ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

ବାଣପୁର:- ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଳକର ବରିଷ୍ଠ ରାଜନେତା ତଥା ସମାଜସେବୀ ସୁଶିଲ୍ କୁମାର ବିଷୋୟୀଙ୍କର ଦ୍ବାଦଶାହ ସ୍ମତିଚାରଣ ସଭା ବର୍ଷିଆନ ପ୍ରଧାନ ଶିକ୍ଷକ ଗୋଲଖ ବିହାରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଦେଉଗାଁ ଗ୍ରାମ ଠାରେ ପାଳିତ ହୋଇଯାଇଛି । ଆୟୋଜିତ ସ୍ମୁତିଚାରଣ ସଭାରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥିବୀ ରାଜ ହରିଚନ୍ଦନ, ଡାକ୍ତର ଶୁରେନ୍ଦ୍ର ନାଥ ଦାସ , ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ , ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ , ଭାଗୀରଥି ମଣ୍ଡଳ , ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଗା ଚରଣ ମହାରଣା ,ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ , ରେଣୁବାଳା ଛାଟୋଇ , ନର୍ମଦା ପ୍ରଧାନ , ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ‌ଅଜୟ ପାଟ୍ଟସାଣୀ , ହେମନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଦିବଙ୍ଗତ ସୁଶିଲ୍ ଙ୍କ ଜୀବନି ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ବର୍ଗତ ଶ୍ରୀ ବିଷୋୟୀ ତାଙ୍କ ରାଜନୈତିକ ଜୀବନରେ ୧୯୯୨ ମସିହାରେ ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିବା ବେଳେ । ପରବର୍ତ୍ତି ସମୟରେ ପୁଣିଥରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ଓ ପରେପରେ ନିଜ ଧର୍ମ ପତ୍ନୀଙ୍କୁ ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷାଭାବେ ନିର୍ବାଚିତ କରାଇଥିଲେ । ଅନ୍ୟପକ୍ଷରେ ସେ ଜଣେ ଚିଲିକା ରାଜନୀତିର ନିର୍ଭିକ ନେତା ଓ ଚାଣକ୍ୟ ବୋଲି କୁହାଯାଏ । ସମାଜ ସେବାରେ ତାଙ୍କର ଅବଦାନ ସବୁଦିନପାଇଁ ଅପୁରଣିୟ ହୋଇ ରହିବ ବୋଲି ସୁଶିଲ୍ ପ୍ରେମିମାନେ ଆୟୋଜିତ ସ୍ମୁତିଚାରଣ ସଭାରେ ପ୍ରକାଶ କରିଥିଲେ । ଦିବଙ୍ଗତ ଶ୍ରୀ ବିଷୋୟୀ ଜଣେ ଧର୍ମ ପରାୟଣ, ମିଷ୍ଠଭାସି, ପରୋପକାରୀ ବ୍ୟକ୍ତିଥିବା ବେଳେ । ତାଙ୍କର ବିୟୋଗରେ ସ୍ଥାନିୟ ଅଞ୍ଚଳ ମର୍ମାହତ ହୋଇପଡିଛି । ତେବେ ଆୟୋଜିତ ସ୍ମୁତିଚାରଣ ସଭା ପୂର୍ବରୁ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟି ନିରବ ପ୍ରାର୍ଥନା କରାଯାଇଥିଲା ଓ ପରେପରେ ତାଙ୍କର ଫଟୋଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାକୁ ସଂଜିବ ପାଟ୍ଟସାଣୀ , ଶରତ ଚନ୍ଦ୍ର ଛାଟୋଇ , ସୁରେଶ ଚନ୍ଦ୍ର ବିଶୋୟୀ ଙ୍କ ସମେତ ଗ୍ରାମ ବାସି ପରିଚାଳନା କରିଥିଲେ ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ରିଷିଡ଼ା କୁମ୍ଭାରପଡ଼ା ଠାରେ ବିଧାୟିକାଙ୍କ ଦ୍ୱାରା ନୂତନ କଲ୍ୟାଣ ମଣ୍ଡପ ଉଦଘାଟିତ

Sunil Chandra Nayak

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

masiha

Leave a Comment

error: Content is protected !!