ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସହରରୁ ଜଗନ୍ନାଥ ଏକ୍ସପ୍ରେସ ପୁରୀ ବସ୍ ଚଳାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ୟବସାୟୀ ସଙ୍ଘ

ଧର୍ମଗଡ ସହରରୁ ଜଗନ୍ନାଥ ଏକ୍ସପ୍ରେସ ପୁରୀ ବସ୍ ଚଳାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ୟବସାୟୀ ସଙ୍ଘ

ପୁରୀରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ରାଜ୍ୟର ଜିଲ୍ଲା ସଦର ମହକୁମାଠାରୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ କରିଛନ୍ତି। ସେହି ପରୀପ୍ରେକ୍ଷୀରେ ଭବାନୀପାଟଣା ଠାରୁ ପୁରୀ ପର୍ଯ୍ୟନ୍ତ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି।ଧର୍ମଗଡ ଅଞ୍ଚଳବାସୀ ମାନେ ସିଧାସଳଖ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦର୍ଶନ ଓ ସେଠାରେ ଅନ୍ୟାନ୍ୟ ଆଧ୍ୟାତ୍ମିକ ରୀତିନୀତି ସମ୍ପନ୍ନ ପାଇଁ ଧର୍ମଗଡ ରୁ ପୁରୀ ଏକ ସ୍ୱତନ୍ତ୍ର ବସ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ କରାଯାଇଛି। ନତୁବା ଭବାନୀପାଟଣା ଠାରୁ ଧର୍ମଗଡ ସହର ଦୂରତା ମାତ୍ର ୪୫ କିଲୋମିଟର ତେଣୁ ଉକ୍ତ ବସ କୁ ଧର୍ମଗଡ ଯାଏଁ ସମ୍ପ୍ରସାରିତ କରାଯିବା ପାଇଁ ଚେମ୍ବାର ଅଫ କମର୍ସ ଦାବୀ କରିଛି। ନହେଲେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ରୁ ପୁରୀ ଯାଉଥିବା ବସ କୁ ଆମପାଣି ବିଜୁ ଫୋର୍ ୱେ ଦେଇ ଧର୍ମଗଡ ଭାୟା ପୁରୀ ଚଳାଇବାକୁ ଦାବୀ କରାଯାଇଛି। ଆଜି ଚେମ୍ବର ଅଫ କମର୍ସ ର ସଭପତି ବିଦ୍ୟାଧର ସାହୁଙ୍କ ନେତୃତ୍ଵରେ ସଂପାଦକ ଅରୁଣ କୁମାର ତାୟଲ, ବୈଦ୍ୟନାଥ ବେହେରା, ସୁନ୍ଦର ଅଗ୍ରୱାଲ, ଅନିଲ ଅଗ୍ରୱାଲ ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ୫୭୮୨ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଗାଁକୁ ଯାଇ ବଣ୍ଟନ , ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ ନିରାଶ 

Sunil Chandra Nayak

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ବିକାଶର ଢୋଲ ବାଜୁଛି, ଗର୍ଭବତୀ ଆଜି ବି ଖଟିଆରେ !

Sunil Chandra Nayak

Leave a Comment

error: Content is protected !!