ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଭ୍ୟାନ ଓଲଟିଲା… ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

ପିକଅପ ଭ୍ୟାନ ଓଲଟିଲା…

ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ଅଧିନସ୍ଥ ଡୋକରି ପଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ୫ ଶ୍ରମିକ ମୃତ ଓ ୨୫ ଶ୍ରମିକ ଗୁରୁତର ହୋଇଥିବା ଖବର ମିଳିଛି। ଏକ ପିକଅପ ଭ୍ୟାନ (ଓଡ଼ି ୦୮ କେ ୪୧୭୫) ରେ ୫୦ ରୁ ଅଧିକ ଶ୍ରମିକ ବୋରଗୁଡା ଗ୍ରାମରୁ ଧାନ ରୋଇ ଫେରିବା ସମୟରେ ଡୋକରି ପଡା ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ଯୋଗୁ ଭ୍ୟାନରେ ଥିବା ଅଧିକାଂଶ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି ଧର୍ମଗଡ, ଜୁନାଗଡ଼ ଓ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାପ୍ତ ସୂଚନା ଅନୁଯାୟୀ, ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଶ୍ରମିକଙ୍କୁ ମିଶାଇ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ତାହା ଏବେ ବି ଅସ୍ପଷ୍ଟ ରହିଛି।ଏହାସହ ଗୁରୁତର ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ସମ୍ଭାବନା ରହିଥିବା ଅନୁମାନ କରାଯାଉଛି।ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଧର୍ମଗଡ ଡାକ୍ତରଖାନା ରେ ପହଞ୍ଚି ଆହତ ଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିବା ବେଳେ ଭବାନୀପାଟଣା ଡାକ୍ତରଖାନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତର ଆହତ ଶ୍ରମିକ ଙ୍କ ତ୍ୱରିତ ଚିକିତ୍ସା ପାଇଁ ଦୃଷ୍ଟି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ବାର୍ଷିକ ଉତ୍ସବ ୧୦ ରେ, ଯୋଗ ଦେବେ ରାଜ୍ୟ ଯୋଜନା ମନ୍ତ୍ରୀ 

ରାଇରଙ୍ଗପୁରରେ ଆନ୍ତର୍ଜାତିକ ସେବିକା ଦିବସ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

masiha

Leave a Comment

error: Content is protected !!