ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତୋମୁଣ୍ଡା ଠାରେ ନୂତନ ପେକ୍ସ ଗଠନ ନେଇ ଚାଷି ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

କୋକସରା,୨୨/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଠାରେ ଦୁଇଟି ପଞ୍ଚାୟତ ଚାଷିଙ୍କ ପାଇଁ ନୂତନ ପେକ୍ସ କାର୍ଯ୍ୟାଳୟ ହେବା ନେଇ ସୁଚନା ମିଲିଛି । ଏନେଇ ମଙ୍ଗଳବାର ଗୋତୋମୁଣ୍ଡା ଧାନ ମଣ୍ଡି ପରିସରରେ ଗୋତୋମୁଣ୍ଡା ଓ ସାନ ପୋଡ଼ାଗୁଡା ପଞ୍ଚାୟତ ଅଞ୍ଚଳର ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀଙ୍କ ନେତୃତ୍ୱରେ ଦୁଇ ପଞ୍ଚାୟତର ୧୧ ଗୋଟି ଗ୍ରାମ ଗୋତୋମୁଣ୍ଡା, ପିପଲ ଝାପର, କନକପୁର, ଚୋରନି ଦୁଆର, ବାଞ୍ଜିକୋଟ, ଠୁଟିବର, ସାନ ପୋଡ଼ାଗୁଡା, ନେଗିଗୁଡା, ମଙ୍ଗଳପୁର, କୁଳେରଗୁଡା, ପଦରପଡା ଗ୍ରାମର ଚାଷି ଉପସ୍ଥିତ ରହି ନୂତନ ପେକ୍ସ ଗଠନ ପାଇଁ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଗୋତୋମୁଣ୍ଡା ସାନ ପୋଡ଼ାଗୁଡା ପଞ୍ଚାୟତ ବର୍ତ୍ତମାନ ଟେମରା ପେକ୍ସ ଅଧୀନରେ ରହିଛି। ଯେ କୌଣସି କୃଷି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଦୁଇ ପଞ୍ଚାୟତର ଚାଷୀମାନେ ଟେମରା ପେକ୍ସ ଉପରେ ନିର୍ଭର କରୁଛନ୍ତି। ଦୁଇ ପଞ୍ଚାୟତରୁ ଟେମରା ପେକ୍ସର ଦୂରତା ୭/୮ କିଲୋମିଟର ରହିଛି। ତେବେ ରାଜ୍ୟ ସରକାରଙ୍କ ସମବାୟ ସମିତି ରେଜିଷ୍ଟାର ଭୁବନେଶ୍ୱର କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ପତ୍ରସଂଖ୍ୟା ୧୬୯୬୬ ତାରିଖ ୧୫/୧୦/୨୨ ଅନୁସାରେ କଳାହାଣ୍ଡି ଜିଲ୍ଲାରେ ୫୭ ଗୋଟି ନୂତନ ପେକ୍ସ ଖୋଲିବାକୁ ଯୋଜନା ରହିଥିବା ବେଳେ ଗୋତୋମୁଣ୍ଡା ଓ ସାନ ପୋଡ଼ାଗୁଡା ପଞ୍ଚାୟତକୁ ନେଇ ନୂତନ ପେକ୍ସ ଖୋଲିବା ପାଇଁ ଯୋଜନା ରହିଛି। ଏହି ସଂକ୍ରାନ୍ତରେ ଧର୍ମଗଡ ଏଆରସିଏସ ବିଶ୍ଵାମିତ୍ର ସିଂ ଶନିବାର ଗୋତୋମୁଣ୍ଡା ପଞ୍ଚାୟତରେ ଦୁଇ ପଞ୍ଚାୟତର ଚାଷିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଗୋତୋମୁଣ୍ଡା ନାଏବ ସରପଞ୍ଚ ପାର୍ଥବ ମାଝୀ, ଚାଷି ସୁରେନ୍ଦ୍ର ନାଏକ, ଭରତ ପୁଝାରି, ଧନୁର୍ଯ୍ୟ ବାଗ, ଡମ୍ବରୁଧର ଚୌଧୁରୀ, ତୁଲାରାମ ଗୋପାଳ, କ୍ଷୀରସିନ୍ଧୁ ପୁଝାରି, ହରିଶଙ୍କର ଗୋପାଳ, ନିରଞ୍ଜନ ବାଗ, ବଳରାମ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ସୁବାସ ଚନ୍ଦ୍ର ଗୋପାଳ, ହିମାଂଚଳ ପୁଝାରି ଓ ଦୁଇ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିନା ଅଡିଟରେ ଚାଲିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

Sunil Chandra Nayak

Leave a Comment

error: Content is protected !!