଳସେଚନ ବିଭାଗ ରୁ 1 ଜୁଲାଇ 2023 ରେ ବହାରିଥିବା ପତ୍ର ସଂଖ୍ୟା18241 ପ୍ରକାରେ ଉକ୍ତ ସେକ୍ସନ ର 24 ଜଣ ଙ୍କୁ ପୋଡ଼ାଗଡ଼ ଡିଭିଜନ କୁ ବଦଳି ହେଲା କିନ୍ତୁ 4 ଜଣ କର୍ମଚାରୀ ବାଦ ପଡିଲେ ଯେଉଁ ମାନେ ଜଳ ଯୋଗାଣ ରେ ପ୍ରମୁଖ ଭୂମିକା ନେଉଥିଲେ। 24 ଜଣ ମଧ୍ୟରୁ ଜଣ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ରୁ ତିନି ଅଵସର ନେଇ ସାରିଲେଣି। ବର୍ତ୍ତମାନ ସେହି ଅଭିଜ୍ଞ କର୍ମଚାରୀ ଙ୍କ ଅନୁପସ୍ଥିତି ଯୋଗୁଁ ଗତ ଦଶ ରୁ ପନ୍ଦର ଦିନ ହେଲା ଜଳ ଯୋଗାଣ ରେ ନିରବଚ୍ଛିନ୍ନ ତା ରହୁନି। କାରଣ ମୋଟର ଚଳାଇବା ରେ ତ୍ରୁଟି ଓ ଦାୟିତ୍ବହୀନତା। ଏଣୁପାଣି କେବେ ଆସୁଛି କେବେ ନାହିଁ ଆସିଲେ ପାଞ୍ଚ ରୁ ସାତ ମିନିଟ ଆସୁଛି। ଏଭଳି ସ୍ଥିତିରେ ରେ ପ୍ରକଳ୍ପ କଲୋନୀ ରେ ଥିବା ହାତ ଗଣତି ପାନୀୟ ଯୋଗ୍ୟ 10 ରୁ 12 ଟି ନଳକୂପ ରେ ନାହିଁ ନଥିବା ଭିଡ଼ ହେଉଛି। ସହଜରେ ତ ପ୍ରକଳ୍ପ କଲୋନୀ ବାସୀ ଙ୍କୁ ଶୁଦ୍ଧ ପାନୀୟ ଜଳ ଆଜି ଯାଏ ମିଳି ପାରିନି। ଦ୍ଵିତୀୟରେ ଜଳ ଯୋଗାଣ ପାଇଁ ଆବଶ୍ୟକ ବୈଷୟିକ କର୍ମଚାରୀ ନିଯୁକ୍ତି କରାଯାଉନି। ଏପରିକି ପ୍ରକଳ୍ପ କଲୋନୀ ରେ ବିଛାଯାଇଥିବା ପାଇପ ଗୁଡିକ ବହୁ ପୁରୁଣା ହୋଇଥିବାରୁ 1100 କ୍ୱାଟର ମଧ୍ୟରୁ 200 ରୁ ତିନି ଶହ କ୍ୱାଟର ନିବାସୀ ଯେତିକି ପାଣି ପାଇପ ଯୋଗେ ପାଆନ୍ତି ନ କହିବା ଭଲ । ସହଜରେ ଏଭଳି ଅବସ୍ଥା ଏବେ ଦୁଇ ଦିନ ହେବ ଜଳ ଯୋଗାଣ ନ ହେବା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି।ଦାୟିତ୍ୱ ରେ ଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଚିରାଚରିତ ଉତ୍ତର ଆମ ପାଖରେ ଜଳଯୋଗାଣ ପାଇଁ ବଜେଟ ଆସିନି ,ତଥାପି ଆମେ ଚେଷ୍ଟା କରୁଛୁ କିଭଳି ଜଳ ଯୋଗାଣ ଠିକ ରୂପେ ହୋଇ ପାରିବ। 

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ତେରେଙ୍ଗାସିଲ ଓ କୋଷାବରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ଗାର୍ଡଓ୍ବାର୍ଲ ନିର୍ମାଣ ପାଇଁ ଦାବି

Sunil Chandra Nayak

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

masiha

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:

Sunil Chandra Nayak

Leave a Comment

error: Content is protected !!