ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

ବାଣପୁର:- ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଳକର ବରିଷ୍ଠ ରାଜନେତା ତଥା ସମାଜସେବୀ ସୁଶିଲ୍ କୁମାର ବିଷୋୟୀଙ୍କର ଦ୍ବାଦଶାହ ସ୍ମତିଚାରଣ ସଭା ବର୍ଷିଆନ ପ୍ରଧାନ ଶିକ୍ଷକ ଗୋଲଖ ବିହାରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଦେଉଗାଁ ଗ୍ରାମ ଠାରେ ପାଳିତ ହୋଇଯାଇଛି । ଆୟୋଜିତ ସ୍ମୁତିଚାରଣ ସଭାରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥିବୀ ରାଜ ହରିଚନ୍ଦନ, ଡାକ୍ତର ଶୁରେନ୍ଦ୍ର ନାଥ ଦାସ , ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ , ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ , ଭାଗୀରଥି ମଣ୍ଡଳ , ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଗା ଚରଣ ମହାରଣା ,ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ , ରେଣୁବାଳା ଛାଟୋଇ , ନର୍ମଦା ପ୍ରଧାନ , ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ‌ଅଜୟ ପାଟ୍ଟସାଣୀ , ହେମନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଦିବଙ୍ଗତ ସୁଶିଲ୍ ଙ୍କ ଜୀବନି ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ବର୍ଗତ ଶ୍ରୀ ବିଷୋୟୀ ତାଙ୍କ ରାଜନୈତିକ ଜୀବନରେ ୧୯୯୨ ମସିହାରେ ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିବା ବେଳେ । ପରବର୍ତ୍ତି ସମୟରେ ପୁଣିଥରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ଓ ପରେପରେ ନିଜ ଧର୍ମ ପତ୍ନୀଙ୍କୁ ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷାଭାବେ ନିର୍ବାଚିତ କରାଇଥିଲେ । ଅନ୍ୟପକ୍ଷରେ ସେ ଜଣେ ଚିଲିକା ରାଜନୀତିର ନିର୍ଭିକ ନେତା ଓ ଚାଣକ୍ୟ ବୋଲି କୁହାଯାଏ । ସମାଜ ସେବାରେ ତାଙ୍କର ଅବଦାନ ସବୁଦିନପାଇଁ ଅପୁରଣିୟ ହୋଇ ରହିବ ବୋଲି ସୁଶିଲ୍ ପ୍ରେମିମାନେ ଆୟୋଜିତ ସ୍ମୁତିଚାରଣ ସଭାରେ ପ୍ରକାଶ କରିଥିଲେ । ଦିବଙ୍ଗତ ଶ୍ରୀ ବିଷୋୟୀ ଜଣେ ଧର୍ମ ପରାୟଣ, ମିଷ୍ଠଭାସି, ପରୋପକାରୀ ବ୍ୟକ୍ତିଥିବା ବେଳେ । ତାଙ୍କର ବିୟୋଗରେ ସ୍ଥାନିୟ ଅଞ୍ଚଳ ମର୍ମାହତ ହୋଇପଡିଛି । ତେବେ ଆୟୋଜିତ ସ୍ମୁତିଚାରଣ ସଭା ପୂର୍ବରୁ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟି ନିରବ ପ୍ରାର୍ଥନା କରାଯାଇଥିଲା ଓ ପରେପରେ ତାଙ୍କର ଫଟୋଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାକୁ ସଂଜିବ ପାଟ୍ଟସାଣୀ , ଶରତ ଚନ୍ଦ୍ର ଛାଟୋଇ , ସୁରେଶ ଚନ୍ଦ୍ର ବିଶୋୟୀ ଙ୍କ ସମେତ ଗ୍ରାମ ବାସି ପରିଚାଳନା କରିଥିଲେ ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

Sunil Chandra Nayak

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

masiha

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

Leave a Comment

error: Content is protected !!