ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତାରୁ ହରିଣ ଉଦ୍ଧାର ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

ବସ୍ତାରୁ ହରିଣ ଉଦ୍ଧାର ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

ବସ୍ତା,୦୫/୦୪ :ବସ୍ତା ଥାନା ଦରଡ଼ା ପଞ୍ଚାୟତ ଦାଣ୍ଡି ଧାନ ବିଲରେ ଆଜି ଅପରାହ୍ନ ସମୟରେ ଏକ ହରିଣ ଚରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀ ହରିଣ ଟିକୁ ସୁରକ୍ଷିତ ଭାବେ ଧରିବାକୁ ପ୍ରୟାସ କରିଥିଲେ। ହରିଣଟି ଏଣେ ତେଣେ ଦୌଡ଼ି ଦୌଡ଼ି ଶେଷରେ ଜାଲରେ ଛନ୍ଦି ହୋଇଥିଲା। ପରେ ଗ୍ରାମବାସୀ ହରିଣ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଖବର ପାଇ ଦାଣ୍ଡି ଗ୍ରାମରେ ପହଞ୍ଚି ହରିଣଟିକୁ ଏକ ଡାଲା ପୀକ ଅପ୍ ରେ ନେଇଥିବା ଦେଖିବାକୁ ମିଳିଥିଲା। ବନବିଭାଗ ପିଜଂରା ଥିବା ଗାଡ଼ିରେ ବନ୍ୟ ଜୀବଜନ୍ତୁ ଙ୍କୁ ଉଦ୍ଧାର କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଏଭଳି ଦାଇତ୍ୱ ହୀନତା କାର୍ଯ୍ୟପାଇଁ ନଳବାହର ଠାରୁ ଉଦ୍ଧାର ଡଲଫିନ ରାସ୍ତାରେ ମରିଥିଲା। ତେବେ ବନବିଭାଗ ର ଏଭଳି ଖାମଖିଆଲ ନୀତିକୁ ଗ୍ରାମବାସୀ ବିରୋଧ କରିଥିଲେ। ତେବେ ଦାଣ୍ଡି ଗ୍ରାମରୁ ପଡୋଶୀ ମୟୁରଭଂଜ ଜଙ୍ଗଲକୁ ଅନ୍ୟୁନ ତିରିଶ କିଲୋମିଟର ହୋଇଥିବା ସ୍ଥଳେ ମୟୁରଭଂଜ ଓ ବାଲେଶ୍ୱର କୁ ଘେରି ରହିଛି ଦକ୍ଷିଣ ପୂର୍ବ ରେଳ ଓ ୧୬ ନମ୍ୱର୍ ଜାତୀୟ ରାଜପଥ। ହରିଣଟି କିଭଳି କେଉଁ ସ୍ଥିତିରେ ଏଠାକୁ ଆସିଲା ତାହାର ତଦନ୍ତ କରୁଛି ବନବିଭାଗ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

masiha

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ 

masiha

Leave a Comment

error: Content is protected !!