ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ନେଇ ଗ୍ରାମ ସଭାରେ ହାତାହାତି

ବାଲେଶ୍ଵର,୨୭/୦୧/୨୩ -ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ରାଜ୍ୟ ସରକାରଙ୍କର ଅଜବ ନୀତି, ରାଜ୍ୟ ସରକାରଙ୍କ ପାଖରେ ପ୍ରତ୍ୟକ ପଂଚାୟତରେ ସରକାରୀ ଅଫିସର ରହିଥିବା ସ୍ଥଳେ ପଞ୍ଚାୟତରେ ଠିକ୍ ଭାବରେ ଆବାସ ତାଲିକାରେ ଯୋଗ୍ୟ ହିତାଧିକାରୀ ଚୟନ କରାଯାଉ ନାହିଁ l ରାଜନୀତି କରଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରାଯାଇଥିବା ହିତାଧିକାରୀ ମାନେ କହିଛନ୍ତି l ଏହି ତାଲିକାରେ ନାମ ନଥିବା ହିତାଧିକାରୀ ସରପଞ୍ଚ ଏବଂ ବ୍ଲକ ଅଧିକାରୀକୁ ପଚାରିବାରୁ ଗଂଜା ଗ୍ରାମର ଜ୍ଞାନରଞ୍ଜନ ଜେନାଙ୍କ ସମେତ କେତେ ଜଣଙ୍କୁ ଧକ୍କା ମାରୁଥିବା ଦେଖିବାକୁ ମିଳିଛି । ସରକାରୀ ଅଫିସର ଥାଇ ମଧ୍ୟ ଅନ୍ୟମାନଙ୍କ ଦ୍ୱାରା ତଦନ୍ତ କରାଯାଉଛି, ସାହି ସାହି ମଧ୍ୟରେ ଝଗଡ଼ା କରେଇବା ପାଇଁ ଜଣେ ଅନ୍ୟ ଜଣକ ବିରୋଧରେ ଅଭିଯୋଗ କରେଇବା ପାଇଁ ବ୍ୟବସ୍ଥା କରାଯାଉଛି, ଯାହାର ପରିଣାମ ସ୍ୱରୂପ ବଣିଆଡିହା ପଂଚାୟତ ଗ୍ରାମସଭାରେ ଦେଖିବାକୁ ମିଳିଛି । ଦୁଃଖର ବିଷୟ ଜନସାଧାରଣଙ୍କ ବସିବା ପାଇଁ ମିଟିଙ୍ଗ୍ ସ୍ଥଳରେ କୌଣସି ବସିବାର ବ୍ୟବସ୍ତା, କି ପାଣିର ବ୍ୟବସ୍ତା କରାଯାଇନଥିଲା । ଯାହା ଫଳରେ ଖରାରେ ଛିଡ଼ା ହୋଇ ହୋଇ ଲୋକମାନଙ୍କ ଭିତରେ ବିରକ୍ତି ଭାବ ପ୍ରକାଶ ପାଇଥିଲା । ଏହା ମଧ୍ୟରେ ଗରିବ ଲୋକ ଟିଏ ଯେତେବେଳେ ଘରଟିଏ ପାଇବାରୁ ବଞ୍ଚିତ ହୋଇଅଛି, ସେ ରାଗିଯାଇ କାନ୍ଥରେ ତାଲିକାଟିକୁ ଚିରି ଦେଇଥିଲା । ଠିକ୍ ସେହି ସମୟରେ କିଛି ରାଜନୈତିକ ବ୍ୟକ୍ତି ରାଗିଯାଇ ସେହି ଗରିବ ଲୋକଟିକୁ ମରଣଆତ୍ମକ ଆକ୍ରମଣ କରିବାର ଦୃଶ୍ୟ ସମସ୍ତଙ୍କୁ ଦୃଶ୍ୟମାନ । ସରକାରଙ୍କ ଏପରି ନିୟମ ପାଇଁ ନିଜ ନିଜ ଭିତରେ ଆକୃଷ ସୁଷ୍ଟି ହେଉଛି l ଦେଖିବାକୁ ବାକି ରହିଲା ସରକାର ଏଥିପ୍ରତି କେବେ ଧ୍ୟାନ ହେଉଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

Sunil Chandra Nayak

ଶିକ୍ଷା ହେଉଛି ଦେଶର ଭବିଷ୍ୟତ ….ଶିଶୁ ହେଉଛନ୍ତି କଞ୍ଚା ମାଟି ,ତାକୁ ଆମେ ଯେମିତି ଗଢ଼ିବା ସେମାନେ ସେମିତି ଗଢ଼ି ଉଠିବେ

masiha

ଦୁର୍ଗମ ଫୁଲଡୁମେରରେ ଦୀପାବଳି ପାଳିଲା ବ୍ଲକ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!