ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ବାଇକ ମୁହାଁ ମୁହିଁ ଧକ୍କା ୨ ମୃତ୍ୟୁ

କାମାକ୍ଷାନଗର -(ମନିସ )୧୧/୦୨/୨୩ // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ବାଇକ ଟ୍ରକ ମୁହାଁମୁହି ଧକ୍କାହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି |ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜଣେ ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ, ଅନ୍ୟ ଜଣେ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି|ସୂଚନା ମୁତାବକ ତାପସ ଏକ ବାଇକ ରେ ଆଠଗଡ଼ ରୁ ତାଳଚେର ଅଭିମୁଖେ ଯାଉଥିବା ବେଳେ, ଡିହଡୋଳ ଛକରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ |ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେରରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା |ଫଳରେ ଘଟଣା ସ୍ଥଳରେ ବାଇକ ରେ ଥିବା ୨ ଜଣ ଗୁରୁତର ଭାବେ ପଡିରହିଥିଲେ |ତେବେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି କରିଥିଲେ |ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା

masiha

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆସନ୍ତା ଜୁଲାଇ ୧ ତାରିଖ ଵୈଠକ ପାଇଁ ଖଵରଦାତା ସମ୍ମିଳନୀ

Sunil Chandra Nayak

ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଙ୍କ ଦୁବାଇ ଗସ୍ତ ପୂର୍ବରୁ ଶୁଭେଚ୍ଛା ର ସୁଅ

Leave a Comment

error: Content is protected !!