ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର: ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

ରାଇରଙ୍ଗପୁର: ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

 ମୟୂରଭଞ୍ଜ-୧୧/୨ ( ମସିହା) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡିହା ପଡିଆରେ ୨୫ ତମ ରଜତ ଜୟନ୍ତୀ ଅବସରରେ ଦୀପକ କୁମାର ମେମୋରିଆଲର ୬ ଦିବସୀୟ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବିଳାସପୁର ଓ ରାଉରକେଲା ମଧ୍ୟରେ ହୋଇଥିଲା । ରାଉରକେଲା ଦଳ ପ୍ରଥମେ ବେଟିଂ କରି ୩୦ ଓଭରରେ ୯ ୱିକେଟ ହରାଇ ୨୩୫ ରନ କରିଥିବା ବେଳେ ବିଳାସପୁର ଦଳ ୨୩.୪ ଓଭରରେ ସମସ୍ତ ୱକେଟ ହରାଇ ୧୫୦ ରନ କରି ପରାସ୍ତ ହୋଇଥିଲା । ରାଉରକେଲା ଦଳ ଚମ୍ପିୟାନ ହୋଇଥିବା ବେଳେ ବିଳାସପୁର ଦଳ ରନର୍ସଅପ୍ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋରୋଡା ବିଧାୟକ ରାଜକିଶୋର ଦାସ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୋୖରାଧକ୍ଷ ଅଭିଷେକ ପଟ୍ଟନାୟକ,ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ସମାଜସେବୀ ସଚିନ୍ ଅଗ୍ରୱାଲା,ଯୁବ ବିଜେଡ଼ି ନେତା ତଥା ସ୍ବେଛାକୃତ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ପ୍ରଶାସକ ରାଇସେନ ମୁର୍ମୁ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରିଵା ସହ ଆୟୋଜକଙ୍କ ଅଦ୍ଭୁତପୁର୍ଣ ଆକର୍ଷଣୀୟ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସାରେ ପୋତି ପକାଇଥିଲେ । ଅତିଥି ଗଣ କହିଥିଲେ ଖେଳ ସମ୍ପର୍କ ଓ ଵଂନ୍ଧୁତ୍ବକୁ ଯୋଡିଥାଏ ।ଦୀପକ କୁମାର ମେମୋରିଆଲ କ୍ରିକେଟ ସଂସଦ ରାଜନୀତି ରୁ ଉର୍ଦ୍ଧ୍ବରେ ରହି ସର୍ବଦଳୀୟ ନେତୃବୃନ୍ଦକୁ ନେଇ ଶୃଙ୍ଖଳାର ସହ ଦିର୍ଘ ୨୫ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସହ ରାଇରଙ୍ଗପୁର ମାଟିର ସୁନାମୀ ସାରା ଦେଶରେ ବିଛୁରିତ କରୁଛନ୍ତି ତାହା ଧନ୍ୟବାଦର ପାତ୍ର ।ଆଜିର ଫାଇନାଲ ଖେଳରେ ଚମ୍ପିଆନ ରାଉରକେଲା ଦଳକୁ ୫୦ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅପ୍ ବିଳାସପୁର ଦଳକୁ ୪୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ଅବସରରେ ଯୁବ ସମାଜସେବୀ ସ୍ଵର୍ଗତ ତଃ ଦୀପକ କୁମାର ମହାନ୍ତ ଏବଂ କରୋନାରେ ମୃତ୍ୟୁ ଘଟିଥିବା କମିଟିର ପ୍ରତିଷ୍ଠାତା ସଦସ୍ୟ ନଳିନୀକାନ୍ତ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟକୁ କମିଟିର ସଭାପତି ନବଚରଣ ମାଝୀ,ସଂପାଦକ ଅମର ପ୍ରଧାନ ଦେଓହେମ୍ବ୍ରମ, ମିଡିଆ ପ୍ରଭାରୀ ସିଦ୍ଧାର୍ଥ ପାଲ୍, କିଶୋର କୁମାର ରଜକ,ଶ୍ୟାମ ସୁନ୍ଦର ଯତିଶ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ସଦସ୍ୟ ଶିଶିର ପଣ୍ଡା, ବିଶ୍ବରଂଜନ ପାଲ୍, ଅଭିମନ୍ୟୁ ନାଏକ, ନିହାର ଦାସ୍, ବୁବୁନ ମହାନ୍ତ, ଶ୍ୟାମ ପଟ୍ଟନାୟକ,ବାବି ମହାନ୍ତ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନରେ ସହୋଯଗ କରିଥିଲେ । ମ୍ୟାନ ଅଫ ଦି ସିରିଜ ଭାବେ ବିଳାସପୁର ଦଳର ଆଲଟାମାସ୍ ଖାନ୍ ଓ ମ୍ୟାନ ଅଫ ଦି ମ୍ୟାଚ ଭାବେ ରାଉରକେଲା ଦଳର ସୋମିତ୍ ଶର୍ମାଙ୍କୁ ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ରଜତ ଜୟନ୍ତୀ ସମାରୋହରେ ଭୁବନେଶ୍ଵରର ସୁନାମଧନ୍ୟ କଳାକାର ମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

masiha

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

masiha

ଯୁବଶକ୍ତି କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା 

masiha

Leave a Comment

error: Content is protected !!