ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୧/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ କ୍ଲଷ୍ଟର ମୁଟୁରା ବାହିଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ସାହୁଙ୍କ ଚାକିରୀ କାର୍ଯ୍ୟକାଳ ଶେଷ ହେବାପରେ ବୁଧବାର କେନ୍ଦୁ ଡଙ୍ଗରି ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଶିକ୍ଷକ ପ୍ରେମଲାଲ ସାହୁଙ୍କ ମଞ୍ଚ ସଂଯୋଜନା ଓ ଶିକ୍ଷକ ଫାଲଗୁନି ବାଣୁଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଇଓ କୋକସରା ରଶ୍ମିତା ନେତମ ଯୋଗଦେଇ ଜଣେ ଶିକ୍ଷକ ଛାତ୍ରଛାତ୍ରୀ ଓ ସମାଜକୁ ଗଠନ କରିବାରେ ପ୍ରମୁଖ ଭୂମିକା ରହିଛି ବୋଳି କହିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ ଶିକ୍ଷକଙ୍କ କର୍ମମୟ ଜୀବନର ସ୍ମୃତିକୁ ଉଜାଗର କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ବେମାଲ, ଶିକ୍ଷକ ସଂଘ ସମ୍ପାଦକ ବିର କିଶୋର ନାଗ, ତ୍ରିନାଥ ନାଗ ଉପସ୍ଥିତ ରହି ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦୁ ଡଙ୍ଗରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ, ଜୟନ୍ତ ଦିଶାରୀ, ଉମେଶ କୁମାର ସାହୁ, ଜୟନ୍ତ କୁମାର ସାହୁ, ତୁଳସିରାମ ବାଗ, ମାୟାଧର ସେଠି, ଶିଵଲାଲ ଗଣ୍ଡ, ମାନସିଂ ବେଶ୍ରା, ଜୟଧର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ବିଶ୍ଵ ବନ ଦିବସରେ ବନରକ୍ଷୀ ସମ୍ମାନୀତ 

masiha

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

masiha

Leave a Comment

error: Content is protected !!