ପୋଲିସ-ମାଓବାଦୀ ମୁହାଁମୁହିଁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଚାଲିଛି ଗୁଳିବିନିମୟ । ଏଥିରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ । ପୋଲିସ ଚାରିପଟୁ ଘେରିବା ଜାଣି ଗୁଳିଚାଳନା କରିଥିଲେ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
ତେବେ ଏହି ଗୁଳିବିନିମୟରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେପଟେ ଜଙ୍ଗଲରେ କେତେ ପରିମାଣର ମାଓବାଦୀ ଲୁଚି ରହିଥିଲେ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ପୋଲିସ ଗୁଳି ବାଜି ପୋଲିସ ଡିଏସ୍ପି ଗୁରୁତର ହୋଇଥିବା ଜଣାପଡିଛି।
ପୁନଶ୍ଚ,କିଛି ଦିନର ନିରବତା ପରେ ପୁଣି ସ୍ଥିତି ଜାହିର କରିଛନ୍ତି ମାଓବାଦୀ l ଭବାନୀପାଟଣା ଲକ୍ଷ୍ମୀପୁର ଗୋଡ଼ଭଟା ରେ ଗଛ ଏବଂ ରାସ୍ତା କଡରେ ଥିବା କାନ୍ଥ ରେ ଲଗେଇଥିବା ମାଓ ପୋଷ୍ଟର ଦେଖିବାକୁ ମିଳିଛି l ପୋଷ୍ଟର ର ସତ୍ୟତା ଜାଣିବା ପାଇଁ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି।