ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ଉଚ୍ଚ ବିଦ୍ୟାଳୟର ୬୦ ଲକ୍ଷ ଟଙ୍କା ଅନୁଦାନ ଗଲା କୁଆଡ଼େ ? ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ଦ୍ଵାରା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ

ନାମ୍ପୋ ଉଚ୍ଚ ବିଦ୍ୟାଳୟର ୬୦ ଲକ୍ଷ ଟଙ୍କା ଅନୁଦାନ ଗଲା କୁଆଡ଼େ ?

ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ଦ୍ଵାରା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ

ଜଳେଶ୍ଵର,୧୨/୧୦(ମନିସ)-ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଉଚ୍ଚ ବିଦ୍ୟାଳୟରେ ୫-ଟି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ନାମ୍ପୋ ହାଟ ନିକଟରେ ଛାତ୍ର,ଅଭିଭାବକ ତଥା ଗ୍ରାମବାସୀ ମାନଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗଦୀଶ ପ୍ରଧାନ ଗଣ ମାଧ୍ୟମକୁ ସୂଚନା ଦେବା ସହିତ ଉକ୍ତ ବିଦ୍ୟାଳୟର ମହାଦୁର୍ନୀତି ସମ୍ପର୍କରେ ବାରମ୍ବାର ବାଲେଶ୍ୱର ଜିଲ୍ଲାପାଳ ଓ ଏସ ପିଙ୍କ ଜନ ଶୁଣାଣି ଶିବିରରେ ଉକ୍ତ ବିଦ୍ୟାଳୟର ଏହି ଦୁର୍ନୀତି ସମ୍ପର୍କରେ ଗତ ୨୦/୨/୨୩,୧୫/୫/୨୩,୩/୭/୨୩ ଓ ୯/୧୦/୨୩ ତାରିଖରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟାନୁଷ୍ଠନ ଗ୍ରହଣ କରା ନ ଯିବା ଘଟଣାରେ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି।ସେଥିପାଇଁ ସେ ବିଦ୍ୟାଳୟ ସମ୍ମୁଖରେ ଗତ ୧୬/୧/୨୪ ତାରିଖରେ ୫ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଓ ଅଭିଭାବକ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆମରଣ ଅନଶନରେ ମଧ୍ୟ ବସିଥିଲେ ବୋଲି ପ୍ରକାଶ କରିଛନ୍ତି।ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ନାମ୍ପୋ ଉଚ୍ଚ ବିଦ୍ୟାଳୟକୁ ୫- ଟି କାର୍ଯ୍ୟ ପାଇଁ ସର୍ବମୋଟ ୩୭ ଲକ୍ଷ ୭୫ ହଜାର ଟଙ୍କାର ଅନୁଦାନ ମିଳିଥିଲା।ସେଥିମଧ୍ୟରୁ ବିଦ୍ୟାଳୟର ମୌଳିକ ଢାଞ୍ଚା ଉନ୍ନୟନ ପାଇଁ ୨୪ ଲକ୍ଷ ଟଙ୍କା,ଡେସ୍କ ଓ ବେଞ୍ଚ ପାଇଁ ୭ ଲକ୍ଷ ୩୩ ହଜାର ଟଙ୍କା, ଲାଇବ୍ରେରୀ ରେକ୍ ପାଇଁ ୯୫ ହଜାର, ବେଡମିନ୍ଟନ୍ କୋର୍ଟ ପାଇଁ ୩ ଲକ୍ଷ ୧୭ ହଜାର,ବିଜ୍ଞାନ ପରୀକ୍ଷାଗାର ପାଇଁ ୨ ଲକ୍ଷ ୧୯ ହଜାର ମଞ୍ଜୁର ହୋଇଛି।ମାତ୍ର ଏହି ସବୁ କାର୍ଯ୍ୟ ମିଳିଥିବା ଅନୁଦାନ ଅନୁଯାୟୀ କରା ନ ଯାଇ ଅତ୍ୟନ୍ତ ନିମ୍ନ ମାନର କରାଯାଇଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଏପରିକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିର୍ମାଣ ହେଉଥିବା ଶୌଚାଳୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନାହିଁ।ଅପର ପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ବିଗତ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜଳେଶ୍ଵର ବ୍ଲକର ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫୯.୭୮ ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ସେହି ଅର୍ଥରୁ ଅଦ୍ୟାବଧି ବିଦ୍ୟାଳୟରେ ଗୋଟିଏ ହେଲେ ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି କିଛି ଦିନ ତଳେ ସର୍ବ ଶିକ୍ଷା ଅଭିଯାନ ପକ୍ଷରୁ ଜନୈକ ସହକାରୀ ଯନ୍ତ୍ରୀ ବିଦ୍ୟାଳୟକୁ ଆସି ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।ସେହିପରି ବିଦ୍ୟାଳୟର ୪ର୍ଥ, ୫ମ, ୬ଷ୍ଠ ଓ ୭ମ ଶ୍ରେଣୀ ଗୃହ ଗୁଡ଼ିକ ଭାଙ୍ଗି ରୁଜି ନଷ୍ଟ ହୋଇ ଯାଇ ଥିବା ବେଳେ ମିଳିଥିବା ଅର୍ଥରୁ ସେହି ଗୃହ ଗୁଡ଼ିକ ଅଦ୍ୟାବଧି ମରାମତି ନ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଜୀବନ ସୁରକ୍ଷିତ ନୁହେଁ।କେତେବେଳେ ଯେ ଛାତ ଭାଙ୍ଗି ପଡିବ ତାହା କହିବା ମୁସ୍କିଲ ହେବ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।ସେହିପରି ଶ୍ରେଣୀ ଗୃହର ଚାରିପଟେ ବଡ଼ ବୁଦା ଓ ଘାସ ହୋଇଥିବାରୁ ସର୍ପ,ମୂଷା ଓ ବିଭିନ୍ନ ପ୍ରକାରର ସରୀସୃପ ମାନଙ୍କ ତାହା ଆଡ୍ଡା ସ୍ଥଳୀ ପାଲଟିଛି।ଅପରପକ୍ଷେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସେହି ସବୁ ପରିତ୍ୟକ୍ତ ଘରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଷଣ କରା ଯାଉ ଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିବା ସହିତ ଏହି ଘଟଣାର ବିଧିବଦ୍ଧଭାବେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି।ସେହିପରି ଏହି ବିଦ୍ୟାଳୟର ଜଣେ ପୁରାତନ ଛାତ୍ର ପ୍ରତିରକ୍ଷା ବିଭାଗରୁ ଅବସର ଗ୍ରହଣ କରିବା ପରେ ଏହି ବିଦ୍ୟାଳୟରୁ ୨୦୦୮ ମସିହାରେ ଏନ୍.ସି.ସି ଉଠି ଯାଇଥିବା ପ୍ରସଙ୍ଗରେ ଭାରତର ମହାମହିମ ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପରବର୍ତ୍ତୀ ସମୟରେ ଭଦ୍ରକର ୭(ବି ଏନ୍) ଏନ୍.ସି.ସି ର ଦୁଇଜଣ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ଫେରିବା ପରେ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ।ତେଣୁ ଗ୍ରାମବାସୀଙ୍କ ଦ୍ଵାରା ଆହୂତ ୮ ଦଫା ଦାବୀ ପୂରଣ ନ କଲେ ସେମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତି ବ୍ରହ୍ମ ଦେ,କେଦାର ନାଥ ପରିଡ଼ା,ସତ୍ୟ ରଞ୍ଜନ ରଣା,ସୁରେଶ ଦାସ,ସଞ୍ଜୀବ କୁମାର ପ୍ରଧାନ,ସପନ କାମିଲା, ଭବ ଶଙ୍କର ଜେନା,ଦୟାନିଧି ପାତ୍ର,ସରୋଜ ଷଡ଼ଙ୍ଗୀ, ରାମକୃଷ୍ଣ ପତି,ସୀମା ସେନ,ସୁନୀତା ପ୍ରଧାନ, ସଞ୍ଚିୟିତା ରଣା,ପୁଷ୍ପଲତା ରଣା ପ୍ରମୁଖ ଗ୍ରାମବାସୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।

ଏହି ଅଭିଯୋଗ ସମ୍ପର୍କରେ ନାମ୍ପୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରିବାରୁ ତାହା ସମ୍ଭବପର ହୋଇ ପାରି ନ ଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ 

Sunil Chandra Nayak

ନୂତନ କୃଷି ସମବାୟ ସମିତି ଶାଖା (ପେକ୍ସ) ଖୋଲିବା ପାଇଁ ଆଜି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sunil Chandra Nayak

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ

masiha

Leave a Comment

error: Content is protected !!