ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ 

ଢେ଼ଙ୍କାନାଳ (ମନିସ) ସାରଙ୍ଗଧର ଦାସ ଜଣେ ସମାଜବାଦୀ ନେତାଥିଲେ । ସେ ଓଡିଶାର ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାରା ଥିଲେ । ଅନୁରତ ଗଡ଼ଜାତ ଅଞ୍ଚଳର ଉନ୍ନତୀ ନିମନ୍ତେ ସ୍ବପ୍ନ ଦେଖୁଥିଲେ । ଗଡଜାତ ଅଞ୍ଚଳରେ ତାଙ୍କର ନିଶ୍ୱର୍ଥାପର ସେବା ଯୋଗୁଁ ସେ ଗଡ଼ଜାତ ଗାନ୍ଧୀ ରୂପେ ସେ ପରିଚିତ ଥିଲେ । ୧୮୮୭ ମସିହା ଅକ୍ଟୋବର ୧୭ରେ ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ପିତା ହରେକୃଷ୍ଣ ଦାସ ଓ ମାତା ମାଣିକ ଦେବୀଙ୍କ ଗର୍ଭରେ ଜନ୍ମ ନେଇଥିଲେ ଭାରତ ଭୂମିର ଏକ ଯୋଗଜନ୍ମା ପୁରୁଷ ସାରଙ୍ଗଧର ଦାସ । ହୁଏତ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ଜଣେ ଛାତ୍ର ଭାବରେ ଆମେରିକା ମାଟିରେ ପାଦ ଦେଇଥିଲେ । ରେଭେନ୍‌ସା କଲେଜରେ ପଢ଼ିବା ସମୟରେ ସେ ବ୍ରିଟିଶ ସରକାର ଅଧୀନରେ ଚାକିରୀ କରିବେ ନାହିଁ ବୋଲି ଦୃଢ଼ ନିଷ୍ପତି ନେଇଥିଲେ ଏବଂ ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ଘନିଷ୍ଠ ହୋଇ ଦେଶସେବାରେ ନିଜକୁ ନିୟୋଜତ କଲେ । ପରିବାରର ଆର୍ଥକ ଅବସ୍ଥା ଶୋଚନୀୟ ଥିଲା ତଥାପି ସେ ବିଭିନ୍ନ ଆଡୁ ସହାୟତା ପାଇଁ ଜାପାନ ଯାଇଥିଲେ । ସେ କାଳରେ ଇଂରାଜୀରେ ପଢ଼ିବା ବ୍ୟବସ୍ଥା ନଥିଲା । ଜାପାନୀ ଭାଷା ଶିକ୍ଷାକରି ବୈଷୟିକ ବିଦ୍ୟା ପଢିବା ଅବାସ୍ତବ ଥିଲା । ଏଣୁ ସେଠାରୁ ଯାଇଥିଲେ ଆମେରିକା କାର୍ଲିଫର୍ଣିଆ ବିଶ୍ଵବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ପଢ଼ିଥିଲେ । ଶିଳ୍ପ ଓ କୃଷି ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବା ପରେ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରି ଚିନି ଶିଳ୍ପରେ ପାରଙ୍ଗମ ହୋଇଥିଲେ । ୧୯୨୦ ମସିହାରେ ମାତୃଙ୍କ ଅସୁସ୍ଥ ଖବର ପାଇ ତେବେ ଜନ୍ମଭୂମିକୁ ତାଙ୍କୁ ଫେରାଇ ଆଣିଥିଲା ସ୍ବଦେଶ’। ସାହେବ ବେଶରେ ଶାଢ଼ୀ ପିନ୍ଧା ସୁଇଡେନର ଝିଅ ବିଦେଶିନୀ ପତ୍ନୀ ଫ୍ରୀଡ଼ା ସାହେବାଣୀକୁ ନେଇ ଫେରିଥିଲେ ଢେ଼ଙ୍କାନାଳ ଏବଂ ପରେ ବିଦେଶିନୀ ପତ୍ନୀ ଫ୍ରୀଡ଼ା ସାମାଜିକ ବାସନ୍ଦର ଶିକାର ହେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ତାଙ୍କ ପାଇଁ ସାରଙ୍ଗଧର କଷ୍ଟ ପାଉଥିବା ଅନୁଭବ କରି ସେ ସାରଙ୍ଗଧରକୁ ୧୯୩୦ ମସିହାରେ ଛାଡି ଆମେରିକା ଫେରି ଗଲେ । ସାରଙ୍ଗଧର ପୁଣିଭାବି ଥିଲେ ଚିନି କାରଖାନା ବସାଇବେ ବିଧାତାଙ୍କ ବ୍ୟବସ୍ଥା ଥିଲା ଭିନ୍ନ । ନିଜ ଜନ୍ମଭୂମି ଢେଙ୍କାନାଳରେ ଏକ ଚିନି କାରଖାନା ସ୍ଥାପନର ସ୍ୱପ୍ନ ଦେଖିଲେ । ରାଜା ସୁରପ୍ରତାପ ମହିନ୍ଦ୍ର ବାହାଦୁରଙ୍କ ପ୍ରୋସାହନରେ ବ୍ରହ୍ମକୁଣ୍ଡ ପାଖରେ ଆଖୁଚାଷ ଓ ଚିନି ଶିଳ୍ପ ପାଇଁ ଜମିପଟା ମିଳିଲା। କିନ୍ତୁ ନୂଆ ରାଜା ଶଙ୍କରପ୍ରତାପଙ୍କ ଶାସନ ଓ ବ୍ରିଟିଶ ପଲିଟିକାଲ ଏଜେଣ୍ଟଙ୍କ ଅସହଯୋଗ ଫଳରେ ତାଙ୍କର ସ୍ବପ୍ନ ଭାସିଗଲା । ସେହି ସମୟରେ ରାଜପରିବାର ତାଙ୍କୁ ଦେଶଦ୍ରୋହୀ ବୋଲି ଦେଖି ଚିନିକଳ ଯନ୍ତ୍ର ଭାଙ୍ଗିଦେଲେ,ଘରକୁ ନିଆଁ ଲଗାଇଦେଲେ ଓ ସମସ୍ତ ସମ୍ପତି ହାତରୁ ଚାଲିଗଲା। ସେ ପରେ ବିହାରର ଚମ୍ପାରଣରେ ଚିନି କାରଖାନାରେ କାମ କଲାବେଳେ ମହାତ୍ମା ଗାନ୍ଧୀଙ୍କ ସହ ଯୋଗଦେଲେ ଓ ଗଡ଼ଜାତ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେଲେ । ଢେ଼ଙ୍କାନାଳ ରାଜାଙ୍କ ଅତ୍ୟାଚାର ତାଙ୍କୁ ଗଡଜାତ ପ୍ରଜାଙ୍କ ପାଇଁ ଲଢିବାକୁ ଆହ୍ବାନ ଦେଲେ । ସାରଙ୍ଗଧର ସାହେବ ପୋଷାକ ଛାଡ଼ି ପିନ୍ଧିଲେ ଖଦଡ଼ । ତାଙ୍କ ନେତୃତ୍ବରେ ଢେଙ୍କାନାଳ ପ୍ରଜାମଣ୍ଡଳ ଗଠନ ହୋଇ ଗଡ଼ଜାତ ଗାନ୍ଧୀ ନାମରେ ଲୋକଙ୍କ ମୁଖରେ ପାଲଟି ଥିଲେ ସେ ‘ଗଡ଼ଜାତ ଗାନ୍ଧୀ’ । ପରବର୍ତ୍ତୀ ପର୍ଯ୍ୟାୟରେ ସାରଙ୍ଗଧର ନବକୃଷ୍ଣ ଚୌଧୁରୀ,ମାଳତୀ ଦେବୀ,ଭଗବତୀ ଚରଣ ପାଣିଗ୍ରାହୀ,ସୁରେନ୍ଦ୍ର ନାଥ ଦ୍ୱିବେଦୀ,ଅନନ୍ତ ପଟ୍ଟନାୟକ,ସଚି ରାଉତ,ବୈଷ୍ଣବ ପଟ୍ଟନାୟକ ପ୍ରମୁଖ ବିପ୍ଳବୀ ନେତୃବୃନ୍ଦଙ୍କ ସହିତ ଯୋଗଦେଇ ଗଡ଼ଜାତ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଇଥିଲେ । ୧୯୪୨ ମସିହାରେ ମାହାତ୍ମ୍ୟ ଗାନ୍ଧୀଙ୍କ “ଭାରତ ଛାଡ ଆନ୍ଦୋଳନ”ରେ ଯୋଗଦେଇ କାରାବରଣ କରିଥିଲେ ସାରଙ୍ଗଧର । ୧୯୪୬ ମସିହାରେ ସାରଙ୍ଗଧର ବିଧାୟକ ରୂପେ ନିର୍ବାଚିତ ହେଲେ ଏବଂ କୃଷି ଓ ଶିଳ୍ପର ଉନ୍ନତି ପାଇଁ ଆଗ୍ରହ ଦେଖାଇଲେ । ପରେ ସୋସିଆଲିଷ୍ଟ ପାର୍ଟିରେ ଯୋଗଦେଇ ୧୯୫୨ ମସିହାରେ ଢେଙ୍କାନାଳ ପଶ୍ଚିମ କଟକ ଲୋକସଭା ଅଞ୍ଚଳରୁ ସାଂସଦ ହେଲେ । ଲୋକ ସଭାରେ ଭାରତର ଚିନି ଶିଳ୍ପ ଓ କୃଷିର ଉନ୍ନତି ବିଷୟରେ ତାଙ୍କ ଭାଷଣ ଆଜି ମଧ୍ୟ ସ୍ମରଣୀୟ ୧୯୫୭ ମସିହାରେ ସେ ମୃତ୍ୟୁବରଣ କଲେ । ମୃତ୍ୟୁ ପୂର୍ବରୁ ସାରଙ୍ଗଧର ନିଜ ସମସ୍ତ ସମ୍ପରିକୁ ଜାନକୀ ଦେବୀ ନାରୀ କଲ୍ୟାଣ ସମିତି ଏବଂ ‘ଗଙ୍ଗାଧର ଶିଶୁ କଲ୍ୟାଣ ସମିତି ନାମକ ଦୁଇ ଟ୍ରଷ୍ଟକୁ ଦାନକରି ଯାଇଥିଲେ । ଯାହା ମାଧ୍ୟମରେ ନାରୀ ଓ ଶିଶୁ କଲ୍ୟାଣ ପାଇଁ ତାଙ୍କ ସମ୍ପତିର ଆୟ ଖର୍ଚ୍ଚ ହେବାକୁ ଇଚ୍ଛା କରିଥିଲେ । କିନ୍ତୁ ଦୁଃଖ ଯେ ଏହି ଟ୍ରଷ୍ଟଗୁଡ଼ିକ ତାଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟକାରୀ ହୋଇପାରିନାହିଁ ଓ ତାଙ୍କ ମହାନ୍ ଉଦ୍ଦେଶ୍ୟ ଅନର୍ଥକ ହୋଇ ରହିଛି । ସାରଙ୍ଗଧର ଦାସ ଢେ଼ଙ୍କାନାଳ ଗଡ଼ଜାତ ଆନ୍ଦୋଳନର ଆତ୍ମା ଏବଂ ଓଡ଼ିଶାର ଶିଳ୍ପ,କୃଷି ଜାଗରଣର ପ୍ରଥମ ସ୍ବପଦର୍ଶୀ। ତାଙ୍କ ଆଦର୍ଶ ଓ ତ୍ୟାଗ ଆମ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଓକିଲ ସଂଘର ସମ୍ମିଳନୀ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

ହାପି ମୋମେଣ୍ଟସ ର ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!