ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ଥାନା !ତେନ୍ତୁଳି ଗଛରେ ଜଗିଥିଲା ଯମ । ଗଛରୁ ପଡି ଯୁବକ ମୃତ !

ମୟୂରଭଞ୍ଜ – ୯/୫ (ମସିହା) ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ସାନକୁଲେଇବିରା ଗ୍ରାମର ଗରୀବ ଚାଷୀ ବାବୁଲୁ ଭୂମିଜ(୩୦) ଆଜି ସକାଳ ୯ ଟା ସମୟରେ ଘର ପାଖରେ ଥିବା ତେନ୍ତୁଳି ଗଛରେ ଚଢି ତେନ୍ତୁଳି ତୋଳୁଥିବା ସମୟରେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଆଜି ଥିଲା ଯାମଦା ବ୍ଳକର ହରିଲାବେଡା ସାପ୍ତାହିକ ହାଟ । ତେଣୁ ଗରିବ ଵାଵୁଲୁ ସାପ୍ତାହିକ ହାଟରେ ତେନ୍ତୁଳି ବିକ୍ରି କରି ଘରର ସଉଦା ପତ୍ର କିଣିବ ବୋଲି ଘର ଲୋକଙ୍କୁ କହିଥିଲା । କିନ୍ତୁ ସତେ ଯେମିତି ତେନ୍ତୁଳି ଗଛରେ ଯମ ଲୁଚିକରି ଥିଲା ।ଅକାଳରେ ବାବୁଲୁ ଆର ପାରିକୁ ନେଇଗଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

masiha

ସାଇନିଂ ରକର୍ସ ଏକାଡ଼େମୀର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଗଠନ

masiha

Leave a Comment

error: Content is protected !!