ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ଉପଖଣ୍ଡ ରେ ୭୪ତମ ଜନରାଜ୍ୟ ଦିବସ ପାଳିତ

ଢେ଼ଙ୍କାନାଳ( ମ ସୀ ହା)୨୭/୦୧_ହିନ୍ଦୋଳ କଚେରିପଡିଆ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ ପତାକା ଉତ୍ତୋଳନ କରିଥିଲେ l ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଗଜାନନ ପ୍ରଧାନ, ଏଡପିଓ ହିନ୍ଦୋଳ, ଏସଡିଏମଓ ହିନ୍ଦୋଳ , ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଏବଂ ସମସ୍ତ ସରକାରୀ କର୍ମଚାରୀ ,ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ସମସ୍ତ ସାମ୍ବାଦିକ ଭାଈ,ଛାତ୍ର ଛାତ୍ରୀ,ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଭାବକ, ଯୁବ ବନ୍ଧୁ ମାନେ ଉପସ୍ଥିତ ରହି ମହା ଆନନ୍ଦ ଉଲ୍ଲାସରେ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଙ୍କୁ ପୁରସ୍କୃତ କରାଯାଇଥିଲା l ସ୍କୁଲ ଓ କଲେଜ ଛାତ୍ର,ଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ଦେଶାତ୍ମବୋଧକ ସଙ୍ଗୀତ ,ପ୍ରଜ୍ଞାମେଢ ଗୁଡିକ ବହୁତ ସୁନ୍ଦର ଓ ଉପଭୋଗ୍ୟ ହୋଇଥିଲା।ତତ୍ ସହ ହିନ୍ଦୋଳ ମେଡିକାଲ ଓ ଜେଲର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାମପୁରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ

masiha

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ମେ ୨୩ ତାରିଖ ଇତିହାସ,ସଂସ୍କୃତି,ବିଜ୍ଞାନ ଚେତନାର ସମାହାର

Leave a Comment

error: Content is protected !!