ତେନ୍ତୁଳିଖୁଣ୍ଟି -୦୩/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ବିଗତ କିଛି ବର୍ଷ ହେଲା ଠକ ଙ୍କ ଚରା ଭୂଇଁ ପାଲଟିଥିବା ଦେଖା ଯାଇଛି। 2017 ମସିହାରୁ ଏ ଯାବତ ଗ୍ରୁପ ଚିଟ ଫଣ୍ଡ ଠକେଇ ମାମଲା ଛଅ ଗୋଟି ହୋଇଥିବା ବେଳେ ସେଥିମଧ୍ୟରୁ ତିନୋଟି କେଶ ଥାନା କୁ ଯାଇଥିବା ବେଳେ ଗୋଟିଏ ମାମଲା ରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଥାନା ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଠକାମୀ ରେ ଶିକାର ହୋଇଥିବା ଅଧିକାଂଶ ହିତାଧିକାରୀ ଅର୍ଥ ପାଇଥିବା ପ୍ରକାଶ। ସେଥିରୁ ଚାରୋଟି ମାମଲା ମହିଳା ଙ୍କ ଦ୍ଵାରା ସଙ୍ଗଠିତ। ଗୋଟିଏ ରେ ଅଭିଯୁକ୍ତ 20 ରୁ 25 ଲକ୍ଷ ଠକେଇ କରି ଫେରାର ପରେ ଘଟଣା ଥାନା କୁ ଯାଇନଥିବା ପ୍ରକାଶ। ଉଚ୍ଚ ଶୁଦ୍ଧ ଦେବା ନାମରେ ଗୋଟିଏ ଠକେଇ ନାମରେ ଥାନା ରେ କେଶ ରୁଜୁ ହୋଇ ଦୁଇ ଜଣ ଅଭିଯୁକ୍ତ ଜେଲ ଯାଇଥିଲେ ,କିନ୍ତୁ ଠକାମୀ ର ଶିକାର ହୋଇଥିବା ବ୍ୟକ୍ତି ଓ ମହିଳା ଅର୍ଥ ଫେରି ପାଇ ନାହାନ୍ତି। ସେହିଭଳି ସୁନା ବନ୍ଧକ ରଖିବା ନାମରେ ଟଙ୍କା କାରବାର ରେ ଏକ ରୁ ଦୁଇ ଗ୍ରାମ ସୁବର୍ଣ୍ଣ ଲେପ ଥିବା ସୁନା ବନ୍ଧା ରଖି ଖାତିଗୁଡ଼ାରେ ଘରୋଇ ମହିଳା ଙ୍କୁ ଲୋଭ ଦେଖାଇ ଓ ବନ୍ଧକ କାରବାର କରୁଥିବା ବ୍ୟକ୍ତି ଙ୍କ ଠାରୁ ପ୍ରାୟ 50 ଲକ୍ଷ ରୁ ଉର୍ଧ୍ଵ ଠକେଇ ହୋଇଛି। ଏହି ଘଟଣା ରେ ଏହି ଅଞ୍ଚଳ ର କିଛି ଯୁବକ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ଠକାମୀ ରେ ନିକଟ ସମ୍ପର୍କୀୟ ମଧ୍ୟ ଠକି ଥିବା ଦେଖାଯାଇଛି। ଏହି ଠକାମୀ ମଧ୍ୟ କେଶ ହୋଇନି। ସୁନା ଅଳଙ୍କାର ସଫା କରିବା ନାମରେ ମଧ୍ୟ ମୂଳ ସୁନା ଅଳଙ୍କାର ନେଇ ନକଲି ଅଳଙ୍କାର ରଖି ଠକି ଥିବା ଅଭିଯୋଗ ହୋଇଛି । ଥାନାକୁ ମାମଲା ଯାଇନି। ନିକଟ ଅତୀତ ଗତ ସପ୍ତାହରେ ମନ୍ଦିର ଗେଷ୍ଟ ହାଉସ ରୁ ଛତିଶଗଡ଼ କୋଣ୍ଡାଗାଁ ରୁ ପରିଚାଳିତ ଚେନ ବିଜନେସ କରୁଥିବା ଏକ ରାକେଟ ର କିଛି କର୍ମଚାରୀ ଙ୍କୁ ଖାତିଗୁଡା ଥାନା କୁ ଆଣି ପଚାର ଉଚୁରା କରାଯାଇଛି । ଶେଷରେ ନୂତନ ଅଭିଯୋଗ ଖାତିଗୁଡା ଜଣେ ଯୁବକ ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ର ଠକେଇ କରିଥିବା ଅଭିଯୋଗ ହେଉଛି । ବାହାର ରାଜ୍ୟରେ କିଛି ଆର୍ଥିକ ସଂସ୍ଥା ଗ୍ରୁପ ଋଣ ଦେଇ ଜୋର ଜବରଦସ୍ତ ଅର୍ଥ ଆଦାୟ କରୁଥିବା ବେଳେ କୌଣସି ମାମଲା ଥାନାକୁ ଯାଇନି। ଉପରୋକ୍ତ କେଶ ଗୁଡିକ ରେ ପୋଲିସ କୁ ଭରସା କରି ନ ପାରି ଥାନାକୁ ମାମଲା ନେଇ ନାହାନ୍ତି ନା ସମ୍ପୃକ୍ତି ଥିବା ଆର୍ଥିକ ମାମଲା ଆଇନ ଅନୁମୋଦିତ ନଥିବାରୁ ଥାନାକୁ କେଶ ଯାଇନି ନା ଆର୍ଥିକ ମାମଲାରେ ନ୍ୟାୟ ରାଜ୍ୟ ସାରା ଚହଳ ପକାଇ ଥିବା ଚି ଟ ଫଣ୍ଡ ମାମଲାରେ ଦୀର୍ଘ ବର୍ଷ ପରେ ମଧ୍ୟ ନ୍ୟାୟ ମିଳିନଥିବାରୁ ଠକାମୀ ର ଶିକାର ହୋଇ ପଛଘୁଞ୍ଚା ଦେଇଛନ୍ତି ଥାନାକୁ ମାମଲା ନେବାକୁ। ସଦ୍ୟ ତମ ମାମଲା ଥାନାକୁ ଯାଇଛି ଦେଖିବାକୁ ରହିଲା ଗତି କୁଆଡେ ?
ନୂତନଅଭିଯୋଗ ଅନୁଯାୟି ଖାତିଗୁଡା ଗ୍ରାମର ଅଜୟ ଶତପଥି (୩୮) ପିତା ରଙ୍ଗନାଥ ଶତପଥି ବିଭିନ୍ନ ପ୍ରଲୋଭନ ଦେଖାଇ ଏକ ଫଣ୍ଡ ନାମରେ ଏକାଧିକ ଲୋକଙ୍କ ଠାରୁ ୪୦ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଧରି ଚମ୍ପଟ ମାରିଥିବା ନେଇ ଖାତିଗୁଡା ଥାନା ରେ ମାମଲା ହୋଇଛି । । ଲୋକଙ୍କୁ ଠକି ପ୍ରାୟ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ଖାତିଗୁଡା ଗ୍ରାମରେ ରହୁଥିବା ତାଙ୍କ ପରିବାର ଲୋକଙ୍କ ପାଖରେ କିଭଳି ଖବର ନଥିବା କହୁଥିବା ପ୍ରକାଶ। ବିଭିନ୍ନ କୌଶଳ ପ୍ରୟୋଗ କରି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ଲୁଚି ପଳାଇବା ଭଳି ସଙ୍ଗିନ ଅଭିଯୋଗ ଆସିଥିବା ବ୍ୟକ୍ତି କେଉଁଠି ଅଛନ୍ତି ସେନେଇ ତାଙ୍କ ପରିବାର ଏମିତି କି ତାଙ୍କ ସ୍ତ୍ରୀ ଜାଣିନଥିବା ନେଇ ପିତା ରଙ୍ଗନାଥ କହୁଛନ୍ତି । ନିଜ ପୁଅ ନିଖୋଜ ହେବାର ୨୦ ଦିନ ପରେ ମଧ୍ୟ ନା ଅବସରପ୍ରାପ୍ତ ପୋଲିସ ଅଧିକାରୀ ନା ତାଙ୍କର ଅନ୍ୟ ଦୁଇ ଭାଇ କି ତାଙ୍କ ପତ୍ନୀ ନିଖୋଜ ନେଇ ଥାନାରେ ଜଣାଇଛନ୍ତିକି ଏତଲା ଦେଇଛନ୍ତି? ଦୁଇ ଭାଇ ଦୋକାନ ଖୋଲି ବ୍ୟବସାୟ ଜାରୀ ରଖିଥିବା ଦେଖାଯାଇଛି। ବାପା ରଙ୍ଗନାଥ ପୁଅ ଅଜୟ କେଉଁଠି ଅଛି ଆମେ ଜାଣିନାହୁଁ ବୋଲି କହିବା ଏପରି କି ନିଜ ପୁଅ ନିଖୋଜ ନେଇ ଥାନା ରେ ଅଭିଯୋଗ ନକରିବା ପରିବାର ର ଏହା ଏକ ସୁପରିକଳ୍ପିତ ଠକେଇ ଯୋଜନା ବୋଲି ଅଭିଯୋଗ କାରୀ ମାନେ ପ୍ରକାଶ କରିଛନ୍ତି । ଠକେଇ ର ଶିକାର ହେବା ପରେ ସତ୍ୟନାରାୟଣ ରଥ ,ଅନନ୍ତ ରାମ ଦାସ ,ସୀମାଞ୍ଚଳ ପାଢି ,ଅବନି ମିଶ୍ର ,ଶିବରାମ ସାହୁ ,ମହେଶ୍ଵର ମହାନ୍ତି ,ନିର୍ମଳ ମହାନ୍ତି ,ଡମ୍ବରୁଧର ଜେନା ,ଦିଲୀପ ପ୍ରଧାନ,ସୁରେଶ ଚନ୍ଦ୍ର ଦାସ ,ଲମ୍ବଧର କୁମ୍ଭାର ,ମାନସ ରଞ୍ଜନ ପାଣିଗ୍ରାହୀ ଙ୍କ ସମେତ ଅନ୍ୟମାନେ ଥାନା ରେ ପହଞ୍ଚି ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ତୁରନ୍ତ ତଦନ୍ତ କରିବାପାଇଁ ଦାବୀ ସହ ତଦନ୍ତ ରେ ଅଜୟ ଓ ପରିବାର ସଦସ୍ୟ ଙ୍କ ଆୟ ବ୍ୟୟ ସମେତ ସ୍ଥାବର ଅସ୍ଥାବର ସମ୍ପତି କୁ ତଦନ୍ତ ପରିସର ଭୁକ୍ତ କରି ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ଦାବି ହେଉଛି । ଅଭିଯୁକ୍ତ ଯୁବକ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁତ୍ର ହୋଇଥିବା ରୁ ତଦନ୍ତ ବାଟବଣା ହୋଇପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି । ଏତାଲା ଆଧାର ରେକେଶ ରୁଜୁ ହୋଇଥିବା ଖାତିଗୁଡା ଥାନା ଆଇ ଆଇ ସି ଦୀପକ କୁମାର ଲେଙ୍କା କହିଛନ୍ତି। ୬୬/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି । ଖୁବଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।