ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଢେଇକଚା ଲକ୍ଷ୍ମୀ ବସଷ୍ଟାଣ୍ଡ ଅଧାପନ୍ତରିଆ

ମଢେଇକଚା ଲକ୍ଷ୍ମୀ ବସଷ୍ଟାଣ୍ଡ ଅଧାପନ୍ତରିଆ

ରାଇରଙ୍ଗପୁର -୩/୦୬ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଞ୍ଚାୟତରେ ନିର୍ମାଣାଧୀନ ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡର କାମ ଦୀର୍ଘଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ଅଛି।ଏହି ବସ୍‌ଷ୍ଟାଣ୍ଡ ଯାତ୍ରୀମାନଙ୍କ ସୁବିଧା ପାଇଁ ନିର୍ମାଣ ହେଉଥିଲା, କିନ୍ତୁ ଅସମ୍ପୂର୍ଣ୍ଣ ରହିଥିବାରୁ ସ୍ଥାନୀୟ ଲୋକ ଏବଂ ଯାତ୍ରୀମାନେ ବର୍ଷା ଓ ଖରା ସମୟରେ ବହୁ ଅସୁବିଧା ଭୋଗୁଛନ୍ତି।ଠିକାଦାର ଅଧାକାମ କରି ଛୁ । ଅଞ୍ଚଳବାସୀଙ୍କ ମତରେ, ସରକାରୀ ଅର୍ଥରେ ନିର୍ମିତ ଜନହିତକର ପ୍ରକଳ୍ପ ଅଧାରେ ଅଟକି ରହିବା ଦୁଃଖଦ ଘଟଣା ଓ ଏହା ଉପରେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।ସରକାରୀ କାମ କାହିଁକି ଅଧାରୁ ଅଟକିଲା ତାହା ସରପଞ୍ଚ, ସମିତି ସଭ୍ୟ, ବ୍ଳକର ମନ୍ତ୍ରୀ ଏବଂ ବିଡ଼ିଓ ମାନେ ତଦାରଖ କଲେନାହିଁ ।ତେଣୁ ତୁରନ୍ତ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ହେଉଛି ନଚେତ ଆଗାମି ଦିନରେ ଜନ ଅସନ୍ତୋଷ ବୃଦ୍ଧି ପାଇବ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ , ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

masiha

ଅନୁକୂଳଚଂଦ୍ର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

Sunil Chandra Nayak

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

Sunil Chandra Nayak

Leave a Comment

error: Content is protected !!