ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଇନ୍ଦିରା ମହିଳା ସମିତି ଆନୁକୁଲ୍ୟରେ ରାକ୍ଷୀ ମହୋତ୍ସବ 

ମା ଇନ୍ଦିରା ମହିଳା ସମିତି ଆନୁକୁଲ୍ୟରେ ରାକ୍ଷୀ ମହୋତ୍ସବ 

ରାଉରକେଲା: ମା ଇନ୍ଦିରା ମହିଳା ସମିତି ଆନୁକୁଲ୍ୟରେ ରାକ୍ଷୀ ମହୋତ୍ସବ ସିଭିଲ ଟାଉନସିପ୍ ସ୍ଥିତ ଯୋଗ ପାର୍କ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ସୁନିଲ କାୟଲ, ବିରେନ୍ ସେନାପତି, ଶ୍ରୀଧର ମଲ୍ଲିକ, ବିଶ୍ବନାଥ ପରିଡ଼ା,ପିଙ୍କୁ ଜୟସ୍ବାଲ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥି ମାନେ ବୃକ୍ଷରେ ରାକ୍ଷୀ ବାନ୍ଧିବା ସହ ବୃକ୍ଷର ସୁରକ୍ଷା ଦେବା ପାଇଁ ମତ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନର ମହିଳା ସଦସ୍ୟ ମାନେ ସମସ୍ତ ଅତିଥି ଓ ଉପସ୍ଥିତ ବ୍ୟକ୍ତିଙ୍କୁ ରାକ୍ଷୀ ବାନ୍ଧିବା ସହ ବିଭିନ୍ନ ଚାରା ଉପହାର ଦେବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି ଅବସରରେ ତରୁଣ କୁମାର,ନନ୍ଦନ ମୁଖାର୍ଜୀ, ଶ୍ରୀକାନ୍ତ ଚୈ।ଧୁରୀ, ବାଳକୃଷ୍ଣ ସାହୁ, ପ୍ରମୋଦ ମହାପାତ୍ର ପ୍ରମୁଖ ସୁନ୍ଦର ସଂଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱଇ ହେମଲତା,ପ୍ଲାବନୀ ପ୍ରଧାନ,ଡିମ୍ପଲ ସାହୁ, ସାବିତ୍ରୀ ଜୟପୁରିଆ,ମୀନା ସାହୁ,ଲିଲି ସ୍ବାଇଁ, ସ୍ମିତା ମିଶ୍ର, ବୈଲୋଚନ ସାହୁ ପ୍ରମୁଖ ଓ ଅନୁଷ୍ଠାନର ସମସ୍ତ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମସ୍ତେ ସୁସ୍ବାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

masiha

ପାଞ୍ଚ ଫୁଟ ଲମ୍ବର ନାଗ, ସାଢେ 4ଫୁଟ ଲମ୍ବର ନାଗୁଣୀ ଉଦ୍ଧାର

masiha

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ରୋଟାରାକ୍ଟ କ୍ଳବ ଅଫ୍ ରିମ୍ସ୍ ପକ୍ଷରୁ ଟଙ୍କ ତୋରାଣୀ ବଣ୍ଟନ

Leave a Comment

error: Content is protected !!