ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ମ ସଂଗଠନ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ଵର,୨୧/୩/୨୩– ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଆଶ୍ରମ ବିଦ୍ୟାଳୟ ନିକଟରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆର୍ମ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଉତ୍ତମ ପରିମଳ ଓ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପରିଚାଳକ ରାଧାକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଦେଉଳା ସରପଞ୍ଚ ସରୋଜ କୁମାର ପିଳା ମୁଖ୍ୟଅତିଥି ଭାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ଦେଉଳା ପଞ୍ଚାୟତ ସଦସ୍ୟା ଦୀପ୍ତିଲୀ ଦାସ, ସାମ୍ବାଦିକ ଦିଲ୍ଲୀପ କୁମାର ଦାସ, ଆର୍ମର ସଭାପତି ସୁମତି ରାଜ, ପ୍ରକଳ୍ପ ସଂଯୋଜିକା ସାବିତ୍ରୀ ଜେନା ସମାଜସେବୀ ପ୍ରମୋଦ ଭୂୟାଁ, ଶିକ୍ଷକ ଜଗନ୍ନାଥ ଦାସ, ରାଜନାରାୟଣ ନାୟକ, ଡମ୍ବରୁଧର ବାରିକ, ସାମ୍ବାଦିକ ଲକ୍ଷ୍ମୀଧର ପ୍ରଧାନ, ଆଶିଷ କୁମାର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ ରଖିଥିଲେ ।ପ୍ରାରମ୍ଭରେ ଆର୍ମର ମୁଖ୍ୟ ସମାଜ ସେବୀ ରାଜେନ୍ଦ୍ର ରଣା କାର୍ଯ୍ୟକ୍ରମ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଉଳା ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେବା ସହତ ଜଳପରିମଳ ସଚେତନତା ସମ୍ପର୍କିତ ଅଭିନୟ କରିଥିଲେ । ଶୁଭଲକ୍ଷ୍ମୀ ଜେନା, ଅର୍ଜୁନ କର, ଦେବଜ୍ୟୋତି ପଣ୍ଡା, ପ୍ଲାବନିକା ମିଶ୍ର, ଗୋପାଳକୃଷ୍ଣ ମହାପାତ୍ର, ମମତା ସେଠି, ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ବାହାରେ ଝାଡ଼ା, ପରିସ୍ରା ନକରିବା, ପରିଷ୍କାର ପାଣୀ ପିଇବା ଆଦି ପ୍ରତି ଯତ୍ନ ନେବା l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଛୋଟ ଛୋଟ ପିଲା ମାନଙ୍କ ଦ୍ୱାରା ପିଲାର ଅଭିଭାବକ ମାନେ ସଚେତନ ହେବେ ଓ ଆରୁଗ୍ୟ ରହିବେ l

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

Sunil Chandra Nayak

ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

ଅଗ୍ନି ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା 

masiha

Leave a Comment

error: Content is protected !!