ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି 

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି 

କନ୍ଧମାଳ,ତା,୦୧/୦୨:(ମନିସ): ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ଦିନକୁ ଦିନ ଚାହିଦା ବୃଦ୍ଧି ପାଇବା ସହ ବେଶ୍‌ ଭିଡ଼ ମଧ୍ୟ ଜମୁଛି। ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି ଫଳୁଛି। ଆମେ ଯଦି ଏହାକୁ କିଣି ସେମାନଙ୍କୁ ଲାଭ ନ ଦେବା ତା’ ହେଲେ ସେମାନଙ୍କ ବ୍ୟବସାୟ ହେବ କିଭଳି। ଆଉ ଏହି ଷ୍ଟ୍ରବେରି ସୁସ୍ବାଦୁ ମଧ୍ୟ। ବଜାରରରେ ଏଭଳି ପ୍ୟାକେଟ ୫୦ ରୁ ୭୦ ଟଙ୍କାରେ ମଧ୍ୟ ମିଳୁଛି। ମାତ୍ର ତା’ଠାରୁ ଏହା ଢେର ଅଲଗା। ଷ୍ଟ୍ରବେରି ଚାଷୀ ମିଙ୍କୁଲତା ପ୍ରଧାନ କହିଛନ୍ତି ଯେ, ଆମେ ଆଗରୁ ଅଲଗା ପରିବା ଚାଷ କରୁଥିଲୁ। ମାତ୍ର ଗତବର୍ଷ ସରକାରଙ୍କ ପକ୍ଷରୁ ଚାରା ମିଳିବାରୁ ଆମେ ଷ୍ଟ୍ରବେରି ଚାଷ ଆରମ୍ଭ କଲୁ। ନଭେମ୍ବରରେ ଚାରା ଲାଗିଲେ ଜାନୁଆରୀ, ଫେବୃଆରୀ ଭିତରେ ଫଳ ଆସିଯାଏ। ପ୍ରତି ଗଛରୁ ପ୍ରାୟ ୫୦୦ ଗ୍ରାମରୁ ଅଧିକ ଷ୍ଟ୍ରବେରି ଫଳିଥାଏ। ତେବେ ଏଥର ମେଳାରେ ଷ୍ଟଲ ପକାଇଛୁ। ମାଲ୍‌ ଆସି ପହଞ୍ଚୁ ପହଞ୍ଚୁ ବିକ୍ରି ହୋଇଯାଉଛି। ପ୍ରାୟ ୫୦ ହଜାର ଟଙ୍କାର ବିକ୍ରି ହୋଇସାରିଲାଣି। ଆମର କନ୍ଧମାଳ ଅଞ୍ଚଳରେ ୫ଟି ଗ୍ରୁପ୍‌ ମିଶି ଏହି ଷ୍ଟ୍ରବେରି ଚାଷ କରୁଛୁ। ପ୍ରତି ଗ୍ରୁପ୍‌ରେ ୧୦ଜଣ ମହିଳା ରହିଛନ୍ତି। ଏହି ଚାଷ ଅଧିକ ଦି ପଇସା ରୋଜଗାର ଦେଉଛି। ଷ୍ଟ୍ରବେରି ଚାଷ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଛି ବୋଲି ଉକ୍ତ ଷ୍ଟଲ୍‌ରେ ଥିବା ବିଜୟଲକ୍ଷ୍ମୀ ପ୍ରଧାନ ଓ ପୁଷ୍ପାବତୀ ପ୍ରଧାନ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!