ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା: ସେକ୍ଟର ୧୯ ଥାନା ଆମ ପୁଲିସ ର ତରଫରୁ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଆମ ପୁଲିସର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ବିଶିଷ୍ଟ ଅତିଥି ଭାବେ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ଘରୋଇ ହିଂସା,( ପ୍ରୋଟେକ୍ସନ ଅଫ୍ ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ୨୦୧୨),ନାବାଳକଙ୍କ ଦୃତ ଗାଡି ଚାଳନା,୧୮ ବର୍ଷରୁ ଉର୍ଦ୍ଧ୍ବ ଅର୍ଥାତ୍ ସାବାଳକ ମାନେ ଟ୍ରାଫିକ ନିୟମ ପାଳନ,(ମୋଟର ଭେହିକଲ ଆକ୍ଟ) ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ତଥା ଯୈ।ତୁକ ଦେବା ଓ ନେବା କିପରି ଅପରାଧ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା, ସାଇବର ଠକେଇରୁ କିପରି ବଞ୍ଚିବା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟତଃ କାହାର ମୈ।ନିକଟ ଅଧିକାରକୁ ନଷ୍ଟ ନକରିବା ପାଇଁ ଆହ୍ବାନ ଦେଇଥିଲେ।ସବଇନ୍ସପେକ୍ଟର ରାଜେଶ ବେହେରା ସାଇବର ଠକେଇ ର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସାମାଜିକ ଅନୁଷ୍ଠାନ ଫାଇଟର ଗୃପର ମୁଖ୍ୟ ସୁମତୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ପୁଷ୍ପଲତା ସାହୁ, ରୀନା ସେଠୀ, ପୁଷ୍ପଲତା ବାରିକ, ରିଙ୍କି କୁମାରୀ, ସୁଜାତା ଜେନା ପ୍ରମୁଖ ଉପସ୍ଥିତ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। କମ୍ୟୁନିଟି ସେଣ୍ଟର୍ ର ସମ୍ପାଦକ ସୁବ୍ରତ ଜେନା ମଞ୍ଚାସୀନ ଥିଲା ବେଳେ,ଆମ ପୁଲିସର ଅନ୍ୟତମ ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନିହାର ଦାସ, ସୁବାସ ଚନ୍ଦ୍ର ଗୁପ୍ତା, ଗଣେଶ ଜୟସିଂହ, ଭଗବାନ ବାରିକ, ଶଙ୍କର ସାହୁ, ସୁଶାନ୍ତ ସ୍ବାଇଁ, ରମେଶ ଯାଦବ, ନିରଞ୍ଜନ ପଲେଇ,ଲିଲିମା ଜୟସିଂହ, ଜାନକୀ ଦେବୀ, ରୀତା ମହାପାତ୍ର, ଲକ୍ଷ୍ମୀଧର ମହାନ୍ତି,ବି ସି ରାଉତରାୟ, ଏ କେ ଜେନା, ନିଗମ ମହାନ୍ତି, ଫକୀର ସେଠୀ,ସୈ।ମ୍ୟରଞ୍ଜନ ମହାନ୍ତି, ରମାକାନ୍ତ ମଲ୍ଲିକ, ଉମାକାନ୍ତ ଚୈ।ଧୁରୀ, ମନୋରମା ସାହୁ, ଆଶୁତୋଷ ମିଶ୍ର, ପୁଲକିତ ମୋଖନ,ପ୍ରିୟାଂଶ ବାର୍ଲା,ଭୀଷ୍ମ ନାରାୟଣ ସ୍ବାଇଁ, ଜୟପ୍ରକାଶ ଦିଗାର,କବିନ୍ଦ୍ର ସ୍ବାଇଁ, ଶିବଶଙ୍କର ପାଲ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଥାନା ପକ୍ଷରୁ ଏସକେ ଭଞ୍ଜ,ଅଜିତ ନାଗ ଓ ଶାନ୍ତିଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୧ରୁ ଜଳସେଚନ ଦାବିରେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଲଡୁଗାଁ ପଞ୍ଚାୟତର ଚାଷି

Sunil Chandra Nayak

ସମ୍ମାନଜନକ ଡ଼କ୍ଟରେଟ୍ ଉପାଧି ପାଇଲେ ବୀରେନ୍ଦ୍ର ପ୍ରସାଦ ଦାସ

Sunil Chandra Nayak

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!