ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

କାମାକ୍ଷାନଗର (ମ ନି ସ)୨୭/୦୧_ ଗତ କାଲି ସରସ୍ବତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ। ଦୁଇ ଭଉଣୀ ହେଲେ ଉର୍ମିଳା ସାହୁ ଓ ପ୍ରମିଳା ସାହୁ। କଙ୍କଡାହାଡ ବ୍ଲକ କଣ୍ଟାପାଳ ର ପୁନର୍ବସତି ଥଇଥାନ ମଧ୍ୟ ଇଂରାଜୀ ସ୍କୁଲରେ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଭଉଣୀ ଙ୍କୁ ଅଟକ ରଖିଲା। ସୂଚନା ମୁତାବକ ଆଜି ସ୍କୁଲରେ ବିଦ୍ୟାଦାତ୍ରି ମା ସରସ୍ବତୀଙ୍କ ପୂଜା ଚାଲିଥିବା ବେଳେ କଣ୍ଟାପାଳ ୨ ନଂ କଲୋନୀର ଦୁଇ ଭଉଣି ପ୍ରମିଳା ଓ ଉର୍ମିଳା ହଠାତ ସ୍କୁଲ ଭିତରେ ପଶି ପୂଜା ଚାଲୁଥିବା ସମୟରେ ମୂର୍ତ୍ତୀ ଭାଙ୍ଗି ଦେଇଥିଲେ। ଏବଂ କିଛି ସମୟ ଧରି ସ୍କୁଲରେ ଉତ୍ପାତ ମଚାଇଥିଲେ। ଖବର ପାଇ ଘଟଣାସ୍ଥଳରେ କଙ୍କଡ଼ାହାଡ ପୋଲିସ ପହଞ୍ଚି ଦୁଇ ଭଉଣିଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି। ଏପଟେ ସ୍କୁଲ ତରଫର ଅନ୍ୟ ଏକ ମୂର୍ତ୍ତୀ ଆଣି ପୂଜାର୍ଚନା କରିଥିଲେ। ସୂଚନା ମୁତାବକ କିଛି ଦିନ ତଳେ ସେହି ଦୁଇ ଭଉଣୀ ସ୍କୁଲ୍ ଭିତରେ ପଶି ଭଙ୍ଗାରୁଜା କରିବା ସହିତ ସ୍କୁଲ୍ ର ନାମ ସହିତ ଅନେକ କିଛି ଭଙ୍ଗା ରୁଜା କରିଥିଲେ। ଏ ନେଇ ଦୁଇ ଭଉଣୀଙ୍କ ନାମରେ ଥାନାରେ ସ୍ଥାନୀୟ ଅଭିଭାବକ ଅଭିଯୋଗ କରିଥିଲେ। ଥାନାରେ ଦୁଇ ଭଉଣୀଙ୍କୁ ଆଣି ଥାନାରେ ବୁଝା ସୁଝା କରି ଘରକୁ ପଠାଇ ଥିଲେ। କିନ୍ତୁ ଆଜି ମା ସରସ୍ଵତୀଙ୍କ ପୂଜା ଚାଲି ଥିବା ବେଳେ ଅଚାନକ ଆସି ମୂର୍ତ୍ତି ଭାଙ୍ଗି ଥିଲେ। ଯାହାକି ହିନ୍ଦୁ ଧର୍ମ ଅନୁସାରେ ଅବମାନନା କରିଥିବାରୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି।

କାମାକ୍ଷlନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନାବାଳିକାଙ୍କ ମୃତ ଶରୀର କୂଅ ରୁ ଉଦ୍ଧାର, ହତ୍ୟା ଅଭିଯୋଗ

masiha

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ  

ପତ୍ନୀ ହତ୍ୟାକାରୀ କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!