ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଭ୍ୟାନ ଓଲଟିଲା… ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

ପିକଅପ ଭ୍ୟାନ ଓଲଟିଲା…

ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ଅଧିନସ୍ଥ ଡୋକରି ପଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ୫ ଶ୍ରମିକ ମୃତ ଓ ୨୫ ଶ୍ରମିକ ଗୁରୁତର ହୋଇଥିବା ଖବର ମିଳିଛି। ଏକ ପିକଅପ ଭ୍ୟାନ (ଓଡ଼ି ୦୮ କେ ୪୧୭୫) ରେ ୫୦ ରୁ ଅଧିକ ଶ୍ରମିକ ବୋରଗୁଡା ଗ୍ରାମରୁ ଧାନ ରୋଇ ଫେରିବା ସମୟରେ ଡୋକରି ପଡା ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ଯୋଗୁ ଭ୍ୟାନରେ ଥିବା ଅଧିକାଂଶ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି ଧର୍ମଗଡ, ଜୁନାଗଡ଼ ଓ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାପ୍ତ ସୂଚନା ଅନୁଯାୟୀ, ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଶ୍ରମିକଙ୍କୁ ମିଶାଇ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ତାହା ଏବେ ବି ଅସ୍ପଷ୍ଟ ରହିଛି।ଏହାସହ ଗୁରୁତର ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ସମ୍ଭାବନା ରହିଥିବା ଅନୁମାନ କରାଯାଉଛି।ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଧର୍ମଗଡ ଡାକ୍ତରଖାନା ରେ ପହଞ୍ଚି ଆହତ ଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିବା ବେଳେ ଭବାନୀପାଟଣା ଡାକ୍ତରଖାନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତର ଆହତ ଶ୍ରମିକ ଙ୍କ ତ୍ୱରିତ ଚିକିତ୍ସା ପାଇଁ ଦୃଷ୍ଟି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆହାରଵନ୍ଧ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର‌ ନାମଯଞ

masiha

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବଣ୍ଟନ 

masiha

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

Leave a Comment

error: Content is protected !!