ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରାଡ଼ିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ , ପ୍ରଥମ ଥର ପାଇଁ +2 କଳାର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ

 ମୟୂରଭଞ୍ଜ :-୩/୮ ( ମସିହା)- ଓଡିଶା ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +2କଳା ବିଭାଗର 128 ଛାତ୍ର ଛାତ୍ରୀମାନଙ୍କୁ ସ୍ୱାଗତ ଅଭିନନ୍ଦନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହେଇଯାଇଛିI ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ସ୍ୱାଗତ ଅଭିଭାଷଣ ସହ ଅଧ୍ୟକ୍ଷତା କରିଥିଲେIକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବହଳଦା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼କ୍ଟର ହିମାଂଶୁ ଶେଖର ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଉତ୍ତମ ମଣିଷ ହେବା ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେI ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଚିତ୍ତ ରଞ୍ଜନ ମଣ୍ଡଳ ଛାତ୍ର ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ମାନ ଗୌରବ ବଜାୟ ରଖିବା ପାଇଁ ମତ ବ୍ୟକ୍ତ କରିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଡାକ୍ତର ମୋହନ ଚରଣ ସିଂ ଛାତ୍ର ଛାତ୍ରୀ ମାନଙ୍କର ସେବା ମନୋଭାବ ରଖିବା ପାଇଁ ଉପଦେଶ ଦେଇଥିଲେIସମ୍ମାନୀୟ ଅତିଥି ଭାବେ ଓଷ୍ଠା ସଙ୍ଘର ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ,ଜାରିତାଣ୍ଡୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, କଣାପାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁକୁଲୁ ବାସ୍କେ,ପୂର୍ବ ତନ କ୍ରୀଡା ଶିକ୍ଷକ ନିମାଇଁ ଚନ୍ଦ୍ର ମଣ୍ଡଳ,ଯୁବ ସମାଜସେବୀ ରବି ନାରାୟଣ କୁଅଁର,ଜିଲ୍ଲା ସ୍କାଉଟ ପ୍ରଶିକ୍ଷକ ରମେଶ ଚନ୍ଦ୍ର ବିଶୋଇ, ପୂର୍ବତନ ହିନ୍ଦୀ ଶିକ୍ଷୟତ୍ରୀ ରେଖା ରାଣୀ ସିଂ,ଉମେଶ ଚନ୍ଦ୍ର ଭୋଇ,ବିରେନ ଦଳେଇ, ପୁରାତନ ଛାତ୍ର ସୁନାରାମ ବାସ୍କେ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେI ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁସ୍ମିତା ମହାନ୍ତ,ଗୀତାଞ୍ଜଳି ମହାନ୍ତ ଓ ମିତା ହାଁସଦାଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ ସହ ପିଲାମାନଙ୍କୁ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେIଜଗନ୍ନାଥ ମନ୍ଦିରର ପୂଜକ ଜିତେନ୍ଦ୍ର ନାଥ ଦାଶ ବେଦ ମନ୍ତ୍ର ପାଠ କରିଥିଲେI ନୂତନ ଭାବେ ଯୋଗ ଦେଇ ଥିବା ଅଧ୍ୟାପକ ଧର୍ମସେନ ମାଝୀ,ପ୍ରଶାନ୍ତ କୁମାର ମହାନ୍ତ,ଅଧ୍ୟାପିକା ରୁକୁମଣି ହେମ୍ବ୍ରମ,ଦିଗୀ ମାର୍ଣ୍ଡି, ଲଷ୍ମୀ ହାଁସଦା, ଦେବକୀ ଗୋପାଲ ପ୍ରମୁଖଙ୍କୁ ସ୍ୱାଗତ କରିବା ସହିତ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେI ଶେଷରେ ପୁରାତନ ଛାତ୍ର ସଙ୍ଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ରଘୁନାଥ ମାଝୀ, ନିରଞ୍ଜନ ଗିରି, ସୁବ୍ରତ କୁମାର ପଲେଇ, ଶିବାନୀ ଶଙ୍କର ଦାଶ,ମୃତ୍ୟଞ୍ଜୟ ସେନ, କମଳ ଲୋଚନ ନାୟକ, ସାଗୀନ ମାଝୀ, ସୁରେନ୍ଦ୍ର କୁମ୍ଭକାର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I ଶେଷରେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଇନସ୍ପାୟାର୍ ଫାଉଣ୍ଡେସନ,ନିଉ ଦିଲ୍ଲୀ ଆନୁକୂଲ୍ଯରେ ରାଇରଙ୍ଗପୁର କଚେରୀପଡିଆରେ ଅକ୍ଟୋବର ୭,୮,୯ ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ସାଂସଦ ଓ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

masiha

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ 

masiha

Leave a Comment

error: Content is protected !!