ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିବା ଦାଦନ, ଘରକୁ ଫେରିଲେ ପଙ୍ଗୁ ହୋଇ

ଫୁଲବାଣୀ : ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିଲେ। କିଛି ଦିନ କାମ କରିବା ପରେ ପଙ୍ଗୁ ହୋଇ ଫେରିଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡର ଡହଲପଡ଼ି ସାହିର ଅଙ୍ଗଦ ମଳିକ(୨୨) । ଏହି ଯୁବକ ଭଗାମୁଣ୍ଡା ସାହିର ତାଙ୍କ ସାଙ୍ଗ ରବି ସାହାଣି ସହ କାମଧନ୍ଦା କରିବା ପାଇଁ ଗତ ଏପ୍ରିଲ୍ ମାସ ୨୭ ତାରିଖରେ ଘରେ କାହାକୁ କିଛି ନ କହି ବାଲିଗୁଡ଼ାରୁ ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲେ । ଏହାପରେ ଅଙ୍ଗଦ ମଳିକର ଘର ଲୋକେ ଅଙ୍ଗଦକୁ ଖୋଜାଖୋଜି କରି ନପାଇବାରୁ ଗତ ମଇ ମାସ ୪ ତାରିଖରେ ବାଲିଗୁଡ଼ା ଥାନାରେ ଅଙ୍ଗଦ ହୋଇଯାଇଥିବା  ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ।  ଗତ ଏପ୍ରିଲ୍ ୨୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଅଙ୍ଗଦ ମଳିକ ରବି ସାହାଣି ସହିତ କୁଆଡେ଼ ଚାଲିଯାଇଥିବା ମଧ୍ୟ ଉଲ୍ଲେଖ କରିଥିଲେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଏହା ମଧ୍ୟରେ  ଜୁନ୍ ମାସ ୨୨ ତାରିଖରେ ଗୁଜୁରାଟର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସ୍ବେଚ୍ଛାସେବୀ ରିତୁବେନ ବର୍ମା ଫୋନ୍ ଯୋଗେ ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ ଯେ, ବାଲିଗୁଡ଼ା ଅଞ୍ଚଳର ଅଙ୍ଗଦ ମଳିକ ନାମକ ଜଣେ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇ ତାଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି । ଏହାପରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଅଙ୍ଗଦଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ବାଲିଗୁଡ଼ା ପୋଲିସର ପରାମର୍ଶ ନେଇ ଅଙ୍ଗଦର ଭାଇ ରତ୍ନାକର ମଳିକ ଓ ଭିଣେଇ ରଂଜିତ ମଳିକ ମିଳିଥିବା ଠିକଣା ସ୍ଥାନକୁ ଯାଇଥିଲେ ଓ ନିଜ ଭାଇକୁ ଚିହ୍ନି ପାରିଥିଲେ । କିନ୍ତୁ ଭାଇକୁ ଦେଖିବା ବେଳେ ଭାଇର ଦୁଇହାତ ନଥିବା ବେଳେ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ସେଠାରେ ଚିକିତ୍ସିତ କରୁଥିବା ସ୍ବେଛାସେବି ଅନୁଷ୍ଠାନର ପରାମର୍ଶ କ୍ରମେ ଭାଇକୁ ଧରି ବାଲିଗୁଡ଼ା ଆସି ପହଁଚିବା ପରେ ଥାନାକୁ ନେଇଥିଲେ ।

ଜୟ ସେନ ପରିଡ଼ା ଙ୍କ ରିପୋର୍ଟ୍ 

Related posts

MP Shri Niranjan Bishi Remarks on the Jan Vishwas (Amendment of Provisions) Bill, 2025

Sunil Chandra Nayak

ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ 

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

Sunil Chandra Nayak

Leave a Comment

error: Content is protected !!