ଡାବୁଗାଁ, ୯/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ ପରିସରରେ ବନ ବିଭାଗ ତରଫରୁ ଭ୍ରାମ୍ୟମାଣ ଚାରା ବିତରଣ ରଥ ରବିବାର ଉଦଘାଟନ ହୋଇଯାଇଛି | ଏଥିରେ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ସବୁଜ ପତାକା ଦେଖାଇ ରଥକୁ ଉଦଘାଟନ କରିଥିଲେ | ଏହି ରଥ ବନାଞ୍ଚଳ ଅଧୀନ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ କାର୍ଯ୍ୟ|ଳୟ କୁ ମାଗଣାରେ ଚାରା ବିତରଣ କରାଯିବ | ବ୍ୟକ୍ତିଗତ ଭାବେ କୌଣସି ବ୍ୟକ୍ତି ନେବାକୁ ହେଲେ ନିଜର ଆଧାର କାର୍ଡ ଓ ଜମି ପଟ୍ଟାର ଜେରକ୍ସ କପି ଦେବା ସହ ପ୍ରତି ଚାରା ପିଛା ୧ ଟଙ୍କା ଦାଖଲ କରି ଚାରା ନେଇପାରିବେ | ପ୍ରତି ବ୍ୟକ୍ତିଙ୍କୁ ୧୦ ଟି ଲେଖାଏଁ ଚାରା ପ୍ରଦାନ କରାଯିବ | ଏହି ଉଦଘାଟନ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ କାର୍ତ୍ତିକ ମାଝି, ପ୍ରକାଶ ସରକାର, ସରସ୍ଵତୀ ମେହେର ଓ ଲୋକ ମାନେ ଉପସ୍ଥିତ ଥିଲେ |
previous post
next post